ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର, ତିଥି – ଅମାବାସ୍ୟା ଅହୋରାତ୍ର, ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନିଶାନ୍ତ ୦୪.୫୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
ମଘା - ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣି ଓଲଟା ଫଳ ଭୋଗିବେ । ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ ।
ପୂ- ଫାଲ୍ଗୁନୀ - ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହେବ ନାହିଁ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷାରେ ଭଲ ସଫଳତା ପାଇବେ ।
ଉ- ଫାଲ୍ଗୁନୀ - ବୃତ୍ତିଗତ ଜୀବନରେ ଉନ୍ନତି ଆଣିବା ପାଇଁ ବଡ ଧରଣର ବିନିଯୋଗ କରିବା ପାଈଁ ଯୋଜନା କରିବେ । ବିଭିନ୍ନ କାରଣକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ଅବଶ୍ୟ ଅଟକି ରହିଥିବା କାମଗୁଡ଼ିକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