• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ ବାରହା ସହ ୨ ଶିକାରୀ ଗିରଫ୍ । ବଡ଼ବିଲ ରେଞ୍ଜ୍ ବଳିତା ଗାଁ ନିକଟ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବାରହା ଶିକାର କରୁଥିବା ସମୟରେ ୨ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସକ୍ଷମ ହୋଇଛି । ଗିରଫ୍ ୨ ଜଣ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ୍ ହଟିଂ ଅଂଚଳର ସଲିମ ଓରାମ୍ ଓ ଅନୀଲ ମୁଣ୍ଡା ।

ବାରହା ଶିକାର ପାଇଁ ଗତକାଲି ସେମାନେ ଜଙ୍ଗଲରେ ଲୁହା ତାର ବିଛାଇ ୧୧ କେଭିଏ ବିଦ୍ୟୁତ୍ ସଂଯୋଗ କରି ରଖିଥିଲେ । ତେବେ ରାତିରେ ଏକ ବାରହା ଶିକାରିଙ୍କ ଏହି ବିଦ୍ୟୁତ୍ ତାର ସଂସ୍ପର୍ସରେ ଆସି ମୃତ୍ୟୁ ମୁଖରେ ପଡ଼ିଥିଲା ଏବଂ ତତକ୍ଷଣାତ ପାଖାପାଖି ଅଂଚଳରେ ବିଦ୍ୟୁତ୍ ସଂଯୋଗ କଟିଯାଇଥିଲା । ବିଦ୍ୟୁତ୍ ସଂଯୋଗ କଟିଯିବା ନେଇ ଖବର ପହଁଚିବା ପରେ ବନ ବିଭାଗର ସନ୍ଦେହ ହୋଇଥିଲା ।

ସଂଗେସଂଗେ ବଡ଼ବିଲ ରେଞ୍ଜ୍ ଅଧିକାରୀ ସଂଜୀବ ରାଉତଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ବଳିତା ଜଙ୍ଗଲରେ ଚଢ଼ଉ କରିଥିଲେ । ସେଠାରୁ ୨ ଅଭିଯୁକ୍ତ ଶିକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବନ ବିଭାଗ । ଘଟଣା ସ୍ଥଳରୁ ଏକ ମୃତ ବାରହାକୁ ବନ ବିଭାଗ ଉଦ୍ଧାର କରିଥିବା ବେଳେ ଶିକାର ପାଇଁ ବ୍ୟବହୃତ ଲୁହା ତାର ଓ ଇନ୍ସୁଲେଟରକୁ ଜବତ୍ କରାଯାଇଛି ।

ତେବେ ଏହି ଘଟଣାରେ ଆହୁରି ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ୍ ଜରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now