ସୁକ୍ମା: ଘଣ୍ଟାଏ ପାଇଁ ଏସ୍ପି ହେଲେ ୪ ବର୍ଷର କୁନି ଝିଅ। ମହାମାରୀ କରୋନାକୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପିନ୍ଧିଲେ ପୁଲିସ୍ ୟୁନିଫର୍ମ। ଛତିଶଗଡ଼ ସୁକ୍ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୁକ୍ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। […]