ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍ ଅଜବ୍ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍ମାନ୍ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍ କଲେକ୍ସନ୍କୁ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ରେ ସେ ସଲ୍ମାନ୍ଙ୍କୁ ‘ପେପର୍ ଟାଇଗର୍’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେ ଟ୍ୱିଟ୍ରେ […]
ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା […]
ବେଜିଂ: ଚାଇନାର ସିଚୁଆନାରେ ଗତକାଲି ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ […]
ନୂଆଦିଲ୍ଲୀ:ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ। ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେସନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ […]
ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଓଡ଼ିଆ ୱେଟ ଲିଫ୍ଟର କେ. ରବିକୁମାର। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ ସମେତ ମୋଟ୍ ୧୯ ଜଣ ଆଥଲେଟ୍ ବିଫଳ ହୋଇଛନ୍ତି । ଗତ ଫେବୃୟାରୀରେ ରବିକୁମାରଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ବିଶାଖାପାଟଣାରେ ହୋଇଥିବା ଜାତୀୟ ସିନିୟର ଭାରୋତ୍ତଳନ ଚାମ୍ପିନଶିପରେ ରବି କୁମାର ୮୯ କିଲୋଗ୍ରାମ ବର୍ଗରେ ଚାମ୍ପିୟାନ ହେବା ସହ ୱେଟଲିଫ୍ଟର ଅଫ ଦି ଚାମ୍ପିଅନ୍ଶିପ୍ ଆଖ୍ୟା ଅର୍ଜନ କରିଥିଲେ। […]
ଇସ୍ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସମାଲୋଚନା କରୁଥିଲେ। ଟ୍ୱିଟର୍ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ […]
ପାଟନା: ବିହାରରେ ଜାରି ରହିଥିବା ପ୍ରବଳ ଖରା ଓ ଲୁ’ ପାଇଁ ସମଗ୍ର ରାଜ୍ୟରେ ସ୍ଥିତି ବିଗିଡ଼ି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଲୁ ଯୋଗୁ ଗତ ୩ ଦିନ ମଧ୍ୟରେ ରାଜ୍ୟର ପ୍ରାୟ ୧୮୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ସେହିପରି ଶହଶହ ଲୋକ ଗ୍ରୀଷ୍ମ ପ୍ରବାହ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ପାଟଣା ସମେତ ରାଜ୍ୟର ବିଭିନ୍ନ ସହରରେ ପାରଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି […]
ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। […]
ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା। ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭା ଅଧିବେଶନ। ଆଜି କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା। ଆଜି କିଛି ସାଂସଦ ଶପଥ ନେଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ତେବେ ପ୍ରଥମଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସ୍ମୃତି ଇରାନୀ […]
ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଅନନ୍ତନାଗର ଏକିଂଗମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା […]
ପାଟଣା: ବିହାର ପାଇଁ ବଡ଼ ବିପତ୍ତିର ରୂପ ନେଇଥିବା ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ ରୋଗରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ବିଭିନ୍ନ ମେଡ଼ିକାଲରେ ୧୧୦ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତ। ଗତକାଲି ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମୁଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଯାଇଥିଲେ। ଗସ୍ତ ସମୟରେ ଜଣେ ଶିଶୁ […]
ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଲେ। ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ। ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍ରେ ଯାଉଥିବା ବେଳେ ଏ ଘଟଣା ଘଟିଥିଲା। ପଛରେ ବସିଥିବା ପ୍ରେମିକା ହେଲ୍ମେଟ୍ ଖୋଲିବାକୁ ପ୍ରେମିକଙ୍କୁ କହିଥିଲେ। ସେ ତାଙ୍କ ମୁହଁକୁ ଭଲ ଭାବେ ସ୍ପର୍ଶ କରିପାରୁ ନଥିବା କହି ହେଲ୍ମେଟ୍ ଖୋଲିବାକୁ କହିଥିଲେ। ପ୍ରେମିକ ହେଲ୍ମେଟ୍ ଖୋଲିବା ପରେ ପ୍ରେମିକା […]
