ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ ।
ଧନିଷ୍ଠା- ରୋଗ ପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ କ୍ଷତିରେ ପଡିପାରନ୍ତି । ଘରକାମରେ ଭାଇ-ଭଉଣୀ ମାନେ ସହଯୋଗ କରିବେ ।
ଶତଭିଷା- କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ । ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ ।
ପୂ,ଭାଦ୍ରପଦ- ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ରାଜନୀତିରେ ପଦବୀ ପ୍ରାପ୍ତ ହୋଇପାରେ । ମହିଳା ମାନେ ବନ୍ଧୁଙ୍କ ସହିତ ସମୟ କଟିବେ
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