ୱାଶିଂଟନ: ଫିନଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସାନ୍ନା ମାରିନା ଏକ ନୂଆ ପ୍ରସ୍ତାବ ଆଣିଛନ୍ତି। ଏଣିକି ସପ୍ତାହକ ୬ ଦିନ ବଦଳରେ ୪ଟି କାର୍ଯ୍ୟଦିବସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଯୁକ୍ତି ଯେ, ଏହାଦ୍ୱାରା କର୍ମଚାରୀମାନେ ଅଧିକ ସମୟ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ବିତାଇ ପାରିବେ । ମାରିନା ଗତ ଡିସେମ୍ବର ମାସରେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେ କହିଛନ୍ତି, ମୁଁ ଭାବେ, ଲୋକମାନେ ଅଧିକ ସମୟ ସେମାନଙ୍କ ପରିବାର […]
ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏଥିସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଆଜି ନିର୍ବାଚନ କମିଶନର ଘୋଷଣା […]
ତେହରାନ: ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଗୁରୁବାର ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ହତ୍ୟା କରିଛି। ପ୍ରତିବଦଳରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ଇରାନ୍। ରବିବାର ସୁଲେମାନୀଙ୍କୁ କବର ଦେବାବେଳେ ଇରାନ ସରକାର ଏହି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କୁ ଯିଏ ମାରିବ ତାଙ୍କୁ ୫୭୫ କୋଟି ୭୨ ଲକ୍ଷ ୪୦ ହଜାର ଟଙ୍କା ଇରାନ୍ ସରକାର ଦେବ। ଏହି ଟଙ୍କା ଯୋଗାଡ଼ କରିବା ପାଇଁ ପ୍ରତ୍ୟେକ ଇରାନବାସୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି କହିଛନ୍ତି ପିସିସି ସଭାପତି। ତେବେ ବନ୍ଦ ପାଳନ ବେଳେ ପରୀକ୍ଷାର୍ଥୀ, କ୍ଷୀର ଗାଡ଼ି, ଔଷଧ ଦୋକାନକୁ ବାଦ୍ ଦିଆଯିବ ବୋଲି AITUC ପକ୍ଷରୁ କୁହାଯାଇଛି। ସେହିପରି ରାଉରକେଲାରେ ବନ୍ଦ ପାଳନ କରିବା ନେଇ ବିର୍ସାମୁଣ୍ଡା […]
ନୂଆଦିଲ୍ଲୀ: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ JNUରେ ଗତ ରବିବାର ରାତିରେ ଯାହା ଘଟିଲା ତାହାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଦଳ ଲେଫ୍ଟ ୱିଙ୍ଗ ଏବଂ ଏବିଭିପି ଏହି ଘଟଣା ପାଇଁ ପରସ୍ପରକୁ ଦୋଷ ଦେଉଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଦିଲ୍ଲୀ ପୁଲିସ ପାଖରେ ଏହି ଘଟଣାରେ ଅନେକ ଅଭିଯୋଗ ପହଞ୍ଚିଛି। ଏହାକୁ ଏକାଠି କରି ମାମଲା ରୁଜୁ […]
ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଜବାହର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ଗତ ରବିବାର ରାତିରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି-ବାଡ଼ି ଧରି ପଶି ଶିକ୍ଷକ ଓ ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ପିଟିଛନ୍ତି। ଏପରିକି ଦୁର୍ବୃତ୍ତଙ୍କ ଆକ୍ରମଣରୁ ଛାତ୍ରୀମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ହଷ୍ଟେଲ୍ରେ ଭଙ୍ଗାରୁଜା କରିବା ସହ ବାହାରେ ଥିବା ଗାଡ଼ି ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଅଧ୍ୟକ୍ଷ ଆଇଶି ଘୋଷ ଗୁରୁତର ହୋଇଛନ୍ତି। ଆଇଶିଙ୍କୁ ମିଶାଇ ୨୪ […]
ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନାର ଅସନ୍ତୋଷ ବିଧାୟକ କହିଛନ୍ତି, ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକ ବଡ଼ ବଡ଼ ପଦବୀ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]
କାନବେରା: ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ। ଜଳୁଛନ୍ତି କୋଟି କୋଟି ଜୀବଜନ୍ତୁ। ଗତ ୪ ମାସ ଧରି ଅନବରତ ଏହି ଜଙ୍ଗଲ ଜଳୁଥିଲେ ହେଁ କିଛି ପ୍ରତିକାର କରାଯାଇ ପାରୁନାହିଁ। ନ୍ୟୁ ସାଉଥ୍ ୱେଲ୍ସ ପାଖରେ ଥିବା ଏହି ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୫୦ କୋଟି ଜୀବଜନ୍ତୁ ପ୍ରାଣ ହରାଇଲେଣି। ଅଷ୍ଟ୍ରେଲିଆର ପରିଚୟ କଙ୍ଗାରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାଛଡ଼ା କୋଆଲା, ଭାଲୁ, ବିରଳ ପକ୍ଷୀଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ […]
