ସମ୍ବଲପୁର: କଲେଜ କ୍ଲାସ୍ ରୁମ୍ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ। ସମ୍ବଲପୁରର ଏକ କଲେଜ କ୍ଲାସ୍ ରୁମ୍ରୁ ଜଣେ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ୍ରେ ତାଙ୍କ ମୃତଦେହ ଝୁଲୁଥିଲା। ଅଧିକ କାର୍ଯ୍ୟ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଧନୁପାଲି ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି। ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ। ତା’ସହ ଏଭଳି ଦୁର୍ନୀତି […]
ଭୁବନେଶ୍ୱର: ଜାତୀୟ କୃଷି ଆଇନକୁ ବିରୋଧ କରି ରାଜପଥ ଅବରୋଧ। ନବନିର୍ମାଣକୃଷକ ସଂଗଠନର ଶତାଧିକ ସଂଖ୍ୟାରେ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ। ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ ଅଟକାଇଥିଲା ପୋଲିସ। ପ୍ରତିବାଦରେ ଜାତୀୟ ରାଜପଥ ଉପରେ ବସିଲେ ଶହ ଶହ ଚାଷୀ। ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଚାଷୀ ନେତା […]
ଭୁବନେଶ୍ୱର: ୪ ଘଣ୍ଟା ବସିବ ଶୀତ ଅଧିବେଶନ। ରାଜ୍ୟ ବିଧାନସଭା ଶୀତ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କୋଭିଡ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ବସିବ ଶୀତ ଅଧିବେଶନ। ପ୍ରଶ୍ନ କାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି। ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ […]
ଭୁବନେଶ୍ୱର: କୋଭିଡ୍ ରୋକିବାରେ ସହାୟକ ହେଉଛି କି ଆଇଭରମେକ୍ସିନ ? ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ୍ କୋଭିଡ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି। ଗତ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୯ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ […]
ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ। ପ୍ରବୀରଙ୍କ ଭଉଣୀଙ୍କ ସହ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୋଲିସ ଡିଜି। ଅଭୟ ଟୁଇଟ୍ କରି କହିଛନ୍ତି, ପ୍ରବୀର ଜଣେ ପ୍ରତିଭାଶାଳୀ ସାମ୍ବାଦିକ ଥିଲେ। କ୍ରାଇମ ରିପୋର୍ଟିଂ କରୁଥିଲେ। ପ୍ରବୀର ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଥିଲେ। ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ବୋଲି ଡିଜି […]
ଭୁବନେଶ୍ୱର: କରୋନାର ଦ୍ୱିତୀୟ ୱେଭ୍ ନେଇ ଅନେକଙ୍କ ମଧ୍ୟରେ ଆଶଙ୍କା ବଢିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପ୍ରତି ସତର୍କ ରହିବାକୁ ସେଚତନ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ କଡାକଡି କରାଯାଇଛି। ଏପରି କ୍ଷେତ୍ରରେ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ସେନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ। ଏହି ଦିନରେ ଭାଇରାଲ ଇନଫେକ୍ସନ ଅଧିକ ହୁଏ । […]
ଭୁବନେଶ୍ୱର: ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି ଘରକୁ ମୃତଦେହ ଆଣିଲେ ପରିବାର ଲୋକେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡଙ୍କ ଦେହ ଖରାପ ହେବାରୁ ତାଙ୍କୁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ମେଡିକାଲରେ ଆଖି ବୁଜିଥିଲେ ଲକ୍ଷ୍ମୀ। ମୃତଦେହ ଘରକୁ ନେବା ପାଇଁ ମେଡିକାଲ କର୍ତ୍ତପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ହେଲେ […]
ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ୫ରୁ ୬% ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉଛି। ଅନେକ ରୋଗପ୍ରତିରୋଧକ ଶକ୍ତି ପାଇଁ ଆପଣା ଛାଏଁ ଭଲ ହୋଇଯାଆନ୍ତି ବୋଲି ବିଶିଷ୍ଟ ଇମୁନୋଲୋଜିଷ୍ଟ ରମାନାଥ ମିଶ୍ରଙ୍କ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଏପରି ସୂଚନା ଦିଆଯାଇଛି। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ୫୦%ରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ହାର୍ଡ ଇମ୍ୟୁନିଟି ଡେଭଲପ କରିଛି। ରୋଗ ପ୍ରତିରୋଧକ […]
ଭୁବନେଶ୍ୱର: ବାଥରୁମ୍ ଭିତରେ ବାପାଙ୍କୁ ୮ ଦିନ ଧରି ବନ୍ଦ କରି ରଖିଥିଲେ ପୁଅ-ବୋହୂ। ଖବର ପାଇ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ। ରାଜଧାନୀ ଭୁବନେଶ୍ୱର ପଳାଶୁଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପଳାଶୁଣି ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ନବଘନ ସେଠୀଙ୍କୁ ତାଙ୍କ ପୁଅ-ବୋହୂ କୌଣସି କାରଣରୁ ଦୀର୍ଘ ୮ ଦିନ ଧରି ବାଥରୁମ୍ ଭିତରେ ବନ୍ଦ କରି ରଖିଥିଲେ। ବୃଦ୍ଧ ଜଣକ ଆଜି କୌଣସିମତେ ଘରର ବାଲକୋନିକୁ ଆସି ତାଙ୍କୁ ଉଦ୍ଧାର ପାଇଁ […]
ଭୁବନେଶ୍ୱର: ବେନାମୀ ଟ୍ରାଞ୍ଜାକସନ୍ର ତଦନ୍ତ ରାଜ୍ୟ ପୋଲିସ୍ର ତଦନ୍ତ ପରିସରଭୁକ୍ତ ନୁହେଁ। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସ୍ମିଟରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେଣୁ ବେନାମୀ ଟ୍ରାଞ୍ଜାକସନ୍ର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ଏବେ ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମ୍ବ୍ରାଞ୍ଚର EOW ଶାଖା ତଦନ୍ତ କରୁଛି। ଏପଟେ ସାରୁଅ ଜମି […]
ଭୁବନେଶ୍ୱର: ରାଜ୍ୟସଭାରେ ଏନ୍ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟା ଏବେ ୧୧୦ ଉପରେ ରହିଛି। ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ ସମୀକରଣ ? ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ଆଗକୁ କଠୋର ହେବା ନେଇ ରାଜନୈତିକ ସମୀକ୍ଷକ ମତ ଦେଇଥିଲା ବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୩,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର- ୧୧୦, କଟକ- ୧୦୭, ସୁନ୍ଦରଗଡ଼- ୯୭, ଜଗତସିଂହପୁର- ୯୩, କେନ୍ଦୁଝର -୯୦, ଅନୁଗୁଳ- ୮୪, ବଲାଙ୍ଗିର- ୬୭ ମୟୂରଭଞ୍ଜ- ୬୦ […]
ଭୁବନେଶ୍ୱର: ୮ ମାସ ପରେ ପୁଣି ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି।କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ୧୨ ତାରିଖରୁ ସ୍ଲଟ୍ ବୁକିଂ, ୧୬ରୁ ଟେଷ୍ଟ ଆରମ୍ଭ ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ଆବେଦନ […]
ଭୁବନେଶ୍ୱର: ଏଇ ମାସରେ ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡିସେମ୍ବରରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ଲାଇନ୍କୁ ଅପେକ୍ଷା କରାଯାଇଛି। ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପଢ଼ନ୍ତୁ: ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ […]
ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ନାଁ ବୁଧୁରାମ ସିଂ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବୁଧୁରାମଙ୍କୁ ଛୁରୀ ଭୁସି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତଦେହ ପଡ଼ି ରହିଥିବାବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସହିଦନଗର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ, କଟକ, ମାଲକାନଗିରି, ବଲାଙ୍ଗିର,ପୁରୀ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ୧,୪୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୨୭ […]
