୨୬ ଜାନୁଆରୀ ୨୦୦୨ । ଏହି ଦିନ ଭୁବନେଶ୍ୱର ଗାନ୍ଧିମାର୍ଗର ସାଧାରଣତନ୍ତ୍ର ଉତ୍ସବ ପାଳନ ବେଳେ ଘଟିଥିବା ବେଲୁନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ୨୧ ଜଣ ଦୁର୍ଘଟଣାର ଶିକାର ହୋଇଥିବାବେଳେ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ଦୁର୍ଘଟଣାକୁ ଆଜି ୨୦ ବର୍ଷ ପୂରିଛି । ଅଘଟଣର ଦୁଇ ଦଶନ୍ଧି ପରେ ଏବେ ବି ପୀଡ଼ିତମାନେ ନିଜ ଜୀବନରେ ହାର୍ ମାନି ନାହାଁନ୍ତି ବରଂ ଛାତ, ଭାତ ଓ ଭବିଷ୍ୟତ ପାଇଁ ଏବେ ବି ସେମାନେ ସଂଗ୍ରାମ ଜାରି ରଖିଛନ୍ତି ।