ନୂଆଦିଲ୍ଲୀ: କୋଲକାତାର ନୀଲ ରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ନେଇ ସାରା ଦେଶରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ(ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଆଇଏମ୍ଏର ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ସୂଚନା ଅନୁଯାୟୀ,ପ୍ରଥମେ ଏମ୍ସ ଡାକ୍ତରମାନେ ଆଇଏମ୍ଏ ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ। ହେଲେ ଗତକାଲି […]
ମାଞ୍ଚେଷ୍ଟର: ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ଥିଲା ଭାରତ ଓ ପାକିସ୍ତାନ ମ୍ୟାଚ୍। ସାରା ବିଶ୍ୱର ନଜର ଥିଲା ଏହି ଖେଳ ଉପରେ। ଶେଷରେ ବିରାଟ୍ ବାହିନୀ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇ ନିଜର ରେକର୍ଡକୁ ବଜାୟ ରଖିଲା। ଭାରତକୁ ହରାଇବା ପାଇଁ ପାକିସ୍ତାନ ଟିମ୍ ବି ଫୁଲ ଦମ୍ରେ ଥିଲେ। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଖେଳାଳୀମାନଙ୍କୁ ଟିପ୍ସ ଦେଉଥାନ୍ତି। ଏପରିକି ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମଧ୍ୟ ସେ […]
ମାଞ୍ଚେଷ୍ଟର:ଭାରତ-ପାକିସ୍ତାନ ମ୍ୟାଚ୍ ସରିଯାଇଛି। ପାକିସ୍ତାନକୁ ହରାଇ ଭାରତ ତାର ରେକର୍ଡ ବଜାୟ ରଖିଛି। ଏବେ ମ୍ୟାଚ ସରିବା ପରେ ଆରମ୍ଭ ହୋଇଛି ମାନସ ମନ୍ଥନ। ଏହି ମାନସ ମନ୍ଥନରୁ ଜଣାପଡ଼ିଛି ମ୍ୟାଚ୍ରେ କୋହଲି ଆଉଟ ହୋଇ ନ ଥିଲେ। ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ୭୭ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ସର୍ଫରାଜ ଅହମ୍ମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ରିପ୍ଲେ’ରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ବିରାଟଙ୍କ […]
ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତକୁ ମିଳିଛି ମହାବିଜୟ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ଏହା ସହିତ ବିଶ୍ୱକପ୍ରେ ଭାରତ ୭ ଥର ପାକିସ୍ତାନକୁ ହରାଇଛି, ଯାହା ଏକ ରେକର୍ଡ। କାରଣ ଏଯାବତ୍ ପାକିସ୍ତାନ କୌଣସି ଥର ଭାରତକୁ ବିଶ୍ୱକପ୍ରେ ହରାଇ ପାରିନି। ତେବେ ଗତକାଲି ମ୍ୟାଚ୍ ବେଳେ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ଗୋଟିଏ ଭୁଲ୍ କରି ଦେଇଥିଲେ। କୁହାଯାଏ, ଧୋନି ହେଉଛନ୍ତି ଡିଆର୍ଏସ୍ ଏକ୍ସପର୍ଟ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆର୍ଏସ୍କୁ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍’ […]
ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ଭଲ ଷ୍ଟାର୍ଟ ମିଳିଛି । ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ଓପନ୍ କରୁଥିବା ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ପାକିସ୍ତାନର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଛନ୍ତି । ବିଶେଷକରି ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମ୍ୟାଚରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୦ […]
ଭୁବନେଶ୍ୱର: ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍। ୱାର୍ଲଡ୍ କପ୍ ମ୍ୟାଚ୍ରେ ୭ମ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦେଶ। ଏହି ମ୍ୟାଚ୍କୁ ନେଇ ଦୁଇ ଦେଶ ନୁହେଁ ବରଂ ସାରା ବିଶ୍ୱ ଉତ୍ସାହିତ। ଏମିତିକି ଅଫ ଫିଲ୍ଡରେ ବି ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଢେର ଉତ୍ସାହିତ କ୍ରିକେଟ୍ ପ୍ରେମୀ। ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଡଗ୍ ଫାଇଟ୍ । ସେପଟେ ଓଡ଼ିଶାରେ ମଧ୍ୟ ଏହି ବିଗ୍ ଫାଇଟକୁ ନେଇ […]
ପାଟନା: ବିହାରର ମୁଜାଫରନଗର ଓ ଅନ୍ୟ କେତେକ ଜିଲ୍ଲାରେ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ବେକାବୁ ହୋଇଛି। ଆଜି ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରନଗର ଯାଇ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି। ଗତକାଲି ଏହି ଏଇଏସ ରୋଗରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ଶନିବାର ସୁଦ୍ଧା ୧୫ ଦିନରେ ୯୫ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବରେ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ମୁଜାଫରନଗର ସ୍ଥିତ […]