• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଟିଲା ସସପେନ୍ସ । ବଛା ହେଲେ ଯୋଦ୍ଧା । ଛକାପଞ୍ଝା ମଧ୍ୟରେ ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍‌ ଦାସଙ୍କୁ ବିଜପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି । ସିଏମସି ମେୟର ନିର୍ବାଚନ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି । 

ଗତକାଲି କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଥିବାବେଳେ ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି । ଆଉ ଆଜି ଅଭିନେତର ଶ୍ରୀତମ ଦାସଙ୍କ ନାମ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।

 

ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରିତମ୍ ଦରସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଏତେ ବର୍ଷ ହେଲା ଦଳ ସହ ଜଣେ ଶୃଙ୍ଖଳିତ କର୍ମୀ ପରି ରହିଆସିଛନ୍ତି । ଏହାସହ ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ସଂପାଦକ ଅଛନ୍ତି ।

କଟକ ମେୟର ପାଇଁ ପ୍ରାର୍ଥୀ ହୋଇଥିବା ସୁବାସ ସିଂ ସିପିଆଇରୁ କ୍ୟାରିୟର୍‌ ଗଢ଼ିଥିଲେ । ପରେ ସେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ୨୦୧୯ରେ ମଧ୍ୟ ମେୟର ନିର୍ବାଚନରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି କଟକ ରାଜନୀତରେ ସେ ସକ୍ରିୟ ଅଛନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । ତାଙ୍କର ଆଉ ୪ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି । ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମେୟର ଟିକେଟ ହାତେଇଛନ୍ତି ସୁବାସ ସିଂ ।

କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପୂର୍ବତନ କର୍ପୋରେଟର ରହିସାରଛନ୍ତି । ଦୀର୍ଘ ଦି ହେବ କଟକ ତଥା କଟକବାସୀଙ୍କ ଅଧିକାର ଓ ସମସ୍ୟା ପାଇଁ ଲଢେଇ କରୁଛନ୍ତି । କାଉନସିଲ ଭିତରେ ଏବଂ ସଡକରେ ସେ ଦୀର୍ଘ ଦିନ ଧରି ସାଧାରଣ ସମସ୍ୟାକୁ ନେଇ ଲଢେଇ ଜାରି ରଖିଛନ୍ତି।