ଶେଷ ଅଧଘଣ୍ଟା ଖେଳିବାକୁ ଆସିଥିବା ଦୁଇ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ପୁଣି ନୂଆ ଷ୍ଟ୍ରାଟେଜିରେ ଖେଳ ଆରମ୍ଭ କରିଥିଲେ। ତୃତୀୟ କ୍ୱାର୍ଟରରେ ୨ଟି ଗୋଲ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଗୋଲ ଦେଇଥିଲା ସ୍ପେନ।
ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି ସାଂସଦ କହିଛନ୍ତି।
ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍।
୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି।
ସାଇରନ୍ ବଜାଇ ମାଡ଼ି ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍। ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବଡ଼ ଡାକ୍ତରଖାନା ଛକ ନିକଟରେ ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ।
ଫାଷ୍ଟ ହାଫ ଶେଷ ସୁଦ୍ଧା ଉଭୟ ଦଳ ଖାତା ଖୋଲି ପାରିନଥିଲେ। ତୃତୀୟ କ୍ୱାର୍ଟର ବେଳକୁ ଆଉଏକ ରଣନୀତି ପ୍ରସ୍ତୁତ କରି ପାର୍ଶ୍ଵ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇଥିଲା ପୋଲାଣ୍ଡ।
ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..
ଜଣେ ଯୁବକ ପ୍ରଥମ ପତ୍ନୀଙ୍କ ଅଜାଣତରେ ଆଉ ଜଣକୁ ପ୍ରେମ କରି ବିବାହ କରିଥିଲେ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ଝିଅକୁ ମଧ୍ୟ ପ୍ରେମ ସପର୍କ ରଖିଥିବା ଜଣାପଡିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଏନେଇ କଣ କହୁଛନ୍ତି ରସିକିଆ ସ୍ୱାମୀ ପଢନ୍ତୁ
ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।
ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି।
ଝୋଟି, ଚିତାପକା, ଲକ୍ଷ୍ମୀପୁରାଣ, ହୁଳହୁଳି ପକା ଇତ୍ୟାଦି ଏକାଧିକ କାର୍ଯ୍ୟକ୍ରମ। ଭାଗ ନେଇଛନ୍ତି ଓଡ଼ିଶାର ଶତାଧିକ ମହିଳା। ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜନ କରିଥିଲେ। ଚାଲନ୍ତୁ ଦେଖିବା ଏହାର କେତୋଟି ସୁନ୍ଦର ଦୃଶ୍ୟ
ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।
ଦରଦାମ୍ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି।
ସରିଲା ଧର୍ମର ମାସ କାର୍ତ୍ତିକ ମାସ । ଆଜି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଆମିଷ ବଜାରରେ ଯେତେ ଗହଳି ହେବା କଥା ସେତେ ନାହିଁ ।
ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ।
ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ଅଧିକ ଭିଡ଼ ହେବା ସମ୍ଭାବନା ଥିବା ଜଳାଶୟ ଗୁଡ଼ିକରେ ବୋଇତ ବନ୍ଦାଣ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ।
ରାଜଧାନୀ ଛାତି ଉପରେ ମାଷ୍ଟରକ୍ୟାଣ୍ଟିନ ନିକଟ ରାସ୍ତା କଡ଼ର ଏକ ରେସ୍ତୋରାଁରୁ ଆଜି ଭୋର ସମୟରେ ଲୁଟ୍ ହୋଇଛି.. ମାତ୍ର ୫ ମିନିଟରେ କଳାକନା ବୁଲେଇ ଦେଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା.. ଆଜି ଭୋର୍ ସମୟରେ ଜଣେ ଜ୍ୟାକେଟ୍ ପିନ୍ଧା ଲୁଟେରା ଶଟର୍ ତାଡ଼ି ଦୋକାନ ଭିତରେ ପଶି କ୍ୟାସ୍ ଡ୍ରରୁ ୧୪ ହଜାର ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଛି..
ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ବଡ଼କଥା ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଛି।