ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୮.୫୦ ଗତେ କନ୍ୟା,ତିଥି- ୧୨ଶୀ ରାତ୍ରି ୧୦.୪୧ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୮.୫୦ ଗତେ ବୃଷ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି୧୦.୪୧ ଗତେ ୨ ପାଦ-କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ
ମୃଗଶିରା-ପୁରୁଣା ସାଙ୍ଗ ମାନଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । କୌଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି
ଆଦ୍ରା- ରାଜନୈତିକ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । ଉଦାସିନତା ଓ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ ।
ପୁନର୍ବସୁ- ଜମି କିଣିବା ଲାଗି ସୁନ୍ଦର ସୁଯୋଗ ଅଛି । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ ।କଳା, ସହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ବିବାଦର ଅବସାନ ଘଟିବ ।
ପ୍ରତିକାର- ବିଷ୍ଣୁଙ୍କ ସହସ୍ର ପାଠ ନାମ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