କଟକ: ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଗତକାଲି କଟକ ପୁରୀ ଘାଟ ଥାନାରେ ବର୍ଷା କରିଥିବା ଅଭିଯୋଗ ଅନୁଯାୟୀ, ଏକ ଚିଠି ତାଙ୍କ ସମ୍ପର୍କୀୟ ଆଣି ଦେଇଥିଲେ। ସେଥିରେ ଘର ଜଲ୍ଦି ଛାଡିବା ଲାଗି ତାଙ୍କୁ ଧମକ ଚମକ ଦିଆଯାଇଛି। ମୋତେ ଘରୁ […]
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ପଛରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ମାମଲା ଉପରୁ ପରଦା ହଟିଛି। ଅଭିଯୁକ୍ତ ଦ୍ୱୟ ହେଲେ- ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜାଫର ସାଦ୍ଦିକ୍। ଆଜି ସାମ୍ବାଦିକ ସମ୍ମିଳନୀରେ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତ ମାସ ୧୦ ତାରିଖରେ ପଟିଆରେ ଥିବା ପିଏନ୍ବି ବ୍ୟାଙ୍କ ଏଟିଏମ୍ […]
ରାଉରକେଲା: ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି। ୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି। ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ କିଛି ଜାଣି ନ ଥିବା ସମୀର କହିଛନ୍ତି। ତାଙ୍କ ନାଁରେ କେହି ମିଛ କମ୍ପାନୀ ଖୋଲି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି। […]
ସାଲେପୁର: ପୁଅକୁ ଝୁରି ଝୁରି ଚାଲିଗଲା ମା’। ପୁଅ ଆତ୍ମହତ୍ୟା କରିବାର ୩ ମାସ ମଧ୍ୟରେ ମା’ର ମୃତ୍ୟୁ। ମହିଳା ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଲେଜ ରୋଡ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଅତ ମହିଳାଙ୍କ ନାଁ ଜୟଶ୍ରୀ ବିଶ୍ୱାଳ। ସୂଚନା ଅନୁସାରେ, ଅଢ଼େଇ ମାସ ପୂର୍ବରୁ ଯୁକ୍ତ ଦୁଇରେ ପଢୁଥିବା ପୁଅ ବେକରେ ରଶି ଲଗାଇ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଲେ। […]
ମାଲକାନଗିରି: ମାଲକାନଗିରିର ଜଙ୍ଗଲ ବଏ ରାଜେଶ ମଣ୍ଡଳ ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। କ୍ୟାମେରା କ୍ରିଉଙ୍କ ସହ ରାଜେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେଶ। ପ୍ରକାଶଥାଉକି, ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଡିଏଫଓ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସର ୮ଟି ଟିମ୍ ସୂର୍ଯ୍ୟନାରାୟଣଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରି ଛାନ୍ଭିନ୍ ଚଳାଇଥିବା ସୂଚନା ମିଳିଛି। ସେହିପରି ଚିଲିକା ୱାଇଲ୍ଡ୍ ଲାଇଫ୍ ଡିଭିଜନର କନିଷ୍ଠ କିରାଣି ନବୀନ ଚନ୍ଦ୍ର ବିଶୋଇଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ବିଶୋଇଙ୍କ ଘର ସହ […]
ଭୁବନେଶ୍ୱର: BJD ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ପ୍ରେସ୍ମିଟ୍ରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ। ସେ କହିଛନ୍ତି ଯେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲି ବୋଲି ସେ କହିଛନ୍ତି। ଆହୁରି ପଢ଼ନ୍ତୁ: ଜାନୁଆରୀରେ ଇସ୍ତଫା ଦେବେ ଋଷିଆ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନ ! ଗତକାଲି ଜୀବନଙ୍କୁ ଦଳରୁ ସସ୍ପେଣ୍ଡ କରିଥିଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ […]
କୋରାପୁଟ: ବିଜୁ କେବିକେ ଯୋଜନାର ଅର୍ଥକୁ ସଠିକ ଜାଗାରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏ ନେଇ ଦାବି ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଯେଉଁ ସ୍ଥାନକୁ ସାଧାରଣ ଯୋଜନା ମାଧ୍ୟମରେ ରାସ୍ତା, ବିଜୁଳି ଓ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା ପହଂଚିପାରିନାହିଁ ସେହି କ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଜୁ କେବିକେ ଯୋଜନାର ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ ବୋଲି ତାରାପ୍ରସାଦ ଦାବି କରିଛନ୍ତି। ସେହିପରି […]