• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଜପତି ଜିଲ୍ଲା ମୋହନାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ନିୟନ୍ତ୍ରଣ ହେବାର ନା ନେଉନି । ଡେଙ୍ଗୁରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୭, ୮ ଏବଂ ୯ ନମ୍ବର ୱାର୍ଡରେ ଦେଢ ମାସ ମଧ୍ୟରେ ଡେଙ୍ଗୁରେ ୭ ଜଣଙ୍କ ଜୀବନ ଯାଇଛି । ସେହିପରି ୩୦ରୁ ଅଧିକ ଆକ୍ରାନ୍ତ ହେଲେଣି । ଡେଙ୍ଗୁକୁ ନେଇ ଏବେ ମୋହନାବାସୀ ଆତଙ୍କିତ ଅବସ୍ଥାରେ ।

ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ୱର ହାଇଟେକ୍ ମେଡିକାଲରୁ ଏକ ୧୬ ଜଣିଆ ଟିମ୍ ମୋହନା ପହଞ୍ଚିଛି । ଗ୍ରାଉଣ୍ଡ ଜିରୋରେ କ୍ୟାମ୍ପ କରି ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ସହ ଚିକିତ୍ସା ସେବା ଯୋଗାଉଛି ଟିମ୍ । ସେପଟେ ମୋହନା ମେଡିକାଲରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା, ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଏବଂ ୨୪ ଘଣ୍ଟା ଡାକ୍ତର ନିୟୋଜିତ ସହ ସାହି ଗୁଡିକର ପରିବେଶ ସଫା ରଖିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆରଡବ୍ଲୁଏସଏସ ପକ୍ଷରୁ ଡ୍ରେନ୍ ଗୁଡିକରେ ବ୍ଲିଚିଂ ପକାଇ ବିଶୋଧନ କରିଥିବା ବେଳେ ପାରଳାଖେମୁଣ୍ଡିରୁ ଏକ ଟିମ ଆସି ସାହି ଗୁଡ଼ିକରେ ଧୂଆଁ ଦେଇଛନ୍ତି । ଲୋକଙ୍କ ଦାବି ଖୁବ ଶୀଘ୍ର ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତିଶୃତି ଦେଇଛନ୍ତି ।

ଡେଙ୍ଗୁ ହେଲେ ସାବଧାନ୍‌ . . 

ଡେଙ୍ଗୁ କାରଣରୁ ବ୍ୟକ୍ତିର ଶରୀରରେ ଖୁବ ପିଡା ହେବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଫଳରେ ଲୋକେ ବ୍ୟତିବ୍ୟସ୍ତ ହୋଇ ଏଥିରୁ ମୁକ୍ତି ପାଇବା ନେଇ ବ୍ରୁଫେନ୍ ବା କମ୍ବିଫ୍ଲେମ୍ ଭଳି ପେନ୍ କିଲର୍‌ର ସହାୟତା ନେଇଥାନ୍ତି । ଏହି ପେନ୍ କିଲର ନନ୍ ଷ୍ଟେରୋଏଡାଲ୍ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଔଷଧ ହୋଇଥାଏ । ଡେଙ୍ଗୁ ସମୟରେ ଏହି ଔଷଧ ସେବନ କରିବା ଜୀବନ ପ୍ରତି ବିପଦ ହୋଇଥାଏ । ଏଭଳି ଔଷଧ ସେବନ ଦ୍ୱାରା ପେଟରୁ ରକ୍ତସ୍ରାବ ହୋଇପାରେ ଓ ଜୀବନ ମଧ୍ୟ ଚାଲି ଯାଇପାରେ ।

ଡେଙ୍ଗୁରୁ ମୁକ୍ତି ପାଇବା ନେଇ ପ୍ରୋଟିନ୍ ଓ ଆଇରନ ଯୁକ୍ତ ଖାଦ୍ୟ ପ୍ରଚୁର ଖାଇବାର ଅଛି। ଦିନକୁ ତିନିରୁ ପାଞ୍ଚ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଜରୁରୀ। ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଥାଏ।