• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶରୁ ଖସିଲା ବଡ଼ ବଡ଼ ଲୁହା ଗୋଳା । ରାତିର ଅନ୍ଧାର ଭିତରେ ଖସି ଆସିଲା ନିଆଁ ଲାଗିଥିବା ବଡ଼ ବଡ଼ ପିଣ୍ଡୁଳା । ହେଲେ ସକାଳୁ ଦେଖିଲା ବେଳକୁ ସେ ସବୁ ଥିଲା ବଡ଼ ବଲ୍ ସଦୃଶ । ଗୁଜରାଟ ଆନନ୍ଦ ଜିଲ୍ଲାର କିଛି ଗାଁରେ ଗତକାଲି ରାତିରେ ଏପରି କିଛି ଘଟଣା ଘଟିଛି । କୌତୁହଳ ବଢ଼ୁଥିବାରୁ ଲୋକେ ପଡ଼ିଥିବା ବଲ୍ ଦେଖିବା ପାଇଁ ଆସୁଛନ୍ତି । ତେବେ ଏଥିରେ ଅନେକ ଲୋକ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଆକାଶରୁ ଭୀଷଣ ଶବ୍ବ ସହ ତଳକୁ ଖସି ଆସିଥିଲା ନିଆଁ ପିଣ୍ଡୁଳା ଗୁଡ଼ିକ । ବର୍ତ୍ତମାନ ଆନନ୍ଦ ଜିଲ୍ଲା ଭଲେଜା, ଖାମଭୋଲଜ ଏବଂ ରାମପୁର ଗାଁରେ ଏହି ସବୁ ଲୁହା ବଲ ଭଳି ଦେଖାଯାଉଥିବା ସାମଗ୍ରୀ ପଡ଼ି ରହିଛି । ଲୋକେ ଏସବୁ ଦେଖିବା ପରେ ପୋଲିସକୁ ଖବର ଦେଇଛନ୍ତି ।

ଫରେନସିକ ଟିମ୍ ଆସି ଯାଞ୍ଚ କରୁଛି । ଅନୁମାନ କରାଯାଉଛି ଏସବୁ କୌଣସି ସାଟେଲାଇଟର ଆବର୍ଜନା ହୋଇଥାଇପାରେ । ଏହିପରି ଘଟଣା ଏହା ପୂର୍ବରୁ ବି ଘଟିଛି । ତେଣୁ ଏଥିରେ ବିଚଳିତ ନହେବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଏହି ଘଟଣାରେ କୌଣସି ମୃତାହତ ସୂଚନା ନାହିଁ ।

ସେହିଭଳି ଗତ ମାସରେ ମଧ ରାତ୍ରି ସମୟରେ ଗୁଜୁରାଟର ଆକାଶରେ ଏକ ଉଜ୍ଜ୍ୱଳ ଜିନିଷ ଦେଖାଯାଇଥିଲା । ବଲ ପରି ଦେଖାଯାଉଥିବା ସେହି ଜିନିଷଟି ଅତି ଦ୍ରୁତ ଗତିରେ ପୃଥିବୀ ଆଡକୁ ଆସୁଥିବା ଦେଖାଯାଇଥିଲା । ଆଉ ସେଥିପାଇଁ ଲୋକମାନେ ଭୟଭୀତ ହୋଇପଡିଥିଲେ ।