ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଲତା ମଙ୍ଗେସକର୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୯୦ ବଷୟ ବୟସ୍କା କୋକିଳ କଣ୍ଠୀ ଲତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ରାତି ୨ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି। […]
ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲୋଚନା କରିବା ପାଇଁ ଭାଇସ ଚାନସେଲର ମମିଦଲା ଜଗଦେଶ କୁମାରଙ୍କୁ ବାରମ୍ୱାର ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରସ୍ତାବ ଖାରଜ ହେବା ପରେ ଆଜି ଜେଏନ୍ୟୁ ଛାତ୍ର ସଙ୍ଗଠନ ନାଟକୀୟ ଭାବରେ ବିଶ୍ୱବିଦ୍ୟାଳୟ ବାହାରେ ପ୍ରତିବାଦ କରିଛି। ବିଶ୍ୱବିଦ୍ୟାଳୟ ପାଖରେ ଏଆଇସିଟିଇର ଏକ ସମ୍ମିଳନୀ ଚାଲିଥିଲା। ଉପରାଷ୍ଟ୍ରପତି ଭେଙ୍କେୟା […]
ନୂଆଦିଲ୍ଲୀ:ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିଛନ୍ତି। ହେଲେ ଏମିତି ବନ୍ଧୁତ୍ୱ କେବେ ଦେଖି ନ ଥିବେ। ଏକ ନିଆରା ବନ୍ଧୁତ୍ୱର ଝଲକ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ଖାଲି ଦେଖିବାକୁ ମିଳିନି, ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ଛୋଟ ଚିତାବାଘଟିଏ ଏକ କୁକୁର ପଛରେ ଦୌଡୁଛି। ଦେଖିଲେ ଲାଗିବ ଯେମିତି କୁକୁରକୁ ଖାଇବା ପାଇଁ ଗୋଡାଉଛି। ହେଲେ ପରେ ଜଣାପଡ଼ୁଛି ସେମାନେ କାହିଁକି ଦୌଡୁଥିଲେ ? ପ୍ରକୃତରେ ଏମାନେ ଦୁହେଁ ଭଲ ବନ୍ଧୁ । […]
ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ରହିଛି। ଆଜି ସକାଳେ ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗତକାଲି ଆଉ ଜଣେ ନିହତ ହୋଇଥିଲା। ଶ୍ରୀନଗରଠୁ ୫୫ କିଲୋମିଟର ଦୂରରେ ଥିବା ଏହି ଲାବଦାର ଗାଁରେ ଏବେ ଆତଙ୍କବାଦୀ ଓ ସେନା […]
ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ମନା କରିଦେବା ପରେ ଏବେ ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କଂଗ୍ରେସ-ଏନ୍ସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଯୋଜନା କରୁଛି। ହେଲେ ଏହାକୁ କଂଗ୍ରେସ ନେତା ସଞ୍ଜୟ ନିରୂପମ ନାପସନ୍ଦ କରିଛନ୍ତି। ଏନସିପି-କଂଗ୍ରେସର ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ନେତା ସଞ୍ଜୟ ନିରୂପମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଶିବସେନାର ଯେତିକି ଲାଭ ନ ହେବ ତାଠୁ ଅଧିକ କ୍ଷତି […]
କରତାରପୁର: କରତାରପୁର କରିଡର ଉଦ୍ଘାଟନ ସମାରୋହ ଏବଂ ସିଦ୍ଧୁ- ଉଭୟଙ୍କୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚା। କରତାରପୁର ଯିବା ଲାଗି ଅନୁମତିକୁ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଲେ ସିଦ୍ଧୁ । ଏବେ ଇମ୍ରାନଙ୍କ ପାଟିରେ ସିଦ୍ଧୁଙ୍କ ନାଁ ଶୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେ। କରତାରପୁର କରିଡର ଉଦ୍ଘାଟନ ସମାରୋହରେ ଯୋଗ ଦେଇ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ କହିଥିଲେ, ଏହି କରିଡରକୁ ଆରମ୍ଭ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ୧୪ […]
ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଡିଜାଇନ୍କୁ ସ୍ୱୀକୃତି ମିଳେ ତେବେ କମ୍ ସେ କମ୍ ମନ୍ଦିର ନିର୍ମାଣ ପାଇଁ ୫ ବର୍ଷ ଲାଗିଯିବ। ରାମ ମନ୍ଦିର ସହ […]
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]
ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍-୭ର ଗାଇଡ୍ଲାଇନ୍ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।
ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।
ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।
ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।
ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା। ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି […]