• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

accident
ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ; ୮ ମୃତ, ୭ ଆହତ

ରାଇପୁର: ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍‌ ଗୁଜରାଟର ସୁରତ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି ରାଇପୁରର ଚେରି ଖେଡି ନିକଟରେ ଏକ ଟ୍ରକ୍‌ […]

  • Sunday, 04 July 2021
fire in hospital
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ପୁଣେ: ମହାରାଷ୍ଟ୍ର ପୁଣେ କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲ୍‌ର ICU ୱାର୍ଡରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚିଛି। ଖବର ଲେଖାଯିବା ସୁଦ୍ଧା ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ। ସୂଚନାଥାଉ କି, ଗତମାସରେ ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପଢ଼ନ୍ତୁ: କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, […]

  • Sunday, 04 July 2021
showik
କୋର୍ଟରେ ହାଜର ହେଲେ ସୌଭିକ୍ ଓ ସାମୁଏଲ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ୭ ଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଏଥିସହ ଗତକାଲି ଗିରଫ ହୋଇଥିବା ଆଉ […]

  • Sunday, 04 July 2021
train
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]

  • Sunday, 04 July 2021
Asteroid
ଆଜି ଅପରାହ୍ଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍‌କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ। ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଆକଳନ ଅନୁଯାୟୀ, ଉଲ୍‌କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍‌କାପିଣ୍ଡକୁ […]

  • Sunday, 04 July 2021
actress samyuktha_hegde
ପାର୍କରେ ୱାର୍କଆଉଟ୍‌ ସମୟରେ ଅଭିନେତ୍ରୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ର ଆଗ୍ରା ଲେକ୍‌ ନିକଟରେ ଥିବା ଏକ ପବ୍ଳିକ୍‌ ପାର୍କରେ କନ୍ନଡ ଫିଲ୍ମ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସେ ଓ ତାଙ୍କ ସାଙ୍ଗମାନେ ସ୍ପୋର୍ଟସ୍‌ ଡ୍ରେସ୍‌ ପିନ୍ଧି ୱାର୍କଆଉଟ୍‌ କରୁଥିବା ଯୋଗୁ ସେମାନଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିନେତ୍ରୀ ସମ୍ୟୁକ୍ତା ଅଭିଯୋଗ କରିଛନ୍ତି।  କଂଗ୍ରେସ ନେତା କବିତା ରେଡ୍ଡୀଙ୍କ ବିରୋଧରେ ସମ୍ୟୁକ୍ତା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ […]

  • Sunday, 04 July 2021
fire at temple
ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅର୍ନ୍ତବେଦୀରେ ଥିବା ପ୍ରସିଦ୍ଧ ଶ୍ରୀଲକ୍ଷ୍ମୀ ନରସିଂହ ମନ୍ଦିରର ରଥରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏହାସହ ମନ୍ଦିରର ଅନ୍ୟ ସମ୍ପତ୍ତି ମଧ୍ୟ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ। ମନ୍ଦିରର ଦୀପଦାନ ସ୍ଥାନରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। […]

  • Sunday, 04 July 2021