ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୮.୫୦ ଗତେ କନ୍ୟା,ତିଥି- ୧୨ଶୀ ରାତ୍ରି ୧୦.୪୧ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୮.୫୦ ଗତେ ବୃଷ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି୧୦.୪୧ ଗତେ ୨ ପାଦ-କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ
ଚିତ୍ରା- ବ୍ୟବସାୟୀ ମାନେ କମ୍ ପରିଶ୍ରମରେ ଅଧିକ ଲାଭବାନ୍ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ । ସାମାଜିକ ଭାବମୂର୍ତି ସୁରକ୍ଷା ହେବ । ଅଫିସ୍ରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି ।
ସ୍ୱାତୀ- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।ପଡୋଶି ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ । ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି
ବିଶାଖା- ପୁଞି ଲଗାଣ , ଆଦାନ, ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ଆଇନର ଆଶ୍ରୟ ନେଇ ପାରନ୍ତି । କଚେରୀ ମାମଲାରେ ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ ।
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