ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଜଣେ ମୃତକ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ମୃତକ ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ପୁରୁଷ। ଚିକିତ୍ସାଧୀନ ଅବସ୍ଥାରେ ଏମାନଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ କରୋନା […]