• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର ଅଛି, ପିଲା ଅଛନ୍ତି, ହେଲେ ପଢାଇବାକୁ ଶିକ୍ଷକ ନାହାଁନ୍ତି। ସବୁ ସୁବିଧା ଥାଇ କଟକ ଜିଲ୍ଲା ନିଆଳି ଶାସନପଦା ନୀଳ ମାଧବ ଜୀଉ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢାରେ ସମସ୍ୟା ଦେଖା ଦେଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଥିଲେ ମଧ୍ୟ ସାତ ଶିକ୍ଷକ ପଦ ଖାଲି ପଡିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୪ ଶିକ୍ଷକ ପଦ ଖାଲି ପଡିଛି ।

ସେହିପରି ନବମ ଓ ଦଶମ ଶ୍ରେଣୀର ୩ ଶିକ୍ଷକ ପଦ ଖାଲି ରହିଛି । ୩ ପିଅନ ପଦ ଖାଲି ଥିବାବେଳେ କିରାଣୀ ପଦ ମଧ୍ୟ ଖାଲି ରହିଛି । ଫଳରେ ଶିକ୍ଷାଦାନରେ ଘୋର ବାଧା ସୃଷ୍ଟି ହେଉଛି । ଏନେଇ ଅଭିଭାବକ ଓ ଗ୍ରାମବାସୀ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି କି ଶିକ୍ଷକ ପଦ ପୂରଣ ହେଉନାହିଁ।

ଶାସନପଦା ହାଇସ୍କୁଲରେ ଏବେ ୨ ଶହରୁ ଅଧିକ ପିଲା ପଢୁଛନ୍ତି। ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାରେ ପଡୁଛନ୍ତି । ଅନ୍ୟପକ୍ଷରେ ସ୍କୁଲରେ ପିଅନ ଓ କିରାଣୀ ଅଭାବ ଥିବାରୁ ନିଜେ ପ୍ରଧାନ ଶିକ୍ଷକ ଘଣ୍ଟା ବାଡେଇବା ସହ ସମସ୍ତ କିରାଣୀ କାମ କରୁଛନ୍ତି ।

ଦୀର୍ଘଦିନ ଧରି ଶାସନପଦା ନୋଡାଲରେ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ରହିଛି । ଦୀର୍ଘ ଦିନ ହେବ ଶିକ୍ଷକ-କିରାଣୀ ଓ ପିଅନ ପଦ ଖାଲି ପଡିଥିବାରୁ ଅସନ୍ତୋଷ ଦେଖାଦେଇଛି ।

କଟକ ଜିଲ୍ଲା ନିଆଳିରୁ ବିନୟ ମିଶ୍ରଙ୍କ ରିପୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now