• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

plane
ଏବେ ବିମାନରେ ଠିଆ ହୋଇ ଯାତ୍ରା କରିପାରିବେ ଯାତ୍ରୀ !

ନୂଆଦିଲ୍ଲୀ: ବସ୍‌ରେ କେବେ ନା କେବେ ଠିଆ ହୋଇ ଯାତ୍ରାର ଅନୁଭୂତି ସମସ୍ତଙ୍କର ଥିବ। କେହି କେହି ଏବେ ବି ମଝିରେ ମଝିରେ ସେପରି ସ୍ଥିତିରେ ଘରକୁ ଫେରୁଥିବେ। କିନ୍ତୁ ଭାବିଛନ୍ତି ବିମାନରେ ଆପଣ ଠିଆହୋଇ ଯାତ୍ରା କରିବେ? ଆଜ୍ଞା ହଁ ଗହଳି ପାଇଁ ନୁହେଁ ବିମାନରେ ଆଗୁଆ ବ୍ୟବସ୍ଥା ରହିବ। ଏହା ଖୁବ୍‌ ଶୀଘ୍ର ସମ୍ଭବ ହେବାକୁ ଯାଉଛି। ଜର୍ମାନୀରେ ଏକ ଏୟାରକ୍ରାଫ୍ଟ ଇଣ୍ଟେରିଅର୍‌ ପ୍ରଦର୍ଶନୀରେ ଏଭଳି ଡିଜାଇନ୍‌ର ସିଟ୍‌ ସାମ୍ନାକୁ ଆସିଛି। ଏଥିରେ ଯଦିଓ […]

  • Saturday, 10 July 2021
crash
ମିଳିଲା ଏଏନ୍‌-୩୨ରେ ଥିବା ୧୩ ବାୟୁସେନା ଯବାନଙ୍କ ମୃତଦେହ

ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ ବିଚ୍ଛିନ୍ନାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୀର୍ଘ ୯ ଦିନ ପରେ ବିମାନର ଧ୍ୱଂସାବଶେଷକୁ ୧୨ ହଜାର ଫୁଟ ଉପରକୁ ଠାବ କରାଯାଇଥିଲା। ଆଜି ଘଟଣା ସ୍ଥଳରୁ ସମସ୍ତ […]

  • Saturday, 10 July 2021
pic1
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ

ନୂଆଦିଲ୍ଲୀ: ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଂକଳ୍ପ ବଦ୍ଧ ହୋଇଛନ୍ତି। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ୨୦୨୪ ସୁଦ୍ଧା ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଭାରତ ଦୁନିଆର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି। ଖାଲି ଅର୍ଥନୀତି ନୁହେଁ […]

  • Saturday, 10 July 2021
po2
ବାହାହେଲେ ଟିଏମ୍‌ସି ସାଂସଦ ନୁସରତ ଜହାଁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଥିଲା। ଟିଏମସିର […]

  • Saturday, 10 July 2021
bengal_violence__2_
ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ୨ ମୃତ

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ ଜଣଙ୍କ ନାଁ ରାମବାବୁ ଶ’ ସେ ଏଠାରେ ଗୁପଚୁପ୍‌ ଦୋକାନ କରିଥିଲେ। ଘଟଣାରେ ଆହତ ହୋଇଥିବା ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ […]

  • Saturday, 10 July 2021
rahul-gandhi-in-
ରାଫେଲ୍‌ ଡିଲ୍‌ରେ ଚୋରି ହୋଇଛି: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି ବୋଲି ରାହୁଲ କହିଛନ୍ତି। ଆଜି ସଂସଦର ଉଭୟ ସଦନକୁ ମିଳିତ ଭାବରେ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦବୋଧନ ଶେଷ ହେବା ପରେ ସଂସଦ ବାହାରେ […]

  • Saturday, 10 July 2021
8eefa23a2cc739401aa9c4aa71f1ae0e
ଭୋଜି ଖାଇ ଫେରୁଥିଲେ, କେନାଲକୁ ଖସିଗଲା ବରଯାତ୍ରୀ ଗାଡ଼ି

ଲକ୍ଷ୍ନୌ: ବାହାଘର ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ କେନାଲକୁ ଖସି ପଡ଼ିଛି ବରଯାତ୍ରୀଙ୍କ ଗାଡି। ମୋଟ ୨୯ ଜଣ ଯାତ୍ରୀଙ୍କ ସହ ପିକ୍ ଅପ ଭ୍ୟାନଟି ଫେରୁଥିବା ବେଳେ ଓଲଟି ପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏଯାଏ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ବାକି ୨୨ ଜଣ ସୁରକ୍ଷିତ ଥିବା ସୂଚନା ରହିଛି। […]

  • Saturday, 10 July 2021
167095788
ଇଲେକ୍‌ଟ୍ରିକ୍‌ ପାଇଁ ମାଗଣାରେ ହେବ ରେଜିଷ୍ଟ୍ରେସନ୍‌ !

