ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍ଡାଉନ ୪.୦। ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍ ଅନ୍ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍ଲକ୍-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]