• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

voting
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାକୁ ମିଶାଇ ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତରପ୍ରଦେଶର ୧୩ଟି ଲେଖାଏ, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶ ଓ ଓଡିଶାର ୬ଟି ଲେଖାଏ, ବିହାରର ୫ଟି ଓ ଝାଡଖଣ୍ଡର ୩ଟି ଲୋକସଭା ଆସନ ଲାଗି ମତଦାନ ଚାଲିଛି। ଏହାବ୍ୟତୀତ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଲୋକସଭା ଆସନର କୁଲ୍‌ଗାମ ଜିଲ୍ଲାରେ ମଧ୍ୟ ମତଦାନ ଚାଲିଛି। ଏହି […]

  • Saturday, 10 July 2021
5555
ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ-ଉପରାଷ୍ଟ୍ରପତି

ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ।  ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଥିବା କହି ସେ ନିଜର ଭାଷଣ […]

  • Saturday, 10 July 2021
32323
ପ୍ୟାଲେସ୍‌ରୁ କିଏ ନେଇଗଲା ସୁନା ଟଏଲେଟ୍‌

ଲଣ୍ଡନ: ବ୍ରିଟେନର ବ୍ଲେନହିମ୍‌  ପ୍ୟାଲେସରୁ ଚୋରି ହୋଇଯାଇଛି ଟଏଲଟ୍‌ ! ସେ ପୁଣି ସୁନାର। ଚୋର ଧରିବା ପାଇଁ ଲାଗି ପଡ଼ିଛି ପୋଲିସ ପ୍ରଶାସନ। ମିଛି ଭାବୁଛନ୍ତି କି ? ବିଲ୍‌କୁଲ ସତ। ବ୍ଲେନହିମ୍‌ ପ୍ୟାଲେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ୱିଙ୍ଗଷ୍ଟନ ଚର୍ଚ୍ଚିଲଙ୍କ ଜନ୍ମ ହୋଇଥିଲା। ଏବେ ଏହି ପ୍ୟାଲେସ ପର୍ଯ୍ୟଟକଙ୍କ ଆକର୍ଷଣର ସ୍ଥାନ ପାଲଟିଛି। ଏହି ପ୍ୟାଲେସରେ ଏଇ ସୁନା ନର୍ମିତ ଟଏଲେଟ୍‌ ଥିଲା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ । ୧୮ କ୍ୟାରେଟ ସୁନାରେ ନିର୍ମିତ  ଏହି […]

  • Saturday, 10 July 2021
666
ମୃତ ବ୍ୟକ୍ତିଙ୍କୁ ଲୋନ୍ ଦେଇ ଠକୁଥିଲା ବ୍ୟାଙ୍କ

ନୂଆଦିଲ୍ଲୀ: ନିକଟରେ ଟଙ୍କା ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ(ପିଏମସି)ରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଆର୍ଥିକ ନେଣଦେଣ ଅଜାଣତରେ କରାଯାଇନାହିଁ ବରଂ ଏକ ଘରୋଇ ରିଅଲ ଇଷ୍ଟେଟ କମ୍ପାନୀକୁ ସହଯୋଗ କରିବାକୁ ଯାଇ ଜାଣିଶୁଣି ଘୋଟାଲା କରାଯାଇଥିବା ଆରବିଆଇ ତଦନ୍ତରୁ ଜଣାପଡ଼ିଛି। ଯାହାର ଗୁମର ଏବେ ଫିଟୁଛି। ଆରବିଆଇ ଏବଂ ଆର୍ଥିକ ଅପରାଧ ଶାଖାର ତ୍ୱରିତ ପଦକ୍ଷେପ ପାଇଁ ଏବେ ବ୍ୟାଙ୍କର […]

  • Saturday, 10 July 2021
2323244
ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି। କବି ସମ୍ମିଳନୀ କାର୍ଯ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ।  ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସେଠାରେ […]

  • Saturday, 10 July 2021
3253426
ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି।  ଏଥିପାଇଁ କଟକ ସ୍ଥିତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି ଅପରାହ୍ଣ ୩ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ […]

  • Saturday, 10 July 2021
Untitled-1
ଲଟେରୀ ଜିତି ୨୪ ବର୍ଷରେ ହେଲେ ୨୩ କୋଟିର ମାଲିକ

ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍‌ ୟୁଏଇ ଦିରହାମ୍‌ ବା ୨୩ କୋଟି ଟଙ୍କା। ମହମ୍ମଦ୍‌ ଫୟାଜ୍‌ ଜେଏ ନାମକ ଏହି ଯୁବକ ଦୁବାଇରେ କାମ କରିବାକୁ ସବୁବେଳେ ଆଗ୍ରହୀ ଥିଲେ। କିନ୍ତୁ କେବେ ସାଉଦି ଯାଇନଥିଲେ। ସେ ପାସ୍‌ପୋର୍ଟ ପାଇଥିଲେ ମଧ୍ୟ ଯାଇପାରିନଥିଲେ। ସେ ମୁମ୍ବାଇରେ ଏକ ଚାକିରି […]

