• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୋଏଡ଼ା ସେର ୯୩ ସ୍ଥିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାରକୁ ସଫଳତାର ସହ ମାଟିରେ ମିଶାଇବା ପରେ ଭାରତ ନୂଆ ଅଭିଜ୍ଞତା ହାସଲ କରିଛି । ଏହି ସଫଳ ବ୍ଲାଷ୍ଟିଂ ପରେ ଭାରତ ବର୍ତ୍ତମାନ ଶହେ ମିଟରଠୁ ଅଧିକ ଉଚ୍ଚତାର ବେଆଇନ୍ ବିଲ୍ଡିଂ ଧ୍ୱଂସ କରିବା କ୍ଲବରେ ସାମିଲ ହୋଇଛି । ଏହି ନଭଶ୍ଚୁମ୍ଭି ନିର୍ମାଣାଧିନ ବେଆଇନ ଅଟ୍ଟାଳିଳାକୁ ମାଟିରେ ମିଶେଇବାକୁ ମୁମ୍ବାଇର ଏଡିଫାଇସ୍ ଇଞ୍ଜିନିୟରିଂ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା । ଏକ୍ସପର୍ଟ ପାର୍ଟନରେ୍ ଭାବେ ଦକ୍ଷିଣ ଆଫ୍ରିକାର ଜେଟ୍ ଡିମୋଲିସନ ସଂସ୍ଥାକୁ ବଛାଯାଇଥିଲା । ପୂର୍ବରୁ ଏହି ଦୁଇ ଫାର୍ମ କେରଳର କୋଚିରେ ୪ଟି ଉଚ୍ଚ ଅଟ୍ଟାଳିକାକୁ ବିସ୍ଫୋରଣ କରି ଧ୍ୱଂସ ସ୍ତୁପରେ ପରିଣତ କରିଥିଲେ।

ନିର୍ମାଣାଧୀନ କୋଠା ମାଟିରେ ମିଶିବା ପରେ ଏବେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଜମା ହୋଇଥିବା ଅଳିଆ ଆବର୍ଜନା ନ ହଟିବା ଯାଏ ସେହି ସ୍ଥାନକୁ ଯିବା ନିରାପଦ ନୁହେଁ ବୋଲି ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବିଶେଷ କରି ଶ୍ୱାସ ରୋଗୀମାନେ ଏହି ସମୟରେ ଯଥେଷ୍ଟ ଧ୍ୟାନ ନେବା ଜରୁରୀ । ଆସନ୍ତା କିଛି ଦିନ ପାଇଁ ଏଠାକାର ବାୟୁର ମାନ ଖରାପ ରହିବ । ଯଦି ଏହି ସମୟ ମଧ୍ୟରେ ପ୍ରବଳ ପବନ ବହେ କିମ୍ବା ବର୍ଷା ହୁଏ, ତେବେ ସ୍ଥିତିରେ ସୁଧାର ଆସିପାରିବ । ଟ୍ୱିନ୍ ଟାଓ୍ୱାର ବ୍ଲାଷ୍ଟ ପରେ ପବନରେ ବିଷାକ୍ତ ଧୂଆଁ ମିଶିଥିବାରୁ ଆଖି, ନାକ ଓ ଚର୍ମ କୁଣ୍ଡେଇ ହେବାର ଆଶଙ୍କା ରହିଛି ।

କାଶ, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଲଙ୍ଗ୍ ଇନଫେକସନ, ଆସ୍ଥାମା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ହୃଦରୋଗ ପାଇଁ ବି ଏହା କାରଣ ସୃଷ୍ଟି କରିପାରେ । ତେଣୁ ସତର୍କ ରହିବାକୁ କୁହାଯାଇଛି । ବିସ୍ଫୋରଣ ସ୍ଥଳକୁ ଆଗାମୀ ୪୮ ଘଣ୍ଟା ଯାଏଁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯେଉଁମାନେ କିଛି ବି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସେପଟେ ନୋଏଡା ଅଥରିଟିକୁ ପ୍ରତିଦିନ ବାୟୁର ମାନ ପରୀକ୍ଷା କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବାୟୁର ଗୁଣବତା ଦୃଷ୍ଟିରୁ ଆସନ୍ତା ୧୫ ଦିନ ଗୁରୁତ୍ୱପୂର୍ଣ୍ଣ । ଏଣୁ ଆଣ୍ଟିସ୍ମୋଗ୍ ଗନର ବହୁଳ ବ୍ୟବହାର ଉପରେ ବି ଧ୍ୟାନ ଦେବାକୁ ପଡ଼ିବ ।