ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଥିବା କହି ସେ ନିଜର ଭାଷଣ […]
ଲଣ୍ଡନ: ବ୍ରିଟେନର ବ୍ଲେନହିମ୍ ପ୍ୟାଲେସରୁ ଚୋରି ହୋଇଯାଇଛି ଟଏଲଟ୍ ! ସେ ପୁଣି ସୁନାର। ଚୋର ଧରିବା ପାଇଁ ଲାଗି ପଡ଼ିଛି ପୋଲିସ ପ୍ରଶାସନ। ମିଛି ଭାବୁଛନ୍ତି କି ? ବିଲ୍କୁଲ ସତ। ବ୍ଲେନହିମ୍ ପ୍ୟାଲେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ୱିଙ୍ଗଷ୍ଟନ ଚର୍ଚ୍ଚିଲଙ୍କ ଜନ୍ମ ହୋଇଥିଲା। ଏବେ ଏହି ପ୍ୟାଲେସ ପର୍ଯ୍ୟଟକଙ୍କ ଆକର୍ଷଣର ସ୍ଥାନ ପାଲଟିଛି। ଏହି ପ୍ୟାଲେସରେ ଏଇ ସୁନା ନର୍ମିତ ଟଏଲେଟ୍ ଥିଲା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ । ୧୮ କ୍ୟାରେଟ ସୁନାରେ ନିର୍ମିତ ଏହି […]
ନୂଆଦିଲ୍ଲୀ: ନିକଟରେ ଟଙ୍କା ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ(ପିଏମସି)ରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଆର୍ଥିକ ନେଣଦେଣ ଅଜାଣତରେ କରାଯାଇନାହିଁ ବରଂ ଏକ ଘରୋଇ ରିଅଲ ଇଷ୍ଟେଟ କମ୍ପାନୀକୁ ସହଯୋଗ କରିବାକୁ ଯାଇ ଜାଣିଶୁଣି ଘୋଟାଲା କରାଯାଇଥିବା ଆରବିଆଇ ତଦନ୍ତରୁ ଜଣାପଡ଼ିଛି। ଯାହାର ଗୁମର ଏବେ ଫିଟୁଛି। ଆରବିଆଇ ଏବଂ ଆର୍ଥିକ ଅପରାଧ ଶାଖାର ତ୍ୱରିତ ପଦକ୍ଷେପ ପାଇଁ ଏବେ ବ୍ୟାଙ୍କର […]
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି। କବି ସମ୍ମିଳନୀ କାର୍ଯ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ। ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସେଠାରେ […]
ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି। ଏଥିପାଇଁ କଟକ ସ୍ଥିତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି ଅପରାହ୍ଣ ୩ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ […]
ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍ ୟୁଏଇ ଦିରହାମ୍ ବା ୨୩ କୋଟି ଟଙ୍କା। ମହମ୍ମଦ୍ ଫୟାଜ୍ ଜେଏ ନାମକ ଏହି ଯୁବକ ଦୁବାଇରେ କାମ କରିବାକୁ ସବୁବେଳେ ଆଗ୍ରହୀ ଥିଲେ। କିନ୍ତୁ କେବେ ସାଉଦି ଯାଇନଥିଲେ। ସେ ପାସ୍ପୋର୍ଟ ପାଇଥିଲେ ମଧ୍ୟ ଯାଇପାରିନଥିଲେ। ସେ ମୁମ୍ବାଇରେ ଏକ ଚାକିରି […]
ବେଙ୍ଗାଲୁର:ଆମାଜନ ଏବଂ ଫ୍ଲିପ୍କାର୍ଟ ଫେଷ୍ଟିଭ୍ ଅଫର ଦେଇ ପୂଜା ମାର୍କେଟରେ ନିଜର ସ୍ଥିତିକୁ ବେଶ ମଜବୁତ୍ କରିପାରିଛି। ଆର୍ଥିକ ମାନ୍ଦାବସ୍ତା ସତ୍ତ୍ୱେ ଛୋଟ ସହରରେ ଫ୍ଲିପ୍କାର୍ଟ ଓ ଆମାଜନ ଭଲ ବ୍ୟବସାୟ କରିଛନ୍ତି। ପିଟିଏମ ମଲ୍, ସ୍ନାପଡିଲ୍ ପରି ସଂସ୍ଥାମାନେ ବେଶି ଡିସ୍କାଉଣ୍ଟ ଅଫର ଦେଇ ପାରିନାହାନ୍ତି, ଯାହାର ସିଧାସଳଖ ଫାଇଦା ଉଠାଇଛନ୍ତି ଏହି ଦୁଇ ଇ-ମାର୍କେଟିଂ ସଂସ୍ଥା । ଆମାଜନ ଏବଂ ଫ୍ଲିପ୍କାର୍ଟ ଫେଷ୍ଟିଭ୍ ଅଫର ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ଏବଂ ‘ବିଗ୍ ବିଲିୟନ ଡେ’ […]
