• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମନେ ପଡିଲେ ରୁମ ଟାଙ୍କୁରି ଉଠୁଛି ୨୬ ଜାନୁଆରୀ ୨୦୦୨ । ଏହି ଦିନ ଭୁବନେଶ୍ୱର ଗାନ୍ଧିମାର୍ଗର ସାଧାରଣତନ୍ତ୍ର ଉତ୍ସବ ପାଳନ ବେଳେ ଘଟିଥିବା ବେଲୁନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ୨୧ ଜଣ ଦୁର୍ଘଟଣାର ଶିକାର ହୋଇଥିବାବେଳେ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ଦୁର୍ଘଟଣାକୁ ଆଜି ୨୦ ବର୍ଷ ପୂରିଛି । ଅଘଟଣର ଦୁଇ ଦଶନ୍ଧି ପରେ ଏବେ ବି ପୀଡ଼ିତମାନେ ନିଜ ଜୀବନରେ ହାର୍‌ ମାନି ନାହାଁନ୍ତି ବରଂ ଛାତ, ଭାତ ଓ ଭବିଷ୍ୟତ ପାଇଁ ଏବେ ବି ସେମାନେ ସଂଗ୍ରାମ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଗତ ୨୦୦୨ ଜାନୁଆରୀ ୨୬ ତାରିଖରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପାଳନ ହେଉଥିଲା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ସକାଳ ପ୍ରାୟ ୯ଟା ବେଳକୁ ହଠାତ୍ ଘଟିଲା ବିସ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଆରମ୍ଭ ହୋଇଯାଇଥିଲା ଧାଁ ଦୌଡ଼ । ଜଣାପଡ଼ିଲା, ପରେଡ୍ ସ୍ଥଳରେ ଜଣେ ବେଲୁନ୍ ବିକାଳୀର ହାଇଡ୍ରୋଜେନ୍ ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା ।

ଦୁର୍ଘଟଣାରେ ୧୪ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଭିତରେ ଥିବା ୨୧ ଜଣ ଏହାର ଶିକାର ହୋଇଥିଲେ ସେମାନଙ୍କ ସେତେବେଳେ ଅଷ୍ଟମରେ ପଢ଼ୁଥିବାର ଜଣାପଡିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଭଜନ ଗାୟକ ବି. ଶ୍ରୀନିବାସ ରାଓଙ୍କ ଦୃଷ୍ଟିଶକ୍ତି ମଧ୍ୟ ଛଡ଼ାଇନେଇଥିଲା । ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ହିଁ ତାଙ୍କ ଜୀବନରେ ଅନ୍ଧକାରର କଳା ବାଦଳ ଘୋଟିଗଲା । ତେଣୁ ଜାନୁଆରୀ ୨୬ ଆସିବା ମାତ୍ରେ ଶ୍ରୀନିବାସଙ୍କର ସେଦିନର ସେହି ଲୋମ ଟାଙ୍କୁରା ଘଟଣା ମନେ ପଡ଼ିଯାଏ ।

କେବଳ ଶ୍ରୀନିବାସ ନୁହନ୍ତି, ସେଦିନର ବିସ୍ଫୋରଣରେ ମୋଟ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ସେମାନଙ୍କ ମଧ୍ୟରୁ ଆଉ ଜଣେ ସେତେବେଳେ ଦଶମରେ ପଢ଼ୁଥିବା ବିଶ୍ୱଜିତ ପଣ୍ଡା ଥିଲେ । ଦୁର୍ଘଟଣାରେ ସବୁଦିନ ଲାଗି ସେ ନିଜ ଆଖି ହରାଇଦେଲେ । ହେଲେ ବିଶ୍ୱଜିତ୍ ଆଜିଯାଏଁ ସେଦିନର କଥାକୁ ଭୁଲିପାରୁନାହାନ୍ତି । ନିଜ ଭାଗ୍ୟକୁ ଦୋଷ ଦେଇ କୁହନ୍ତି, ଯଦି ସେଦିନ ସେ ୯ଟା ଯାଏଁ ଘରେ ଶୋଇ ପଡ଼ିଥାନ୍ତେ, ହୁଏତ ଆଜି ଏ ଅବସ୍ଥା ହୋଇ ନ ଥାନ୍ତା । ଆଖି ହରାଇବାର ପ୍ରାୟ ୧୦ ବର୍ଷ ପରେ ବିଶ୍ୱଜିତ ଏବେ ସରକାର ଦେଇଥିବା ଭେଣ୍ଡିଂ ଜୋନ୍‌ରେ ଦୋକାନ ଘର ଖଣ୍ଡେ କରି ନିଜ ପେଟ ପୋଷୁଛନ୍ତି । ଘର ଖଣ୍ଡେ ପାଇଁ ଏବେ ସରକାରଙ୍କ ନିକଟରେ ଗୁହାରି ମଧ୍ୟ କରିଛନ୍ତି । ବେଲୁନ ବିକାଳିର ସାମାନ୍ୟ ଅସାବଧାନତାରୁ ହାଇଡ୍ରୋଜେନ୍ ଗ୍ୟାସ୍ ବିସ୍ଫୋରଣରେ ସବୁଦିନ ପାଇଁ ଅନ୍ଧକାରକୁ ଚାଲିଯାଇଛି ୯ ଜୀବନ ହେଲେ ଜୀବନ ଯୁଦ୍ଧ ହାରି ନଯାଇ ଛାତ, ଭାତ ଓ ଭବିଷ୍ୟତ ପାଇଁ ଏବେ ବି ସେମାନେ ସଂଗ୍ରାମ ଜାରି ରଖିଛନ୍ତି ।