ଭୁବନେଶ୍ୱର: ସି ପ୍ଲେନ୍ ନା ହେଲିକପ୍ଟର ? ଚିଲିକା ଉପରେ କିଏ ଉଡ଼ିଥିଲା ବା ଓହ୍ଲାଇଥିଲା, ଏପର୍ଯ୍ୟନ୍ତ ତା’ର ତଦନ୍ତ ହୋଇନି। କିନ୍ତୁ ପ୍ରଶାସନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା କରି ତରବରିଆ ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହାଙ୍ଗରକୁ ସିଜ୍ କରିଛି। ଅନ୍ୟପଟେ ଚିଲିକା ଉପରେ ହେଲିକପ୍ଟର୍ ଉଡ଼ିବା ଲାଗି କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଡିଏ କର୍ତ୍ତୃପକ୍ଷ ସୁଶାନ୍ତ ନନ୍ଦ କହିଛନ୍ତି। ସେହିପରି ହେଲିକପ୍ଟର୍ ଉଡ଼ାଇବା ଦ୍ୱାରା ଜୈବ ବିବିଧତା […]
ଭୁବନେଶ୍ୱର: କାଲିଠୁ ୩ ଦିନ ଯାଏ ବର୍ଷା ହେବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ତିନି ଯାଏ ବର୍ଷା ସମ୍ବାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳରେ କାଲିଠୁ ୩୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍. […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୋପୀ କାଙ୍କୁବାଡ଼ି ଗ୍ରାମରେ ଫଟୋ ଉଠାଇକୁ ନେଇ ତୁମୁଳ କାଣ୍ଡ ହୋଇଛି। ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ମହିଳା ନଦୀରେ ଗାଧୋଉଥିବା ବେଳେ କିଛି ଯୁବକ ସେମାନଙ୍କ ଫଟୋ ଉଠାଇଥିଲେ। ମହିଳାମାନେ ଯୁବକମାନଙ୍କୁ ଫଟୋ ଡିଲିଟ୍ କରିବାକୁ କହିବା ସତ୍ତ୍ୱେ ଯୁବକମାନେ ଫଟୋ ଡିଲିଟ୍ ନକରିବାରୁ ଗଣ୍ଡଗୋଳର ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ […]
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍ ସିଲ୍ ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଦେଇଥିବା ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୁରୀ ପୁଲିସ୍ ପାଖକୁ ପଠାଇ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍ […]
ପୁରୀ: ୪୮ ଘଣ୍ଟା ପରେ କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସେବାୟତଙ୍କ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦୁଇ କନଷ୍ଟେବଲ୍ଙ୍କ ବଦଳି ସହିତ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର୍ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଯାଇ ଆନ୍ଦୋଅଳନ ପ୍ରତ୍ୟାହାର ହୋଇଥିଲା। ପ୍ରକାଶ ଥାଉକି, ପୁରୀ ବାଲିଘାଟ ଅଞ୍ଚଳର […]
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସମବାୟ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲା। ସେହିଭଳି ଶାସକ ବିଜେଡି ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ ଉଠାଇଥିଲା। ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ସୋଶାଲ୍ ମିଡିଆରେ ଅପ୍ଲୋଡ୍ କରିଥିବା ଭିଡିଓକୁ ପ୍ରସଙ୍ଗ କରିଥିଲା ଶାସକ ବିଡେଜି। ଏହା ସାମ୍ପ୍ରଦାୟିକତା ଏବଂ ଓଡ଼ିଶାର ସ୍ୱାଭିମାନକୁ […]
ଭୁବନେଶ୍ୱର: ହେଲିକପ୍ଟର୍ ସିଜ୍ ଘଟଣାରେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି, ଶନିବାର ସେ କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ ହେଲିକପ୍ଟର୍ ଉଡ଼ାଇଥିଲେ। ଏବଂ ଯେଉଁ ସମୟରେ ଚିଲିକା ହ୍ରଦରେ ଅବତରଣ କରାଯାଇଥିବା FIRରେ ଅଭିଯୋଗ କରାଯାଇଛି, ସେହି ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି। ଏହାର ଏଟିସି ରେକର୍ଡ ଯାଞ୍ଚ୍ କରାଯାଉ […]
ପୁରୀ: ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଇଛି ପୁରୀର ସଚେତନ ନାଗରିକ ମଞ୍ଚ। ଏସ୍ପିଙ୍କ ଜରିଆରେ ଅରଖକୁଦା ଥାନାରେ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ପାଇଁ ଏତଲାରେ ଆବେଦନ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଅନ୍ୟ କିଛି ନେତାଙ୍କ ନାଁରେ ବି ମାମଲା ରୁଜୁ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି। […]
