• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ଯାନବାହନ କ୍ରୟ କରିପାରନ୍ତି

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଚନ୍ଦ୍ର – ବିଛା ଦିବା ୧୨.୫୭ ଗତେ ଧନୁ,ତିଥି – ୫ମୀ ପ୍ରାତଃ ୦୭.୧୮ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ଦିବା ୧୨.୫୭ ଗତେ ତୁଳା , କୁମ୍ଭ। ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

Virgo

କନ୍ୟା

Tuesday 11 Apr 2023

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁ ମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି । କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ

ହସ୍ତା- କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ

ଚିତ୍ରା- ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନଚେତ୍ ହଜିଯିବା ସମ୍ଭାବନା ରହିଛି । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ

ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :