ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି।