Advertisment

ବିଳମ୍ବରେ ମେଡିକାଲ ଯାଉଥିବାରୁ ବଞ୍ଚିପାରୁନି ରୋଗୀଙ୍କ ଜୀବନ: କ୍ୟାନସର ବିଶେଷଜ୍ଞ

ସାରା ରାଜ୍ୟରେ ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି।

author-image
Chandan Shishu
World Cancer Day

World Cancer Day

ସ୍ୱାମୀଙ୍କୁ କ୍ୟାନସର ହୋଇଛି ବୋଲି ଜାଣିବା ପରେ ସ୍ତ୍ରୀ ଅସହାୟ ହୋଇପଡ଼ୁଛନ୍ତି। ସ୍ୱାମୀ ତାଙ୍କର ପାନ, ବିଡି, ମଦ ସିଗ୍ରେଟ୍ ଭଳି କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରନ୍ତି ନାହିଁ। ଗରିବ ଖଟିଖିଆ ମଣିଷ ହୋଇ ବି କେମିତି ତାଙ୍କୁ କ୍ୟାନସର ଭଳି ଜଟିଳ ରୋଗ ଗ୍ରାସ କଲା ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ସ୍ୱାମୀ
ସ୍ତ୍ରୀ। ସେଇଥି ପାଇଁ ଦୀର୍ଘ ଦିନ ଧରି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭରସାରେ ଆସି ପଡ଼ିଛନ୍ତି। ଏ ଦୁହିଁଙ୍କ ପରି ଇଏ ଆଉ ଜଣେ ମହିଳା ବି କର୍କଟ
ରୋଗରେ ଆକ୍ରାନ୍ତ, ଦୀର୍ଘ ଦିନ ହେଲାଣି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଆଗକୁ କଣ ହେବ କଣ ନାହିଁ ତାକୁ ଖାତିର ନ କରି କେବଳ ବର୍ତ୍ତମାନକୁ ନେଇ ବଞ୍ଚୁଛନ୍ତି। କେବଳ ଏମାନେ ନୁହଁନ୍ତି। ସାରା ରାଜ୍ୟରେ ଏମିତି ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି।

Advertisment

ଆଜି ହେଉଛି ବିଶ୍ୱ କର୍କଟ ଦିବସ, ଖାଲି ରାଜ୍ୟ ନୁହେଁ ସମଗ୍ର ବିଶ୍ୱରେ କର୍କଟ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ ସଂଗଠନ ସଚେତନ କରୁଛନ୍ତି, ମାରାଥନ କରୁଛନ୍ତି। ଚଳିତ ବର୍ଷର ଥିମ୍ ରହିଛି କ୍ଲୋଜ୍ ଦି କେୟାର୍ ଗ୍ୟାପ୍। ସହରାଞ୍ଚାଳର ରୋଗୀଙ୍କ ତୁଳନାରେ ଗ୍ରାମାଞ୍ଚଳର ରୋଗୀମାନେ ମେଡିକାଲ୍ ସେବାରୁ
ବଞ୍ଚିତ ରହୁଛନ୍ତି। ଏହା ହ୍ରାସ ପାଇବା ଜରୁରୀ ବୋଲି ବିଚାର କରାଯାଉଛି। ୨୦୨୦ ମସିହାର ରିପୋର୍ଟ ଅନୁସାରେ ଭାରତରେ ୧୩ ଲକ୍ଷ ୨୪ ହଜାର ୪୧୩ରୁ ଜଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଉ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୫୧ହଜାର ୬୭୮ ଜଣ ରୋଗୀ ମୃତ୍ୟୁମୁଖରେ ପଡ଼ିଛନ୍ତି।

ମୁଖ୍ୟତଃ ରକ୍ତ କର୍କଟ, ମୁଖ ଗହ୍ୱର କର୍କଟ, ସ୍ତନ କର୍କଟ ଏବଂ ଜରାୟୁ କର୍କଟରେ ଅଧିକାଂଶ ରୋଗୀ ଆକ୍ରାନ୍ତ ହେଉଥିବା ବେଳେ ଅବହେଳା କାରଣରୁ ରୋଗୀମାନେ ବେଶୀ ଦିନ ବଂଚି ପାରୁନାହାନ୍ତି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗୁଁ ବହୁ ଲୋକେ ଉପକୃତ ହେଉଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ଲୋକେ
ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି।

Advertisment

(ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଏବଂ କଟକରୁ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ)

World Cancer Day Doctor
Advertisment
Advertisment