ଆସିକା ବ୍ଲକ୍ ଦେବଭୂମିର ମାମୁଁଡିହ ଗାଁ ହେବ ହେରିଟେଜ୍ ଭିଲେଜ୍। କ୍ରାଫ୍ଟ୍ ଭିଲେଜ୍ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । କଂସା-ପିତ୍ତଳ କଳା ଏବଂ କାରିଗରଙ୍କ ବିକାଶ ହେବାର ଆଶା ଉଜ୍ଜିବୀତ ହୋଇଛି ।
ଗଞ୍ଜାମ ଜିଲ୍ଲାର ଏଇ ଗାଁ ହେବାକୁ ଯାଉଛି ହେରିଟେଜ ଭିଲେଜ ବା ଐତିହ୍ୟ ଗାଁ । ଏହି ଗାଁକୁ ମିଳିବ ନୂଆ ପରିଚୟ । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହେବେ ପିତ୍ତଳ କାମକୁ କୌଳିକ ବୃତ୍ତି କରି ଚଳୁଥିବା ଗ୍ରାମବାସୀ ।
ଗୋଟିଏ ପଟରେ ଏକ ପୁରାତନ ମନ୍ଦିର । ଯାହା ସମ୍ପୂର୍ଣ୍ଣ ଇଟା, ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି । ଆଉ ଗୋଟିଏ ପଟେ ଗୋଟିଏ ସାଧାରଣ ସିମେଣ୍ଟ ପ୍ଲାଷ୍ଟର ହୋଇଥିବା ମନ୍ଦିର । ଏହା ଆପଣଙ୍କୁ ସାଧାରଣ ଲାଗୁଥାଇପାରେ । ହେଲେ ଇଟା,ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି ହୋଇଥିବା ମନ୍ଦିର ପଞ୍ଚଦଶ ଶତାର୍ଦ୍ଧୀର ବୋଲି କୁହାଯାଏ । ହେଲେ ସ୍ଥାନୀୟ ପ୍ରଶାସନ ଐତିହ୍ୟ ସଂପନ୍ନ ମନ୍ଦିରକୁ ମରାମତି ଆଳରେ ସିଧା ସିମେଣ୍ଟ ପ୍ଲାଷ୍ଟର କରିଦେଇଛି ।