ଶ୍ରୀନଗର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ଏପରିକି ନବବିବାହିତ ଦମ୍ପତି ବି ଏଥିରେ ସାମିଲ ହୋଇଛନ୍ତି। ବିବାହ ବେଦୀରେ ବସିବା ପରେ ନବବିବାହିତ ଦମ୍ପତି ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଜମ୍ମୁ ଓ କଶ୍ମୀର ଉଧମପୁରର ଏକ ମତଦାନ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୬ ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ତେବେ ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। କିଛି ରାଜ୍ୟରେ ବେଆଇନ୍ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପି.ଏସ୍. ନରସିମ୍ହାଙ୍କୁ ଆମିକସ୍କ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ଦୁର୍ନୀତି ଅଭିଯୋଗର ତଦନ୍ତରେ ସହଯୋଗ […]
ନୂଆଦିଲ୍ଲୀ:ଭୋକର ଦାଉ କିଏ ସମ୍ଭାଳି ପାରିବ ! ମଣିଷଟିଏ ହେଉ ବା ପଶୁ, ଭୋକ ବେଳରେ ଯାହା ମିଳିବ ଖାଇବାକୁ ପଛାଇବ ନାହିଁ। ହେଲେ ଭୋକରେ ନିଜକୁ କିଏ ଖାଇବାର ନଜୀର ଅଛି କି ? ବୋଧହୁଏ ନା ! ହେଲେ ସେମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଭୋକ ବିକଳରେ ସାପଟିଏ ନିଜକୁ ନିଜେ ଖାଇ ଦେଉଛି। ଆଉ ଏଇ ଭିଡିଓଟି ଭାଇରାଲ ହୋଇଛି। ଅବଶ୍ୟ ଘଟଣାଟି କେଉଁ ସ୍ଥାନର ଯଦିଓ ଜଣାପଡ଼ି ନାହିଁ ତେବେ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଚାଲିଛି ତର୍ଜମା। କେହି କେହି ଏହାକୁ ଐତିହାସିକ ନିଷ୍ପତ୍ତି କହୁଥିବା ବେଳେ ଅନ୍ୟ କେହି ଏହାକୁ ଅସାମ୍ୱିଧାନିକ ବୋଲି କହୁଛନ୍ତି। ତେବେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହାକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି ଏବଂ ପାକିସ୍ତାନକୁ […]