Advertisment

୯୩ ବର୍ଷରେ ବି ଥକି ନାହାନ୍ତି: ଅଣ୍ଟା ସିନା ବଙ୍କି ଗଲାଣି, ତଥାପି ପାନ ଦୋକାନ କରି ମେଣ୍ଟାଉଛନ୍ତି ଗୁଜୁରାଣ

ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
93-Year-Old Harapriya Sells Paan To Earn A Living

93-Year-Old Harapriya Sells Paan To Earn A Living

ବାଲେଶ୍ୱର(ରିପୋର୍ଟ-ରଣଜିତ୍‌ ପାକଳ): ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍‌ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି। ଆମେ କହୁଛୁ ଅଭାବ ଅନଟନରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲ୍ଲା ମାଣିଖମ୍ବରେ ରହୁଥିବା ହରପ୍ରିୟା ଦେ’ଙ୍କ ବିଷୟରେ। ହରପ୍ରିୟା ମାଉସୀ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି। 

Advertisment

୯୩ ବର୍ଷୀୟ ହରପ୍ରିୟାଙ୍କ ପରିବାର କହିଲେ ଗୋଟିଏ ପୁଅ। ପୁଅ ସହ ସେ ରୁହନ୍ତି। ସବୁଠୁ ଦୁଃଖଦ କଥା, ପୁଅ ରୋଗିଣା ଥିବାରୁ ତାଙ୍କ ଦୁଃଖର ଭାର ଆହୁରି ବଢ଼ି ଯାଇଛି। ରହିବାକୁ ଘରେ ଖଣ୍ଡେ ମଧ୍ୟ ନାହିଁ। ହରପ୍ରିୟା ମାଉସୀଙ୍କ ଅଭିଯୋଗ, ଗତ ନିର୍ବାଚନ ବେଳେ ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଆସି ତାଙ୍କ ପାଇଁ ଘର ଖଣ୍ଡେ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ଜିତିବା ପରେ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହି ଯାଇଛି। ତେବେ ଗତ ନିର୍ବାଚନର ବାଲେଶ୍ୱର ସାଂସଦ ପ୍ରାର୍ଥୀ ତଥା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ହରପ୍ରିୟା ମାଉସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି।

ହରପ୍ରିୟା ମାଉସୀ କହିଛନ୍ତି, ‘ସ୍ୱରୂପ ଦାସ ଆସି ପଚାରିଥିଲେ, ଆପଣଙ୍କର କ’ଣ ଦରକାର ? ଘର ଖଣ୍ଡେ ଦରକାର ବୋଲି ମୁଁ କହିଥିଲି। ପକ୍କା ଘର କରିଦେବି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବର୍ଷା ହେବାରୁ ରହିବାରେ ସମସ୍ୟା ହେବାରୁ ଥରେ ତାଙ୍କ ପାଖକୁ ଯାଇଥିଲି ଓ ସେ ଜରି ଖଣ୍ଡେ ଦେଇଥିଲେ। ଜରି ଖଣ୍ଡେ ଆଣି ଘରେ ପକାଇଥିଲି। ହେଲେ ତାହା ନଷ୍ଟ ହୋଇଯାଇଥିଲା। ତେବେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ।’ 

Advertisment

୯୩ ବର୍ଷ ବୟସରେ କାହିଁକି ପାନ ଦୋକାନ କରିଛନ୍ତି ବୋଲି ପଚାରିବାରରୁ ଉତ୍ତରରେ ହରପ୍ରିୟା ମାଉସୀ କହିଛନ୍ତି, ‘କ’ଣ ଆଉ କରିବି। କେମିତି ଚଳିବି ? ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ।’

Special Story 93 Year Old Woman Sells Paan
Advertisment
Advertisment