  • Saturday, 10 July 2021
6585759468
ଫେଷ୍ଟିଭ୍‌ ଅଫର ଦେଇ ମାଲାମାଲ୍‌ ହେଲେ ଆମାଜନ ଓ ଫ୍ଲିପ୍‌କାର୍ଟ

ବେଙ୍ଗାଲୁର:ଆମାଜନ ଏବଂ ଫ୍ଲିପ୍‌କାର୍ଟ ଫେଷ୍ଟିଭ୍‌ ଅଫର ଦେଇ ପୂଜା ମାର୍କେଟରେ ନିଜର ସ୍ଥିତିକୁ ବେଶ ମଜବୁତ୍‌ କରିପାରିଛି। ଆର୍ଥିକ ମାନ୍ଦାବସ୍ତା ସତ୍ତ୍ୱେ  ଛୋଟ ସହରରେ ଫ୍ଲିପ୍‌କାର୍ଟ ଓ ଆମାଜନ ଭଲ ବ୍ୟବସାୟ କରିଛନ୍ତି। ପିଟିଏମ ମଲ୍‌, ସ୍ନାପଡିଲ୍‌ ପରି ସଂସ୍ଥାମାନେ ବେଶି ଡିସ୍‌କାଉଣ୍ଟ ଅଫର ଦେଇ ପାରିନାହାନ୍ତି, ଯାହାର ସିଧାସଳଖ ଫାଇଦା ଉଠାଇଛନ୍ତି ଏହି ଦୁଇ ଇ-ମାର୍କେଟିଂ ସଂସ୍ଥା । ଆମାଜନ ଏବଂ ଫ୍ଲିପ୍‌କାର୍ଟ ଫେଷ୍ଟିଭ୍‌ ଅଫର ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ଏବଂ ‘ବିଗ୍ ବିଲିୟନ ଡେ’ […]

  • Saturday, 10 July 2021
465856758
ଦୌଡ଼ ପ୍ରତିଯୋଗିତାର ଦୃଶ୍ୟ ରେକର୍ଡିଂ କରୁଥିବା ସାମ୍ବାଦିକ ହୋଇଗଲେ ବିଜେତା, ଭିଡିଓ ଶେୟାର କଲେ ବିଗ୍‌ ବି

ନୂଆଦିଲ୍ଲୀ; ବଲିଉଡ୍‌ ଶହନ୍‌ଶାହ ଅମିତାଭ ବଚ୍ଚନ ଟ୍ୱିଟରରେ ବେଶ ଆକ୍ଟିଭ୍‌। ତାଙ୍କର ଟ୍ୱିଟ୍‌କୁ ବି ଲୋକେ ବେଶ ପସନ୍ଦ କରନ୍ତି। ନିକଟରେ ସେ ଏପରି ଏ ଭିଡ଼ିଓ ଶେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହୋଇଛି। ଅନେକ ପ୍ରତିକ୍ରିୟା ବି ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ଆଥ୍‌ଲେଟ ଦୌଡୁଛନ୍ତି। ତାଙ୍କର ଏହି ଦୃଶ୍ୟକୁ ଜଣେ କ୍ୟାମେରାମ୍ୟାନ ରେକର୍ଡିଂ କରୁଛନ୍ତି। କ୍ୟାମେରାମ୍ୟାନ ପ୍ରତିଯୋଗୀଙ୍କ ଆଗରେ ଆଗରେ ଦୌଡି ଏହି ଦୃଶ୍ୟ ରେକର୍ଡିଂ କରୁଥିଲେ। ଏମିତି ଦୌଡ଼ି ଦୌଡ଼ି […]

  • Saturday, 10 July 2021
chandrayaan-2-7
ଜହ୍ନରାଇଜର ଏମିତି ଦୃଶ୍ୟ ଦେଖାଇଲା ଅର୍ବିଟର

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲା ନାହିଁ। ହେଲେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠର କିଛି ଫଟୋ ପଠାଇଛି। ଏବେ ଚନ୍ଦ୍ରପୃଷ୍ଠର ସ୍ଥିତି କିଭଳି ରହିଛି ସେ ସମ୍ପର୍କିତ କିଛି ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି। ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। […]

  • Saturday, 10 July 2021