• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାନ କିଣାରେ ବିଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶସାନ । ଫଳରେ ଆନ୍ଧ୍ର ଉଠାଉଛି ଧାନ । ମଣ୍ଡିରେ ଦିନେ କି ଦୁଇଦିନ ନୁହେଁ , ମାସ ମାସ ଧରି ମଣ୍ଡିରେ ପଡିରହୁଛି ଧାନ । ତଥାପି ମଣ୍ଡିରୁ ଧାନ ଉଠାଇପାରୁନି । ବାରମ୍ବାର ପ୍ରଶାସନକୁ ଅନୁରୋଧ ପରେ ବି ମଣ୍ଡିକୁ ମିଲର୍ସର ଗାଡି ଆସୁନଥିବାରୁ ଏବେ ଚାଷୀ ବାଧ୍ୟହୋଇ ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରୀ କରୁଛି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ରାମପୁର ଏବଂ ବିନିକା ବ୍ଲକ ସିଂଘିଯୁବାରେ ଆନ୍ଦ୍ର ଉଠାଉଛି ଧାନ । ଏଠାରେ ମାସ ମାସ ଧରି ମଣ୍ଡି ଅଚଂଳ ହୋଇପଡୁଛି । ଯେଉଁଥି ପାଇଁ ଚାଷୀର ହଜାର ହଜାର କୁଇଟାଂଲ ଧାନ ଖୋଲାଆକାଶ ତଳେ ପଡି ରହିବା ସହ ବର୍ଷାରେ ଭିଜି ଗଜା ହୋଇଯାଉଛି । ତଥାପି ମଣ୍ଡିରୁ ଧାନ ଉଠାଇବାରେ ବିଫଳ ହେଉଛି ଜିଲ୍ଲା ପ୍ରଶାସନ ।

ବାରମ୍ବାର ଦାବି ପରେ ବି ଫଳ ଶୁନ । ଫଳରେ ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି । ତେବେ ଦିନ ଦ୍ୱିପ୍ରହରରେ ଖୁଲମଖୁଲ୍ଲା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗାଁକୁ ଶହଶହ ଆନ୍ଧ୍ର ଟ୍ରକ ଆସି ଚାଷୀଙ୍କ ଠାରୁ କୁଇଟାଂଲ ପିଛା ୨୫ ଶହ ଟଙ୍କା ଦରରେ ଧାନ କିଣି ନେଉଛି ଆନ୍ଧ୍ର ।ଏଇ ଧାନ ଆନ୍ଧ୍ରରେ ଇଟିଲି ତତିଆରି ହେଉଥିବା କହିଛନ୍ତି ଆନ୍ଧ୍ରର ଟ୍ରକ ଡ୍ରାଇଭର ଓ ଚାଷୀ ।

ଚାଷୀ ଟୋକନ ପାଇଁ ମଣ୍ଡିକୁ ଧାନ ଆଣୁଛି । କିନ୍ତୁ ମଣ୍ଡିକୁ ମିଲର୍ସ ଆସୁ ନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡୁଛି । ଫଳରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଅଚଂଳର ଅନେକ ମଣ୍ଡିରେ ସମାନ ଅବସ୍ତା । ସେପଟେ ଓଡିଶାରେ କୁଇଣ୍ଟାଲ ପିଛା ୧୯ ଶହ ୪୦ ଟଙ୍କାରେ ଚାଷୀ ଧାନ ବିକ୍ରି କରୁଥିବା ବେଳେ ଆନ୍ଧ୍ର ବେପାରୀ ୨୫ ଶହ ଟଙ୍କାରେ ଧାନ କିଣୁଥିବା ଡ୍ରାଇଭର କହିଛି ।

ଦିଲ୍ଲୀପ କୁମାର ସାହୁ, ବିନିକା