କଟକ: ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କଟକ କନିକା ଛକ ସ୍ଥିତ ବାସଭବନରେ ଡାକ୍ତର ସନାତନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ...
ନୂଆଦିଲ୍ଲୀ: କରୋନା ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଦେବା ପରେ ସମ୍ବିତଙ୍କୁ ଗୁରଗାଓଁର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାପରେ ଟ୍ୱିଟ୍ କରି ସମ୍ବିତ କହିଛନ୍ତି, ‘ଆପଣମାନଙ୍କ ଆଶୀର୍ବାଦ...
ଭୁବନେଶ୍ୱର: ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମ୍ପନ୍ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଏହି ଅଗ୍ନିଶମ କର୍ମଚାରୀ ଫେରିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି...
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯ ରହିଛି। ରାଜ୍ୟ...
ଭଦ୍ରକ: ଦୁଇ ବର୍ଷ ତଳେ ଶହ ଶହ ସଂଖ୍ୟାର ନାଗ ସାପ ବାହାରିବା ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ଧାମନଗର ପାଇକସାହି ଗାଁ, ଏବେ ପୁଣି ଚର୍ଚ୍ଚାରେ। ଗାଁରେ ପୁଣି ସାପ ଆତଙ୍କ ଦେଖା ଦେଇଛି। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଓ ଘର ଭିତରେ...
ନୂଆଦିଲ୍ଲୀ: ଜୁନ ୧୯ରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦଳର ବିଧାୟକଙ୍କ ଅନୁରୋଧ କ୍ରମେ ସେ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି....
ଭୁବନେଶ୍ୱର: ଜୁନ୍ ୧୧-୧୨ ତାରିଖ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ମୌସୁମୀ ପାଇଁ ପାଗ ଅନୁକୂଳ ସୃଷ୍ଟି କରିଥିବା ଜଣାପଡ଼ିଛି। ଜୁନ୍...
ଉଦଳା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ପୁଅ, ଫେରିଥିଲେ ବାହାଘର ହୋଇଥାନ୍ତା। ହେଲେ ପୁଅ ଆଉ ଫେରିଲାନି, ଫେରିଲା ପୁଅର ମୃତ୍ୟୁ ଖବର। ଆଉ ସବୁଦିନ ପାଇଁ ପରିବାର ଲୋକଙ୍କୁ ଛାଡି ଚାଲିଗଲା ପୁଅ। କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା...
ବିନିକା: ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନ ଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। କଦଳୀପାଲି ଗାଁର ଜୀବର୍ଦ୍ଧନ ବରିହା (୨୬) ବେଙ୍ଗାଲୁରୁକୁ ଦାଦନ...
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂରେ...
ଖଲ୍ଲିକୋଟ: ବିଭିନ୍ନ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍(TMCs)ରେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଗଞ୍ଜାମରେ ୧୦ଟି ଗାଁକୁ କଣ୍ଟେନ୍ମେଣ୍ଟ୍ ଓ ୨୨ଟି ଗାଁକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନTMCs ରେ କାର୍ଯ୍ୟରତ ୧୨ଜଣ କର୍ମଚାରୀ...
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଏହି ନୂଆ ଆକ୍ରାନ୍ତ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷୀୟ ପୁରୁଷ, ୮ ବର୍ଷୀୟ ଝିଅ ଏବଂ ସେମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ଟ୍ୱିଟ୍ କରାଯାଇ...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି କିଛି ଆକଳନ କରିଛନ୍ତି, ଯାହା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି। ସେପ୍ଟେମ୍ବର ମଧ୍ୟଭାଗ ବେଳକୁ ଭାରତରେ ମହାମାରୀ କରୋନାର ଅନ୍ତ ଘଟିପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ-ଡାକ୍ତର ଅନୀଲ...
ଝାରସୁଗୁଡ଼ା: ବିନା ଇଞ୍ଜିନ୍ରେ ଆପେଆପେ ଗଡ଼ି ମାଲ୍ବାହୀ ଟ୍ରେନ୍ର ୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତ ୪ ତାରିଖରୁ କୋଇଲା ଭର୍ତ୍ତି ଟ୍ରେନ୍ର ୫୯ଟି ବଗି ବ୍ରଜରାଜନଗରର ଲଜକୁରା ସାଇଡ଼ିଂରେ ଠିଆ ହୋଇ ରହିଥିଲା।...