Advertisment

ଚକ୍ରି ଦୋଳିରେ ବସି ମସ୍ତି କରୁଥିଲେ, ହଠାତ୍‌ ଉପରୁ ଖସି ପଡ଼ିଲା; ତା’ପରେ...

ଚକ୍ରି ଦୋଳିରେ ଲୋକମାନେ ବସି ମସ୍ତି କରୁଥିବା ବେଳେ ଦୋଳିଟି ହଠାତ୍‌ ଦ୍ରୁତ ଗତିରେ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜୋରରେ ଚିତ୍କାର କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Swing Crashes At Crowded Fair In Punjab

Swing Crashes At Crowded Fair In Punjab

ଉପରୁ ଖସି ପଡ଼ିଲା ଚକ୍ରି ଦୋଳି। ମେଳାରେ ପଡ଼ିଥିବା ଚକ୍ରି ଦୋଳିରେ ବସି ଲୋକମାନେ ମସ୍ତି କରୁଥିବା ବେଳେ ହଠାତ୍‌ ଦୋଳିଟି ତଳକୁ ଖସି ପଡ଼ିଥିଲା। ପୁରା ଉଚ୍ଚରେ ଥିବା ଏହି ଦୋଳିଟି ତଳକୁ ଖସି ପଡ଼ିବା ଯୋଗୁ ପାଖାପାଖି ୧୫ ଜଣ ଆହତ ହୋଇଛନ୍ତି। ପଞ୍ଜାବର ମୋହାଲି ସ୍ଥିତ ଦଶହରା ମୈଦାନରେ ରବିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ମୋହାଲିର ଫେଜ୍‌-୮ରେ ଦଶହରା ମୈଦାନରେ ଏକ ମେଳାରେ ବିଭିନ୍ନ ଷ୍ଟଲ୍‌, ଦୋଳି ଇତ୍ୟାଦି ପଡ଼ିଛି। ତେବେ ଏକ ଚକ୍ରି ଦୋଳିରେ ଲୋକମାନେ ବସି ମସ୍ତି କରୁଥିବା ବେଳେ ଦୋଳିଟି ହଠାତ୍‌ ଦ୍ରୁତ ଗତିରେ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜୋରରେ ଚିତ୍କାର କରିଥିଲେ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହେବେ। ରବିବାର ରାତି ୯ଟା ୧୫ରେ ଏହି ଅଭାବନୀୟ ଘଟଣା ଘଟିଥିଲା। 

Advertisment

(Video Credit-@ghazalimohammad)

ଅଧିକ ଉଚ୍ଚରୁ ଦୋଳିଟି ଖସି ପଡ଼ିବା ଯୋଗୁ ପାଖାପାଖି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆୟୋଜକଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ପୋଲିସ୍‌ କହିଛି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୋଳିଟି ଖସି ପଡ଼ିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Viral Video Swing Crashes
Advertisment
Advertisment