ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଚନ୍ଦ୍ର– କନ୍ୟା ଦିବା ୦୯.୧୯ ଗତେ ତୁଳା, ତିଥି– ୧୪ଶୀ ରାତ୍ରି ୧୧.୪୪ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର– ବୃଷ ଦିବା ୦୯.୧୯ ପର୍ଯ୍ୟନ୍ତ, ଘାତ ବାର– ତୁଳା, କୁମ୍ଭ, ପୁଷ୍କର ଦୋଷ– ନାସ୍ତି ।
ପୁନର୍ବସୁ- ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ ।
ପୁଷ୍ୟା- ଛାତ୍ରଛାତ୍ରୀମାନେ ପଢାରେ ଭଲ ସଫଳତା ଆଣିବେ । ଋଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।
ଅଶ୍ଳେଷା- ଉପରିସ୍ଥ କର୍ମଚାରୀମାନଙ୍କ ସହିତ କିଛି ବାଦ ବିବାଦ ଉପୁଜିପାରେ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ ।
ପ୍ରତିକାର- କିଛି ମିଠା ଖାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