ନୂଆଦିଲ୍ଲୀ: ଇଲେକ୍‌ଟ୍ରିକ୍‌ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍‌ଟ୍ରିକ୍‌ ଚାଳିତ ଯାନବାହନ ଚାଲିବ, ସେ ନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର […]

  • Saturday, 10 July 2021
bihar
ବିହାରରେ ମସ୍ତିଷ୍କ ଜ୍ୱର: ୩ ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୨ ଛୁଇଁଲା

ପାଟନା: ବିହାରରେ କାୟା ବିସ୍ତାର କରି ଚାଲିଛି ଘାତକ ମସ୍ତିଷ୍କ ଜ୍ୱର।  ଗତ ତିନି ସପ୍ତାହ ମଧ୍ୟରେ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀକୃଷ୍ଣ ହସ୍ପିଟାଲ୍‌ରେ ହିଁ ୯୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏତେ ପରିମାଣରେ ଶିଶୁଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାକୁ ଲାଗିଲାଣି । ଏବେ ବି ହସ୍ପିଟାଲ ବାହାରେ ଜ୍ୱରରେ ପୀଡ଼ିତ ଶିଶୁଙ୍କୁ […]

  • Saturday, 10 July 2021
love-1..
ବିଚ୍ଛେଦର ୭୫ ବର୍ଷ ପରେ ମିଳନ: ଭାବପ୍ରବଣ ହେଲେ ପ୍ରେମୀଯୁଗଳ

ଫ୍ରାନ୍ସ: ପ୍ରେମରେ ବିରହ, ବିଚ୍ଛେଦ କିଛି ନୂଆ କଥା ନୁହେଁ।  ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇଯିବା, ଅଲଗା ଘର ସଂସାର କରି ତା ଭିତରେ ହଜିଯିବା…. ଏସବୁ ଘଟେ। ହେଲେ ରାବିନ୍ସ-ଜେନିନ ପିୟର୍ସନଙ୍କ ପ୍ରେମ, ବିଚ୍ଛେଦ ଆଉ ମିଳନର କାହାଣୀ ଟିକିଏ ନିଆରା। ଖାଲି ନିଆରା ନୁହେଁ, ରୋମାଣ୍ଟିକ୍‌ ମଧ୍ୟ। ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ […]

  • Saturday, 10 July 2021
mamata
ଟିଏମ୍‌ସି ଅଳିଆ ବିଜେପି ଗୋଟଉଛି: ମମତା

କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି […]

  • Saturday, 10 July 2021
save
ମୋଦିଙ୍କ ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ବୈଠକରେ ଯୋଗ ଦେଲେନି କଂଗ୍ରେସ, ଟିଏମସି ଓ ଟିଡିପି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍‌ ତାଙ୍କ ପ୍ରତିନିଧି ପଠାଇ ପାରିବେ। ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ […]

  • Saturday, 10 July 2021
loin
ଜଙ୍ଗଲ ଛାଡି ସିଂହ ରାଜା ଏବେ ଗାଁରେ

ଗାନ୍ଧୀନଗର: ଜଙ୍ଗଲର ରାଜା ସିଂହ ଏବେ ଜଙ୍ଗଲ ଛାଡି ଗାଁ ଦାଣ୍ଡରେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ତଥାପି କଥାଟା ସତ। ଗୁଜରାଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଖାମ୍ବାର ବାରମଣ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଏହି ଫଟୋ ଏବେ ଭାଇରାଲ ହେଉଛି। ଏମିତିରେ ଗୁଜରାଟରେ ସିଂହ ଖୋଲାରେ ବିଚରଣ କରୁଥିବା ଦୃଶ୍ୟ ଅନେକ ଥର ନଜରକୁ ଆସିଛି । ହେଲେ ଏଥର ଅମରୋଲିରେ ଗିର୍ ଜାତୀୟ […]

  • Saturday, 10 July 2021
137661802815608557101807867904
ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣରେ ୪ ଜଣଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]

  • Saturday, 10 July 2021
w-16
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ସଫା

ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍‌ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍‌ ମକବୁଲ ଭଟ୍ଟ ଫେରାର ଥିଲା। […]

  • Saturday, 10 July 2021
ayodhya
ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ ଜେଲ୍‌, ଜଣେ ଖଲାସ

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]

  • Saturday, 10 July 2021
image
ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ହେବା ସ୍ପଷ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍‌ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ […]

  • Saturday, 10 July 2021
s-12
ଛୋଟ ଝିଅକୁ ଏମିତି ବଞ୍ଚାଇଲା ପୋଷା କୁକୁର

ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି। ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ […]

  • Saturday, 10 July 2021
bihar-health-minister
ଭାରତ-ପାକିସ୍ତାନ ମ୍ୟାଚ୍‌ର ସ୍କୋର ପଚାରି ଟ୍ରଲ ହେଲେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ

ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା […]

  • Saturday, 10 July 2021