୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଏମିତି ଘରେ ଜୀବନ ବିତାଉଛନ୍ତି ବାସନ୍ତୀ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏଇ ସ୍ୱତନ୍ତ୍ର ରିପୋର୍ଟ.....
Published: Otv Khabar Bureau
Last updated: 13 June 2022, 12:57 PM IST
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ହିଟ୍ଲରୀ ଶାସନ ଚଲାଇଛି ଇଟାଭାଚଟି ମାଲିକ। ମନଇଚ୍ଛା ପଡ଼ିଆ ଓ ନଈ ପଠାକୁ ଖୋଳି ଦେଉଛି। ପିଲା ଖେଳି ପାରୁନାହାନ୍ତି କି ଗାଈଗୋରୁ ଚରି ପାରୁନାହାନ୍ତି। ଭାଟି ଧୂଆଁରେ ଆକ୍ତାମାକ୍ତ ହେଲେଣି ଗାଁ ଲୋକେ...