• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ନିଶା କାରବାରର ନୂଆ ଟ୍ରେଣ୍ଡ । ମହିଳା ଓ ଦପଂତ୍ତିଙ୍କୁ ମୋହରା କରି ନିଶା କାରବାର ଚଳାଉଛନ୍ତି ମାଫିଆ । କମିଶନ ର ଥୋପ ଦେଇ ବସ୍ତିର ମହିଳାଙ୍କୁ କରୁଛନ୍ତି ଟାର୍ଗେଟ । ପୋଲିସ ଓ ଅବକାରୀ ବିଭାଗର ଚଢାଉରେ ଗତ ୬ ମାସ ମଧ୍ୟରେ ଧରାପଡ଼ିଛନ୍ତି ୪୦ ଜଣ ଡ୍ରଗସ୍ ପେଡଲର । ତା ମଧ୍ୟରୁ ୨୦ରୁ ଅଧିକ ମହିଳା ଓ ଦଂପତ୍ତି ରହିଛନ୍ତି, ଯାହା ପୋଲିସ ପାଇଂ ଟେନସନ୍ ବଢାଇଛି । ସେପଟେ ନିଶା ବେପାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ ଆରମ୍ଭ କରିଛି ଅପରେସନ୍ ବୁଲଡୋଜର । ଗିରଫ ଡ୍ରଗ୍ସ ବ୍ୟବସାୟୀ ଦିଲୁଆ ସାଲିଆସାହିର ଆଦିବାସୀ ଗାଁରେ କରିଥିବା ଦୋକାନକୁ ମାଟିରେ ମିଶାଇଦେଇଛି ପୋଲିସ ।

ମହିଳା , ମୋହରା ଓ ଡ୍ରଗସ୍ । ରାଜଧାନୀର ଡ୍ରଗସ୍ ବିଜନେସ୍ ଟ୍ରେଡରେ ଲେଡି ପେଡଲର ଓ ଦମ୍ଫତି । ପୋଲିସ, ଅବକାରୀ ,ଗୁଇନ୍ଦା ସ୍କାର୍ଡକୁ ଚକମା ଦେବାକୁ ଡ୍ରଗ ମାଫିଆ ନୂଆ ଟ୍ରେଣ୍ଡ ଆପଣାଇଛନ୍ତି । ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ । କମିଶନ ନେଇ କାମ କରୁଛନ୍ତି ଲେଡି ଡ୍ରଗସ୍ ପେଡଲର୍ ।

୧୭ ଜୁନ୍ - ମହିଳା ଡ୍ରଗସ୍ ବ୍ୟବସାୟୀ ଏଶ୍ୱର୍ଯ୍ୟା ନାୟକଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ

୧୭ ଜୁନ୍,- ଡ୍ରଗସ୍ କାରବାର କରୁଥିବା ଦଂପତ୍ତି ଦିଲ୍ଲୀପ ଓ ପୂର୍ଣ୍ଣିମାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ନୟାପଲ୍ଲୀ ପୋଲିସ

୨୫ ଏପ୍ରିଲ- ଡ୍ରଗସ୍ ପେଡଲର ଦମ୍ପତ୍ତି ଏଶ୍ୱର୍ଯ୍ୟା ମହାପାତ୍ର ଓ ଦୀପକ ସାହୁ ହୋଇଥିଲେ ଗିରଫ

୨୧ ଏପ୍ରିଲ- ନାରାୟଣ ବସ୍ତିରୁ ପେଡଲର ରଂଜୁ ନାୟକ ଗିରଫ୍

ଜଣେ କି ଦି ଜଣ ନୁହେଁ ଏବେ ଏକାଧିକ ମହିଳା ଓ ଦଂପତ୍ତିଙ୍କ ସହାୟତାରେ ଡ୍ରଗ୍ସ ଟ୍ରେଡ୍ ଚଳାଉଛନ୍ତି ମାଫିଆ । ପୋଲିସ ଓ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ବେଳେ ମାଳମାଳ ଡ୍ରଗ୍ସ ପେଡଲର ଧରାପଡ଼ିବା ପରେ ପୋଲିସ ପାଇଁ ଟେନସନ୍ ବଢିଛି । କମିଶନରେଟ ପୋଲିସର ଗତ ୬ ମାସର ତଥ୍ୟ କହୁଛି, ରାଜଧାନୀରେ ଜବତ ହୋଇଛି ୬୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର, ଗିରଫ ହୋଇଛନ୍ତି ୨୪ ଜଣ । ସେମାନଙ୍କ ଭିତରୁ ୭ ଜଣ ମହିଳା ଡ୍ରଗ ପେଡଲର ଥିବା ବେଳେ ୨ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି ।

ଅବକାରୀ ବିଭାଗର ତଥ୍ୟ ଅନୁସାରେ, ଗତ ୮ ମାସ ମଧ୍ୟରେ ଡ୍ରଗସ କାରବାର ଲିଙ୍କରେ ବନ୍ଧା ହୋଇଛନ୍ତି ୨୬ ଜଣ, ଜବତ ହୋଇଛି କେଜିଏରୁ ଅଧିକ ବ୍ରାଉନସୁଗାର । ସେମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ମହିଳା । କିଛି ମହିଳା ଏକାଧିକ ବାର ଗିରଫ ବି ହୋଇଛନ୍ତି । ମାଫିଆଙ୍କ ଏ ନୂଆ ଟ୍ରେଣ୍ଡ ଅବକାରୀ ବିଭାଗକୁ ଅକଳରେ ପକାଇଛି ।

ରାଜଧାନୀରେ ଡ୍ରଗ୍ସ ନେଟଓ୍ୱର୍କର କାୟା ବଢୁଥିବା ବେଳେ, ନିଶା ବେପାର ବନ୍ଦ କରିବାକୁ ପୋଲିସ ବୁଲାଇଛି ବୁଲଡୋଜର । ସାଲିଆସାହି ଆଦିବାସୀ ଗାଁରେ ନିଶା କାରବାର ଚଳାଉଥିବା ଦିଲୁଆର ଦୋକାନକୁ ମାଟିରେ ମିଶାଇଛି ପୋଲିସ । ଦିଲୁଆ ଓ ସ୍ତ୍ରୀ ପୂର୍ଣ୍ଣିମା ଏବେ ଗିରଫ ହୋଇ ଜେଲରେ ଥିବା ବେଳେ ସରକାରୀ ଜାଗାରେ ଗ୍ରୋସେରୀ ଦୋକାନ ନାଁରେ ଚଲାଉଥିଲା ଧଳାଜହରର ସାମ୍ରାଜ୍ୟ ।