ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି। ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ଚାରିଭୁଜ ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି।