ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଚନ୍ଦ୍ର-ତୁଳା ଅହୋରାତ୍ର,ତିଥି-୧୧ ଶୀ ରାତ୍ରି ୧୨.୪୪ ଗତେ ୧୨ ଶୀ ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୪୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଉ,ଫଳଗୁନି- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ
ହସ୍ତା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।
ଚିତ୍ରା- ଆପଣଙ୍କର ମନ ଦୃଢ଼ ହେବ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ । ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ
ପ୍ରତିକାର - ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