ନୂଆଦିଲ୍ଲୀ; ବଲିଉଡ୍ ଶହନ୍ଶାହ ଅମିତାଭ ବଚ୍ଚନ ଟ୍ୱିଟରରେ ବେଶ ଆକ୍ଟିଭ୍। ତାଙ୍କର ଟ୍ୱିଟ୍କୁ ବି ଲୋକେ ବେଶ ପସନ୍ଦ କରନ୍ତି। ନିକଟରେ ସେ ଏପରି ଏ ଭିଡ଼ିଓ ଶେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହୋଇଛି। ଅନେକ ପ୍ରତିକ୍ରିୟା ବି ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ଆଥ୍ଲେଟ ଦୌଡୁଛନ୍ତି। ତାଙ୍କର ଏହି ଦୃଶ୍ୟକୁ ଜଣେ କ୍ୟାମେରାମ୍ୟାନ ରେକର୍ଡିଂ କରୁଛନ୍ତି। କ୍ୟାମେରାମ୍ୟାନ ପ୍ରତିଯୋଗୀଙ୍କ ଆଗରେ ଆଗରେ ଦୌଡି ଏହି ଦୃଶ୍ୟ ରେକର୍ଡିଂ କରୁଥିଲେ। ଏମିତି ଦୌଡ଼ି ଦୌଡ଼ି […]
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲା ନାହିଁ। ହେଲେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠର କିଛି ଫଟୋ ପଠାଇଛି। ଏବେ ଚନ୍ଦ୍ରପୃଷ୍ଠର ସ୍ଥିତି କିଭଳି ରହିଛି ସେ ସମ୍ପର୍କିତ କିଛି ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି। ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। […]
ନୂଆଦିଲ୍ଲୀ: ସୁନ୍ଦର ହୀରା ଗହଣା ପ୍ରତି କାହାର ଲୋଭ ନାହିଁ ! ବିଶେଷ କରି ମହିଳାଙ୍କର। ଆକର୍ଷଣୀୟ ଗହଣା ଦେଖିଲେ ଆଖି ଟାଣି ହୋଇଯାଏ। ତେବେ ଦେଖିଛନ୍ତି କି ଦେଶର ସର୍ବଶ୍ରେଷ୍ଠ ହୀରାମୁଦିକୁ ? ସୁରତର ଜଣେ ହୀରା କାରିଗର ଏହି ମୁଦି ତିଆରି କରିଛନ୍ତି। ଏହି ହୀରା ମୁଦି ଏତେ ସୁନ୍ଦର ଆଉ ଆକର୍ଷଣୀୟ ହୋଇଛି, ଦେଖିଲେ ଆଖି ଲାଖି ଯିବ। ପ୍ରକୃତିକୁ ନିଜ ଗହଣାରେ ରୂପ ଦେଇଛନ୍ତି କାରିଗର। ଏହି ମୁଦି ପାଇଁ ଦିଲ୍ଲୀରେ […]
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରୋବଟ୍ ନାଗରିକ ସୋଫିଆକୁ ଘାରିଛି ପରିବେଶ ଚିନ୍ତା। ବିଗୁଡ଼ୁଥିବା ପରିବେଶକୁ ନେଇ ସେ ଚିନ୍ତା ପ୍ରକଟ କରିଛି ଆଉ ସମସ୍ୟାର ସମାଧାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଛି। ତେବେ କିଏ ଏହି ସୋଫିଆ ? ସୋଫିଆ ହେଉଛି ବିଶ୍ୱର ପ୍ରଥମ କୃତ୍ରିମ ଇଣ୍ଟେଲିଜେଣ୍ଟ ରୋବଟ୍ । ପ୍ରଥମ ରୋବର୍ଟ ସିଟିଜେନ ବୋଲି ମଧ୍ୟ ତାକୁ କୁହାଯାଉଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଅନ୍ତର୍ଜାତୀୟ ରାଉଣ୍ଡ ଟେବୁଲ ସମ୍ମିଳନୀରେ ସୋଫିଆକୁ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଲେଡି […]
ଇସଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ବଢି ଚାଲିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଇମ୍ରାନ ସରକାର ବେଶ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ। ଏବେ କିନ୍ତୁ ପାକିସ୍ତାନର ଲୋକ ଚେତିଲେଣି। ଦେଶରେ ଦେଖାଦେଇଥିବା ମହଙ୍ଗା ପରିସ୍ଥିତିରେ ଆଉଟ ପାଉଟ ହେଉଥିବା ପାକିସ୍ତାନବାସୀ ଶେଷରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ଏମିତିକି ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେଇ କ୍ଷମତାରୁ ହଟାଇଥିଲେ ସେହି […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୁଣି ରେପୋ ରେଟ ହ୍ରାସ କରାଯାଇଛି। ତିନି ଦିନ ଧରି ଚାଲିଥିବା ଆର୍ଥିିକ ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ୨୫ ବେସିସ ପଏଣ୍ଟ ହ୍ରାସ ଘୋଷଣା କରାଯାଇଛି। ଏହାଫଳରେ ରେପୋ ରେଟ୍ ୫.୪୦ ପ୍ରତିଶତରୁ ୫.୧୫ ପ୍ରତିଶତକୁ ହ୍ରାସ ପାଇଛି। ଏଥିସହ କ୍ରମାଗତ ପଞ୍ଚମ ଥର ପାଇଁ ରେପୋରେଟ ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ ହ୍ରାସ ପରେ ମାସିକ କିସ୍ତି ପୁଣି ହ୍ରାସ ହେବାର […]
ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଗତ ଫେବ୍ରୁଆରୀ ୧୪ରେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ଏହାର ଅଳ୍ପଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୬ରେ ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା। ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ […]
ସୁରଟ:ଖୁବ ଉତ୍ସାହର ସହ ପାଳନ କରାଯାଉଛି ନବରାତ୍ରୀ। ଗୁଜରାଟ ସୁରଟରେ ରହୁଥିବା ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ନିଆରା ଢଙ୍ଗରେ ହେଉଛି ମା’ଙ୍କ ଆରାଧନା। ସୁରଟର ଅଶ୍ୱୀନି କୁମାର ଅଞ୍ଚଳରେ ସବୁ ବର୍ଷ ପରି ଏଥର ବି ପ୍ରବାସୀ ଓଡ଼ିଆ ଖୁବ ଧୁମଧାମର ସହ ମା’ ଜଗଦମ୍ବାଙ୍କ ପୂଜାର ଆୟୋଜନ କରିଛନ୍ତି। ଏଥର ମା’ଙ୍କ ଆରାଧନାରେ ଦିଆଯାଇଛି ଟ୍ରାଫିକ ସଚେତନତାର ବାର୍ତ୍ତା। ନୂଆ ଟ୍ରାଫିକ୍ ନିୟମ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ହେଲମେଟ ପିନ୍ଧି ମାଆଙ୍କୁ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ନିଜାମଙ୍କ ସମ୍ପତ୍ତିକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ ତାଙ୍କର ୧୨୦ ଜଣ ଉତ୍ତରାଧିକାରୀ । ନିଜାମଙ୍କର ମୋଟ ୩୦୬ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଉପରେ ନିଜାମଙ୍କ ବଂଶଧର ତଥା ହାଇଦ୍ରାବାଦର ଅଷ୍ଟମ ନିଜାମ ମୁକରମ୍ ଜାହା ଓ ତାଙ୍କ ସାନ ଭାଇ ମୁଫଖମ୍ ଜାହାଙ୍କ ସମେତ ପ୍ରାୟ ୧୨୦ ଜଣ ଦାବିଦାର ବାହାରିଲେଣି। ୧୯୪୮ରେ ତତ୍କାଳୀନ ହାଇଦ୍ରାବାଦ ନିଜାମଙ୍କ ଅର୍ଥମନ୍ତ୍ରୀ ୧୦ ଲକ୍ଷ ପାଉଣ୍ଡ ଲଣ୍ଡନରେ ନିଯୁକ୍ତ ତତ୍କାଳୀନ ପାକିସ୍ତାନ […]