ଭୁବନେଶ୍ୱର: ଚିଲିକା ଉପରେ ସି ପ୍ଲେନ୍ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚିଲିକା ଉପରେ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ଏନେଇ ଡିଜିସିଏ ସ୍ପଷ୍ଟ କହିପାରିବେ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ାଣ ଘଟଣାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ାଣ ଘଟଣା ବର୍ଷକ ତଳର ବୋଲି କୁହାଯାଉଛି। ସେତେବେଳେ […]
ଟ୍ରିବ୍ୟୁନାଲ୍ରେ କେନ୍ଦ୍ରର ଗାଇଡ୍ଲାଇନ୍ ସ୍ପଷ୍ଟ ନଥିବାରୁ ବର୍ଷିଲା ବିଜେଡି, ବିଜେପି କହିଲା ଗୋଳିଆ ପାଣିରୁ ଫାଇଦା ନେବା ଉଦ୍ଦେଶ୍ୟ
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ। ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ମାସ ହେଲା ଜନ୍ତା ବସାଯାଇଥିବା ବେଳେ ସେଥିରେ ୩ଟି ମୂଷା ପଡ଼ିଛନ୍ତି। ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରୁଥିଲେ। ଯାହାକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଚିନ୍ତିତ ଥିଲେ। ତେବେ ବସା ଯାଇଥିବା ଯନ୍ତାରେ ୩ଟି ମୂଷା ପଡ଼ିବା ପରେ ଏବେ […]
ଜଗତସିଂହପୁର: ଜଗତସିଂହପୁର ସଦର ଥାନା ହାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜଗତ୍ସିଂହପୁର ଏସ୍ପି। ନିଲମ୍ବିତ ୨ ପୁଲିସ୍ କର୍ମଚାରୀ ହେଲେ ASI ରବି ନାରାୟଣ ସେନାପତି ଓ କନ୍ଷ୍ଟେବଲ ଶିବ ଜାନି। ସୂଚନାଥାଉ କି, ଗତ ୧୨ ତାରିଖରେ ଏକ ମାମଲାରେ ଓଡ଼ିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ଥାନାକୁ ଅାଣିଥିଲା ପୁଲିସ। ତାଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ପରେ ଏସ୍ପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବରିଷ୍ଠ ନେତା ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କ'ଣ କହିଲେ ଶୁଣନ୍ତୁ #Odisha pic.twitter.com/9kcLffZa7M — ଓଟିଭି (@otvkhabar) 18 September 2018 ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବିଜେପି ନେତା କେଭି ସିଂଦେଓ କ'ଣ କହିଲେ ଶୁଣନ୍ତୁ #Odisha […]
ସମ୍ବଲପୁର: ବାଟବଣା ହେଲାଣି ଫସଲବୀମା ଯୋଜନା। ଚାଷୀଙ୍କ ସହ ଖେଳୁଛନ୍ତି ବୀମା କମ୍ପାନୀ ଓ ସରକାରୀ ଅଧିକାରୀ। ଦୁହିଁଙ୍କ କଳିରେ ପେଶି ହୋଇଗଲେଣି ସର୍ବସ୍ୱାନ୍ତ ହୋଇଥିବା ଚାଷୀ। ବୀମାଟଙ୍କା ନ ମିଳିବାରୁ ତାତିଛନ୍ତି ଚାଷୀ। ବାଧ୍ୟ ହୋଇ ସେମାନେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ରାସ୍ତାରେ ଚକାଜାମ୍ କରି ନିଜର ହକ୍ ମାଗିଛନ୍ତି। ଗତବର୍ଷ ମରୁଡ଼ିମାଡ଼ ପରେ ଚାଷ ଜମିରେ ଚକଡ଼ା ପୋକ ଚରି ଯାଇଥିଲେ। ଏଥିପାଇଁ ବରଗଡ଼, ସମ୍ବଲପୁର ସମେତ […]
ସମ୍ବଲପୁର: ସମ୍ବଲପୁରରେ ସିଭିଲ କନଷ୍ଟେବଲ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚୂଡାନ୍ତ ଯୋଗ୍ୟ ତାଲିକାରେ ନାଁ ଥାଇ ମଧ୍ୟ ନିଯୁକ୍ତିରୁ ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଛାତ୍ରଛାତ୍ରୀମାନେ ସମ୍ବଲପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ନିଯୁକ୍ତି ପାଇଁ ଶାରୀରିକି ଓ ଲିଖିତ ପରୀକ୍ଷା ହୋଇଥିଲା। ଏଥିରେ ଉପକୃତ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଛାତ୍ରଛାତ୍ରୀଙ୍କ ନାଁ ବାହାରିଥିଲା। ତେବେ ନିଯୁକ୍ତି ପୂର୍ବରୁ ପୁଣି ଥରେ ସଂଶୋଧିତ ତାଲିକା ବାହାର […]
ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି। ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଂଗୀତ […]
କଟକ: ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନଜୀବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସୂଚନା ଦେଇଛି। ବିବାଦର ସମାଧାନ ଲାଗି ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଆସନ୍ତା ୩୦ ତାରିଖ ଯାଏ ଅଲ୍ଟିମେଟମ୍ ଦେଇଛି ହାଇକୋର୍ଟ ବାର୍ ଆସୋସିଏସନ୍। ସଂଘ ସଂପାଦକ କହିଛନ୍ତି, ଏହି ସମୟ ମଧ୍ୟରେ ଯଦି […]
ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି କଟକରେ ପେଟ୍ରୋଲ ଦର ୮୧ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି। ସେହିପରି କୋରାପୁଟରେ ପେଟ୍ରୋଲ ଦର ୮୪ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୪ ପଇସା ରେ ପହଞ୍ଚିଛି। ନବରଙ୍ଗପୁରରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା, ଡିଜେଲ ଦର ୮୨ଟଙ୍କା ୨୫ ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ୮୪ଟଙ୍କା […]
ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। କ୍ୟାମେରା ଡ୍ରୋନ୍ ଉଡ଼ାଉଥିବା ୮ ଯୁବକଙ୍କୁ ପୁଲିସ୍ ଅଟକ ରଖିଛି। ଏମାର ମଠ ଛାତ ଉପରେ ୮ ଜଣ ଯୁବକ ଡ୍ରୋନ୍ ଉଡ଼ାଉଥିବା ଅଭିଯୋଗ ହୋଇଛି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସର୍ଟ ଫିଲ୍ମ ପାଇଁ ସେମାନେ ଡ୍ରୋନ୍ ଉଡ଼ାଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ବ୍ୟାନ୍ ହୋଇଛି।
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବହୁ ସଂଖ୍ୟକ ଟ୍ୱିଟର ୟୁଜର୍ ସେମାନଙ୍କ ମତାମତ ରଖିଛନ୍ତି। ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ FIR ଓ ଏୟାରପୋର୍ଟ ରେକର୍ଡସ୍ରେ ତାଳମେଳ ନାହିଁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି। ଏହି ଘଟଣାକୁ ନେଇ ଟ୍ୱିଟର ୟୁଜର ଜଣକ କହିଛନ୍ତି ‘FIRରେ ଉଲ୍ଲେଖ ଯେ, ସେପ୍ଟେମ୍ବର ୧୫ ତାରିଖରେ ଦିନ ୧ଟା ୩୦ରେ ଚିଲିକାରେ ହେଲିକପ୍ଟର ଅବତରଣ କରିଥିଲା। […]
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍ ସିଜ୍ ନେଇ ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର୍ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଡିଜିସିଏ। ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୁଲିସ୍ ଭୁବନେଶ୍ୱର ଏୟାର୍ପୋର୍ଟରେ ଥିବା ତାଙ୍କ ହ୍ୟାଙ୍ଗର୍ ସମେତ ୩ଟି ଯାକ ହେଲିକପ୍ଟର୍କୁ ସିଲ୍ କରିଥିଲେ। ତେବେ ଡିଜିସିଏ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତପକ୍ଷଙ୍କୁ […]
ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବକୁଳ ବନର ପରିବେଶ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଆ […]
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ୍। ଯେଉଁ ଅଭିଯୋଗ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସେଇଆ କରିଥିଲେ। ଏକ ହୋଟେଲ୍ ଉଦ୍ଘାଟନ ପାଇଁ କିଛି ମାସ ତଳେ ଚିଲିକା ଉପରେ ହେଲିକପ୍ଟରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ଜବତ କରାଗଲା, ତାହା ଯଦି ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ କାହିଁକି ନୁହେଁ ବୋଲି ଜଣେ ଟ୍ୱିଟ୍ର ୟୁଜର […]
ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗର ତଣ୍ଟି ଚିପି ହତ୍ୟା କଲେ ୨ ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଭଞ୍ଜନଗର ବଡ଼ଗଡ଼ ଥାନା ଏକଲପୁର ଗାଁରୁ। ମୃତକ ହେଲେ ସେହି ଗାଁର ସୀତାରାମ। ସୂଚନା ଅନୁସାରେ, ସାଙ୍ଗ ଜିତୁ ରାଉତ ଓ ଜିଲୁ ନାୟକଙ୍କ ସହିତ କୌଣସି ଏକ କାରଣକୁ ନେଇ ସୀତାରାମଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଜିତୁ ଓ ଜିଲୁ ଅତର୍କିତ ଭାବେ ସୀତାରାମଙ୍କ ତଣ୍ଟି ଚିପିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପରେ […]
ଭୁବନେଶ୍ୱର: ବାଣ ଫୁଟା କଟକଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ବାଣଫୁଟା ପାଇଁ ରାଜ୍ୟରେ ସର୍କୁଲାର ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିବ ବୋଲି ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। କଟକ ପୁଲିସ୍ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମ୍ବେଦନଶୀଳ ଜାଗାରେ ବାଣ ଫୁଟାଇବାକୁ କଡ଼ାକଡ଼ି ବାରଣ କରାଯାଇଛି। ଗୋଟିଏ […]