Advertisment

ଜଳେଶ୍ୱର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନ ଭିତରେ କିଛି ଯୁବକ ବ୍ରାଉନ୍ ସୁଗାର ବିକୁଥିବା ଏବଂ କିଣୁଥିବା ଭିଡିଓ ଭାଇରାଲ ହେଉଛି

author-image
Prangyan Parimita
ଅଦ୍ୟତନ ହୋଇଛି
Brown Sugar Deal:

Brown Sugar Deal:

ଧଳା ଜହର କବଳରେ ଯୁବପୀଢି । ବ୍ରାଉନ୍ ସୁଗାରର ପେଣ୍ଠସ୍ଥଳୀ ଜଳେଶ୍ୱର ପରେ ଏବେ ବାଲେଶ୍ୱରର କମର୍ଦ୍ଦା ଅଞ୍ଚଳରେ ଧଳା ଜହରର କାରବାର ଦେଖିବାକୁ ମିଳୁଛି । ଏହି ବେଆଇନ୍ କାରବାର ଚାଲିଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନ ଭିତରେ କିଛି ଯୁବକ ବ୍ରାଉନ୍ ସୁଗାର ବିକୁଥିବା ଏବଂ କିଣୁଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ବିକ୍ରି କରୁଥିବା ଦୋକାନୀ ମଧ୍ୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ବ୍ରାଉନ୍ ସୁଗାର ବିକ୍ରି ବେଳର ଭିଡିଓ ଭାଇରାଲ ପରେ ଗତ ରାତିରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ ।

ଚଢାଉ ବେଳେ ଅମ୍ବୁ ଦାସ ନାମକ ଜଣେ ବେପାରୀକୁ ଗିରଫ କରାଯାଇଛି । ତା ପାଖରୁ ୨୬୦ ଗ୍ରାମ୍ ଧଳା ଜହର ଜବତ ହୋଇଛି । ଜବତ ୨୬୦ ଗ୍ରାମ୍ ବ୍ରାଉନ୍ ସୁଗାରର ଆନୁମାନିକ ବଜାର ଦର ୨୬ ଲକ୍ଷ ଟଙ୍କା ହେବ ।

Advertisment
Brown Sugar Deal
Advertisment
Advertisment