କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ ବିଲ୍ଡିଂ ଉପରେ ଆତଙ୍କୀ ହମ୍ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍ରେ ରହିଛି। […]