ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍ ସମୟରେ ଭିୱାଣ୍ଡିର ପଟେଲ୍ କମ୍ପାଉଣ୍ଡ୍ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ୩୧ ଜଣଙ୍କୁ ଉଦ୍ଧାର...
କଟକ: ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟର କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଥିବାରୁ ଆଜି ଓ ଆସନ୍ତାକାଲି କୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ। ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ...
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହେବ। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ଆଜିଠାରୁ ହାୟର ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ନାମ ଲେଖାଯିବ। ଆସନ୍ତା ୨୬ ତାରିଖ ଯାଏ ଆଡମିଶନ ପ୍ରକ୍ରିୟା ଚାଲିବ। କୋଭିଡ୍ ଗାଇଡଲାଇନ୍ସ ପାଳନ କରି ଆଡମିଶନ୍ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା...
ରାଜଗାଙ୍ଗପୁର: ଦିଅର-ଭାଉଜ ବିବାହ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରି ସେମାନଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକିରପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, କିଛି ଦିନ ତଳେ ପୋଲିସ୍ ଉପସ୍ଥିତିରେ ଉଭୟ ଭାଉଜ-ଦିଅର...
ଆଗ୍ରା: ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ...
ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍ପେଣ୍ଡ୍ କରାଯାଇଛି। କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ସସ୍ପେଣ୍ଡ୍ ହୋଇଥିବା ଏହି...
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧୦ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର ଜିଲ୍ଲାରୁ ୨, ବାଲେଶ୍ୱର, ଜଗତସିଂହପୁର,...
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୨୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୦୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍...
ନୂଆଦିଲ୍ଲୀ: ଅନ୍ଲକ୍ ୪ ଗାଇଡ୍ଲାଇନ୍ସ ସହ ଆଜିଠୁ କିଛି ରାଜ୍ୟରେ ଆଂଶିକ ଭାବେ ସ୍କୁଲ୍ ଖୋଲିଛି। ଅନ୍ଲକ୍ ୪ରେ ଆଂଶିକ ଭାବେ ସ୍କୁଲ୍ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି।...
ପଟ୍ଟାମୁଣ୍ଡାଇ: ମା’ ନିଖୋଜ ହେବାର ପରଦିନ ମିଳିଲା ଝିଅର ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ମୋବାଇଲ ଓ ଚପଲ...