ଭୁବନେଶ୍ୱର: ଆଜିଠାରୁ ସ୍ୱାଭାବିକ ହେବ ମୋ ବସ୍ ସେବା। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ଯୋଗୁ କିଛି ମାସ ଧରି ମୋ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ କେବଳ […]
ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା […]
ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍ରେ ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ। ଛାଡ଼ଖାଇ ଆମିଷବାରରେ ପଡ଼ିନଥିବାରୁ କିଛି ଲୋକ ଆଜି ବଦଳରେ ଆସନ୍ତାକାଲି ଛାଡ଼ଖାଇ ପାଳିବେ ବୋଲି ଜଣାପଡ଼ିଛି।କାଲି ବୁଧବାର ଥିବାରୁ ଆମିଷ ମାର୍କେଟରେ ଅଧିକ ଭିଡ଼ ଜମିପାରେ ବୋଲି ଆଶଙ୍କା କରାଯାଉଛି। […]
ପାରାଦୀପ: ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ରହିଛି । ପେଟ ଧଳା ଥିବା ଏହି ସମ୍ପୂର୍ଣ୍ଣ…
ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଦୋକାନରେ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ବିଟିଏମ୍ ବକ୍ସି ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସର ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଅନ୍ୟ ଦୋକାନକୁ […]
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ, ତାଙ୍କ ପୁଅ ଓ ଝିଅ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାର ସହ ପଡ଼ିଶା ଘରର ବିବାଦ ଥିଲା। […]
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ଥିବା ଜଣାଯାଇଛି। ୨୮ଟି ଜିଲ୍ଲାରୁ ଏହି ୩୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୪୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କ ଡ୍ରାଇଭର ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ଅଭୟକାନ୍ତଙ୍କ ସମ୍ପତ୍ତି ନେଇ ଭିଜିଲାନ୍ସ SIT ଖୋଳତାଡ଼ କରୁଥିବା ଜଣାପଡ଼ିଛି। କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଜି ଭିଜିଲାନ୍ସରେ ହାଜର ହୋଇଥିବା ସୂଚନା ମିଳିଛି। ଆର୍ଥିକ କାରବାର ନେଇ ଡ୍ରାଇଭର ଓ ବ୍ୟାଙ୍କ କର୍ମଚାରୀଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି। […]
ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଗୋଟିଏ ବୋଲେରୋ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଜଣ ହେଲେ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି। ଡ୍ରାଇଭର […]
ସମ୍ବଲପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଦନ୍ତା ହାତୀ। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏହି ଘଟଣା ଘଟିଛି। ବିଲ ଭିତରେ ୧୨ ବର୍ଷର ଦନ୍ତା ହାତୀର ମୃତଦେହ ପଡ଼ି ରହିଛି। ଜମି ଭିତରେ କେହି ଦୁର୍ବୃତ୍ତ ବିଦ୍ୟୁତ୍ ତାର ବିଛାଇଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି। ଚାଷକୁ ବନ୍ୟ ପଶୁଙ୍କ ଦାଉରୁ ରକ୍ଷା କରିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିଲା। ଯାହା ଫଳରେ ଏହାର ସଂସ୍ପର୍ଶରେ ଆସି ହାତୀଟିର […]
ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ପରୀକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସଂପୃକ୍ତ ନେଇ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ସିବିଆଇ ତଦନ୍ତ କରାଇବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ବିଜେପି ବିଧାୟକମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜଭବନରୁ ବାହାରିବା ପରେ […]
ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଚାଲିବ। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି ପୋଲିସ ବାଲେଶ୍ୱରରେ ପହଞ୍ଚିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିରେ ଚଢ଼ଉ କରିଛନ୍ତି। କାହିଁକି ନାବାଳିକାଙ୍କୁ ଇଟାଭାଟିରେ ରଖାଗଲା ସେନେଇ ଶ୍ରମ ଅଧିକାରୀ ଖୋଳତାଡ଼ […]
ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ନିଯୁକ୍ତି ଦାବି କରି ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି…
ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି […]
ଭୁବନେଶ୍ୱର: ସ୍ଥାନୀୟ ପୋଲିସ୍ ବିରୋଧରେ ନିଲମ୍ବିତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଥିବା ସହ ଥାର୍ଡ ଡିଗ୍ରୀ ଦେଉଥିବା ପ୍ରଦୀପ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ପୁରୀ ହାଜତ ମୃତ୍ୟୁରୁ ପରୀ ହତ୍ୟା ପର୍ଯ୍ୟନ୍ତ ଅନେକ ଘଟଣାର ତଦନ୍ତ ହେଉନି। […]
ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହାସହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଜିଲ୍ଲା ଜଜ୍ଙ୍କୁ ଆବେଦନ କରାଯାଇଛି ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ […]
ଭୁବନେଶ୍ୱର: ସରକାରୀ ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ଏକ ସ୍କୁଲକୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରି ସାଇ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ହେଉଥିଲା। ଏନେଇ ଖବର ପାଇବା ପରେ ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲକୁ ସିଲ୍ କରାଯାଇଛି। ଏଥିସହ ଏକ ରିପୋର୍ଟ ପ୍ରସ୍ତୁତ କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟକୁ ପଠାଯାଇଛି। ପ୍ରକାଶଥାଉକି, କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ରାଜ୍ୟ […]
ଖଲିକୋଟ: ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ। ଏହି ଘଟଣା ଘଟିଛି ଖଲିକୋଟ ଥାନା ନିର୍ମଳଝର ଛକରେ। ସୂଚନା ଅନୁସାରେ, ଖଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା। ଆଉ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ଗୋଟିଏ ହାତ ଉଡ଼ିଯିବା ସହ ତାଙ୍କର ଶୋଚନୀୟ […]
ଭୁବନେଶ୍ୱର: ନୟାଗଡ଼ ପରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି। ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଇଟାଭାଟିରେ ୧୨ ବର୍ଷର ଟିକି ଝିଅକୁ ବିଷ ଦେଇ ମାରି ଦେଇଥିବାର ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। କୁହାଯାଉଛି ଦୁଷ୍କର୍ମ କରି ହତ୍ୟା କରାଯାଇଛି। ଦୁଷ୍କର୍ମ କଥାକୁ ବାପା, ମା ଓ ପୋଲିସ ଅସ୍ୱୀକାର କରୁଥିବାବେଳେ ଇଟାଭାଟି ମାଲିକକୁ ଧରି ତଦନ୍ତ କରୁଛି ପୋଲିସ୍। କାରଣ କୁନି ଝିଅଟିକୁ ବେଆଇନ ଭାବେ ନିଯୁକ୍ତ କରାଯାଇଥିଲା ଏହି […]
କଟକ: ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ୟବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ୟୁପ୍ଲିକେଟ୍। ଗଲା କିଛି ଦିନ ଭିତରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଖଣି ନିଗମର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍ମେଣ୍ଟ ସର୍ଭିସ୍ର ଶୁଭାରମ୍ଭ କରିଛନ୍ତି। ଏହାସହ ଷ୍ଟକ୍ୟାର୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସିଷ୍ଟମର ଶୁଭାରମ୍ଭ କରି ଏପରି ବ୍ୟବସ୍ଥା ଦ୍ୱାରା ଗ୍ରାହକ ରେଜିଷ୍ଟ୍ରେସନ ପାଇଁ ଏକ ଅଲଗା ଡାସ୍ବୋର୍ଡ ପାଇବେବୋଲି କହିଛନ୍ତି। ଏହାସହ ଅର୍ଡର ଷ୍ଟାଟସ୍, ଷ୍ଟକ, ସାପ୍ତାହିକ ଡେସ୍ପାଚ ରିପୋର୍ଟ ମଧ୍ୟ ଗ୍ରାହକ ପାଇପାରିବେ ବୋଲି ସେ କହିଛନ୍ତି। ତେବେ OMC […]
ଭୁବନେଶ୍ୱର: ଆଜି ଆମିଷ ମାର୍କେଟରେ ଭିଡ଼ ଜମିବା ନେଇ ଆଶା କରାଯାଉଛି। କାରଣ ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ମଙ୍ଗଳବାର ଥିବାରୁ ମାର୍କେଟରେ କାଁ ଭାଁ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ବୁଧବାର ଆମିଷବାର ଥିବାରୁ ମାର୍କେଟରେ ଅହେତୁକ ଭିଡ଼ ହୋଇପାରେ। ଧର୍ମମାସ କାର୍ତ୍ତିକରେ ପୁରା ମାସ ଯାକ ନିରାମିଷ ଭୋଜନ ପରେ ଗତକାଲି ସକାଳୁ ସକାଳୁ ଆମିଷ ମାର୍କେଟକୁ ଧାଇଁ ଆସିଥିଲେ ଲୋକେ। ହେଲେ ସେତେଟା ଭିଡ଼ ପରିଲିକ୍ଷିତ ହୋଇନଥିଲା। ଆଜି ବୁଧବାର ଥିବାରୁ […]
ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ବୋଲି ଜଣାପଡ଼ିଛି।