Advertisment

UGC NET Exam: ଘୋଷଣା ହେଲା ୟୁଜିସି ନିଟ୍ ପରୀକ୍ଷା ତାରିଖ

ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...

author-image
Otv Khabar Bureau
ugc net exam dates nta announced ugc net december 2021 and june 2022 merged cycles schedule

ugc net exam dates nta announced ugc net december 2021 and june 2022 merged cycles schedule

ଘୋଷଣା ହେଲା ନିଟ୍‌ ପରୀକ୍ଷା ତାରିଖ । ଜୁଲାଇ ଓ ଅଗଷ୍ଟ ମାସରେ ପରୀକ୍ଷା ହେବା ନେଇ NTA(National Testing Agency -NTA) ପକ୍ଷରୁ ସୂଚନା ଦିଆଯାଇଛି । ୟୁଜିସି ନିଟ୍‌ ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ NTAର ୱେବସାଇଟକୁ ଯାଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଦେଖିପାରିବେ । 

Advertisment

କେବେ ହେବ ପରୀକ୍ଷା ? ଜାଣନ୍ତୁ ତାରିଖ :-
ଜୁଲାଇ ମାସର ୮,୯,୧୧,୧୨ ତାରିଖ ଏବଂ ଅଗଷ୍ଟ ମାସର ୧୨,୧୩, ୧୪ ତାରିଖରେ 'ୟୁଜିସି ନିନିଟ୍‌ ୨୦୨୨' ପରୀକ୍ଷା ହେବ । ପରୀକ୍ଷା ସମ୍ପର୍କୀତ ପ୍ରତିଟି ଅପଡେଟ୍ ଜାଣିବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ www.nta.ac.in କିମ୍ୱା ugcnet.nta.nicକୁ ଯାଇ ଯାଂଚ କରିପାବାକୁ NTA ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ପରୀକ୍ଷାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ ଥିଲେ ହେଲ୍ପଡେକ୍ସ ନଂ 011 40759000 କୁ ଯେଗାଯୋଗ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ [email protected]କୁ ମେଲ୍ ମାଧ୍ୟମରେ ନିଜ ଦ୍ୱନ୍ଦ ବିଷୟରେ    

ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦିସ୍ କୁମାର ଟ୍ୱିଟ୍ କରି ଏହି ସୂଚନା ଦେବା ସହ ପ୍ରାର୍ଥୀମାନଙ୍କୁ ପରୀକ୍ଷା ନିମନ୍ତେ ଶୁଭକାମନା ଜଣାଇଛନ୍ତି । 

Advertisment

ସୂଚନା ଅନୁସାରେ, UGC NET ୨୦୨୨ ପାଇଁ ଆବେଦନ ସମୟ ସୀମା ୨୦ ମେ ଥିବାବେଳେ ବର୍ଷକୁ କେବଳ ଦୁଇଥର ହିଁ UGC NET ପରୀକ୍ଷା କରାଯାଏ । କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବା ହେତୁ UGC NET ଜୁନ୍ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଛି । ଫଳରେ ସୁରୁଖୁରୁରେ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଉଭୟ ପରୀକ୍ଷକୁ ଏକ ସମୟରେ କରିବାକୁ ଏନ୍‌ଟିଏ ପୂର୍ବରୁ ନିଷ୍ପତ୍ତି ନେଇଥିଲା ।

UGC NET Exam
Advertisment
Advertisment