ପ୍ରୟାଗରାଜ:ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜ ଜିଲ୍ଲାର ସୋରାମ୍ବ ଥାନା ଅଞ୍ଚଳରେ । ୟୁସୁଫପୁର ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡ ବିଷୟରେ ଜଣାପଡ଼ିବା ପରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ପୋଲିସର କହିବା ଅନୁଯାୟୀ, ଉକ୍ତ ଘରର ସବୁ କବାଟ ବନ୍ଦ ଥିଲା। ହତ୍ୟାକାରୀ ଘରର ଛାତ ଦେଇ ଭିତରକୁ ପଶିଥିଲା। ଘରର ମୁଖିଆ ବିଜୟ ଶଙ୍କର ତିୱାରୀ(୫୫), ତାଙ୍କର ପୁଅ […]
ଶ୍ରୀକାକୁଲମ: ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ବସରେ ଆନ୍ଧ୍ରପ୍ରଦେଶର ବିଶାଖା ଯାଉଥିଲେ ଉତ୍ତରାଖଣ୍ଡର ତୀର୍ଥଯାତ୍ରୀ। ଏହି ସମୟରେ ଶ୍ରୀକାକୁଲମର ପେଡି ଭୀମବରମର ନିକଟରେ ଆଜି ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀର ବସ ସନ୍ତୁଳନ ହରାଇ ତୀର୍ଥଯାତ୍ରୀଙ୍କ ବସକୁ ଧକ୍କା ମାରିଥିଲା। ଫଳରେ ଦୁଇଟି ଯାକ ବସ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉଭୟ ବସ୍ ପୋଡ଼ି ଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ […]
ଓ୍ୱାଶିଂଟନ:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି। ଆମେରିକା-ଇରାନ୍ ମୁହାଁମୁହିଁ ସ୍ଥିତିରେ । ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିବା ପରେ ଧମକ ଦେଇଛି ଆମେରିକା। ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏଭଳି ଚେତାବନୀ ଦେଇଛନ୍ତି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ […]
କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନର ଗୋଟିଏ ସାଇଡ୍ ଛାତ ଭୁଶୁଡ଼ି ପଡ଼ିଛି। ଷ୍ଟେସନ ଭିତରକୁ ଯିବା ପାଇଁ ପ୍ରବେଶ ଦ୍ୱାର ଉପରେ ଥିବା ଛାତଟି ଭୁଶୁଡ଼ି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସମୀକ୍ଷା କରିଛନ୍ତି। ଏଥିସହ ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ପୂର୍ବ […]
ବାଗଦାଦ:ଆମେରିକା କଡ଼ା ଜବାବ୍ ଦେଇଛି ଇରାନ୍। ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି। ଆମେରିକାର ଦୂତାବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍। ଏଥିର କିନ୍ତୁ କେହି […]
ବାଗ୍ଦାଦ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ସେନା ପକ୍ଷରୁ ଇରାକ-ଇରାନ୍ ସୀମାରେ ଥିବା ବାଗ୍ଦାଦ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ଇରାନ୍ର କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକାର ଏପରି ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ୍। ଦେଶର ଜଣେ ପ୍ରମୁଖ ନେତାଙ୍କୁ ହରାଇବା ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି । ଏବେ ବାଗ୍ଦାଦ୍ସ୍ଥିତ ଆମେରିକା ଦୂତାବାସରେ ଥିବା ସମସ୍ତ ନାଗରିକଙ୍କୁ ଇରାକ୍ […]
ନୂଆଦିଲ୍ଲୀ:ଖେଳିବାକୁ କାହାକୁ ଭଲ ନ ଲାଗେ ? ପୁଣି ଖେଳରେ ଯଦି ତୁମର ଜିତାପଟ୍ ହେଲା ! ସେ ଖୁସି ତ ଭାଷାରେ ବି ବର୍ଣ୍ଣନା କରାଯାଇ ନ ପାରେ। ସେ ଖେଳାଳି ମଣିଷ ହେଉ କି ପଶୁ, ଖୁସି କିନ୍ତୁ ସମାନ। ଏଠି ଖେଳାଳି ହେଉଛି ହରିଣ। ଆଉ ଖେଳରେ ଜିତିଲା ପରେ ହରିଣର ଯେଉଁ ଖୁସି ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଇଣ୍ଡିଆନ […]
ବାଗଦାଦ: ଆମେରିକା ସେନା ପକ୍ଷରୁ ବାଗ୍ଦାଦ ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସକାଳେ ଏ ନେଇ ଏକ ଟ୍ୱିଟ୍ କରି ଅବଗତ କରାଇଛନ୍ତି। ଟ୍ରମ୍ପ ଆମେରିକାର ଜାତୀୟ ପତାକାକୁ ଟୁଇଟ୍ କରି ତାଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି। ଏହି ଆକ୍ରମଣର କିଛି […]
ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି। ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି। ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏହାପରେ […]
ନୂଆଦିଲ୍ଲୀ:ପୁଣି ଟିକ୍ଟକ୍କୁ ନେଇ ଜାରି ହେଲା କଟକଣା । ଟିକ୍ଟିକ୍ ମନୋରଞ୍ଜନ ନାଁରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ୱର ବହୁଳ ବ୍ୟବହୃତ ଚାଇନିଜ୍ ଭିଡିଓ ଆପ୍ ଟିକ୍ଟିକ୍କୁ ବ୍ୟାନ କରାଯାଇଛି। ବିଶେଷକରି ଟିକ୍ଟିକ୍ ବ୍ୟବହାର କରିବାକୁ ସେନାକୁ ବାରଣ କରାଯାଇଛି। ଦେଶର ସୁରକ୍ଷା ବିପନ୍ନ ହେବା ଆଶଙ୍କାରେ ଏପରି ପଦକ୍ଷେପ ନେଇଛି ଆମେରିକା ଆର୍ମି । ହେଲେ କାହିଁକି ଜାଣନ୍ତି ? ଆମେରିକାର ଆର୍ମି ସ୍ପୋକ୍ସ୍ଓମ୍ୟାନ ଲ୍ୟୁଟନାଣ୍ଟ କର୍ନଲ ରବିନ ଓକୋଆ […]