• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sapna
ବିଜେପିରେ ସାମିଲ୍ ହେଲେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ସାଂସଦ ମନୋଜ ତିଓ୍ୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ସପନା ଚୌଧୁରୀ କଂଗ୍ରେସରେ ସାମିଲ୍ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସାମ୍ୱାଦିକ ସମ୍ମିଳନୀ କରି ଏହି ଖବରକୁ ସେ ଖଣ୍ଡନ କରିଥିଲେ। ଏମିତିକି ୨୪ […]

  • Monday, 12 July 2021
pak anchor
ସୋଶାଲ୍‌ ମିଡିଆରେ ଭାଇରାଲ ହେଲା ପାକିସ୍ତାନୀ ଆଙ୍କରଙ୍କ Apple କନ୍‌ଫ୍ୟୁଜନ୍‌ ଭିଡିଓ

ଇସଲାମାବାଦ: ପାକିସ୍ତାନୀ ଆଙ୍କରଙ୍କ  ଆପଲ୍ କନ୍‌ଫ୍ୟୁଜନ୍‌। ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ Appleକୁ ନେଇ ନ୍ଦନ୍ଦ୍ୱରେ ପଡ଼ି ଯାଇଥିଲେ ନ୍ୟୁଜ୍‌ ଆଙ୍କର। ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ବିଶ୍ୱ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିଲା। ପ୍ରସିଦ୍ଧ Apple Inc ବ୍ରାଣ୍ଡ୍‌ ନିଜ ବ୍ୟବସାୟକୁ ବିଶ୍ୱରେ ପରିବ୍ୟାପ୍ତ କରିପାରିଛି। ଏବେ Apple Incର ବ୍ୟବସାୟ ପୁରା ପାକିସ୍ତାନର ବଜେଟ୍‌ଠୁ ଅଧିକ ବୋଲି ଉପସ୍ଥିତ ଅତିଥି କହିଥିଲେ। ହେଲେ ଏହି ସମୟରେ ଆଙ୍କର ଜଣକ ଏହା […]

  • Monday, 12 July 2021
man held
ବିମାନରେ ବୋମା ଥିବା ଗୁଜବ ପ୍ରଚାର କରି ହତାଶ ପ୍ରେମିକ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚେନ୍ନାଇ ଯିବାକୁ ଥିବା ଦୁଇଟି ବିମାନରେ ବୋମା ଥିବା ନେଇ ଖବର ଆସିଥିଲା। ହେଲେ ଖୋଳତାଡ଼ ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା। ସିଆରପିଏଫ ଦୁଇ ବିମାନକୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରିଛି। ଏଭଳି ମିଥ୍ୟା ଖବର ପ୍ରଚାର କରି ଲୋକଙ୍କୁ ଭୟଭୀତ କରିଥିବାରୁ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ବିଜେପିର ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ […]

  • Monday, 12 July 2021
karnataka
୧୩ ବିଧାୟକଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ଘନେଇଲା ରାଜନୈତିକ ସଙ୍କଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ସଙ୍କଟ ଘନେଇବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ହଇଚଇ ସୃଷ୍ଟି ହୋଇପାରେ। ଗତକାଲି କଂଗ୍ରେସର ୧୦ଜଣ, ଜେଡିଏସ୍‌ର ୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ଭବିଷ୍ୟତ ନେଇ ସଙ୍କଟ ଦେଖାଦେଇଛି। ଏଣେ ଇସ୍ତଫା ଦେଇଥିବା ୧୩ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ରିସୋର୍ଟରେ ରହିଛନ୍ତି। ଏମାନଙ୍କୁ ମନେଇବାକୁ କଂଗ୍ରେସର ବରିଷ୍ଠ ନେତା ଡି ଶିବକୁମାର ଚେଷ୍ଟା କରିଥିବା ଜଣାପଡ଼ିଛି। ଅନ୍ୟ […]

  • Monday, 12 July 2021
New Minister Rajeev Chandrasekhar
ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର

କେନ୍ଦ୍ର-ଟ୍ୱିଟର ମଧ୍ୟରେ ପୁଣି ବଢିଲା ବିବାଦ। ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇ ଦେଇଛି ଟ୍ୱିଟର।

terror attack
ଭାରତରେ ପୁଣି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ପାକ୍ ଆତଙ୍କୀ !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ  ଜାତୀୟ ରାଜପଥରେ ସ୍ନାଇପର ଗନ୍‌ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି। ଏହାବ୍ୟତୀତ ଆଇଇଡି ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ୬ରୁ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି […]

  • Monday, 12 July 2021
tv anchor
ଟିଭିରେ ଲାଇଭ୍‌ ପ୍ରୋଗ୍ରାମ ଚାଲିଥିବା ବେଳେ ଭୂକମ୍ପ ଭୟରେ ଡେସ୍କ ତଳେ ଲୁଚିଗଲେ ଆଙ୍କର୍

ଲସ୍‌ ଏଞ୍ଜେଲେସ: ଟିଭି ଷ୍ଟୁଡିଓରେ ପ୍ରୋଗ୍ରାମ ଚାଲିଥିବା ବେଳେ ହଠାତ୍‌ ଭୂମିକମ୍ପ ହେବାରୁ ଭୟରେ ଡେସ୍କ ତଳେ ଲୁଚିଗଲେ ଉପସ୍ଥାପିକା(ଆଙ୍କର୍ )। ଆଜ୍ଞା ହଁ ତା’ ବି ପୁଣି ଅଗଣିତ ଦର୍ଶକଙ୍କ ଆଗରେ। ଲସ୍‌ ଏଞ୍ଜେଲେସ୍‌ରେ ଏକ ଟିଭି ଚ୍ୟାନେଲ୍‌ରେ ସିଧା ପ୍ରସାରଣ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଉପସ୍ଥାପିକା ଜଣକ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ଲାଇଭ୍‌ ପ୍ରୋଗ୍ରାମରେ କହିଥିଲେ, ‘ଆମେ ଜୋର ଝଟ୍‌କା ଅନୁଭବ କରୁଛୁ। ମୁଁ ଭାବୁଛି ସୁରକ୍ଷା ପାଇଁ ଆମକୁ […]

  • Monday, 12 July 2021
representational image
ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ପ୍ରିନ୍ସିପାଲଙ୍କ ଦୁଷ୍କର୍ମ!

ନୂଆଦିଲ୍ଲୀ: ସ୍କୁଲ୍‌ କ୍ୟାମ୍ପସରେ ଜଣେ ପ୍ରିନ୍ସିପାଲଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ଜାସୋଲା ଠାରେ ଥିବା ଏକ ସ୍କୁଲ୍‌ର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବିତ୍ର ଶିକ୍ଷାନୁଷ୍ଠାନରେ ହିଁ ଏଭଳି ଘଟଣା ଘଟିଛି। ପୁଲିସ୍‌ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି। ଶିକ୍ଷୟିତ୍ରୀ ଜଣଙ୍କ ପୁଲିସ୍‌ ଷ୍ଟେସନରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରିନ୍ସିପାଲ ଜଣଙ୍କ ପ୍ରଥମେ ୨୦୧୭ ଜୁନ୍‌ ମାସରେ ଶିକ୍ଷୟିତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। ସ୍କୁଲ ସମୟ ପରେ ପ୍ରିନ୍ସିପାଲ […]

  • Monday, 12 July 2021
kumar swammy
କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା; ୮ ‍ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍‌କା। ଉଭୟ ଜେଡିଏସ୍‌ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବାଚସ୍ପତିଙ୍କୁ ଏହି ୮ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ବାଚସ୍ପତି ନ ଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ୮ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୫ ଓ ଜେଡିଏସର ୩ ଜଣ ବିଧାୟକ ରହିଛନ୍ତି। ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହି ୮ […]

  • Monday, 12 July 2021
agra
ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଦାଦାଗିରି; ଟୋଲ୍‌ ପ୍ଲାଜାର କର୍ମଚାରୀଙ୍କୁ ପିଟିଲେ

ଆଗ୍ରା: ଦବଙ୍ଗ ବିଧାୟକ ଓ ସାଂସଦଙ୍କ ପରେ ଜଣେ ଦବଙ୍ଗ ସୁରକ୍ଷାକର୍ମୀଙ୍କ ଦାଦାଗିରି ଘଟଣା ଏବେ ସାମ୍ନାକୁ ଆସିଛି। ଆଗ୍ରାର ଏକ ଟୋଲ୍ ପ୍ଲାଜାରେ ନିୟୋଜିତ ଜଣେ କର୍ମଚାରୀଙ୍କୁ ବିଜେପି ସାଂସଦ ରାମଶଙ୍କର କଠେରିଆଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସ୍‌ଓ) ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ିଛି। ସାଂସଦଙ୍କ ଉପସ୍ଥିତିରେ ହିଁ ସେ କର୍ମଚାରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଜଣକ ବନ୍ଧୁକ ବାହାର କରି ଖୋଦ୍ ସାଂସଦଙ୍କ ସମ୍ମୁଖରେ ଫାଙ୍କା ଗୁଳି ଚାଳଣା […]

  • Monday, 12 July 2021
jio
ଜିଓ ପକ୍ଷରୁ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ନାମ ‘ଡିଜିଟାଲ୍‌ ଉଡାନ୍‌’। ପ୍ରଥମଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍‌ କ’ଣ ବୁଝାଇବା ଏବଂ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଫେସବୁକ୍‌ ସହିତ ମିଶି ପାଖାପାଖି ୧୩ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିସହ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ୍‌ ସାହାଯ୍ୟରେ ଜିଓ ବ୍ୟବହାରକାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଖୁବଶୀଘ୍ର […]

  • Monday, 12 July 2021
cyclone fani
‘ଫୋନି’ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ୯ ଲକ୍ଷ ଡଲାରର ସହାୟତା ଘୋଷଣା କଲେ ହଂକଂ ସରକାର

ବେଜିଂ: ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଶୁକ୍ରବାର ଚୀନ୍‌ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ […]

  • Monday, 12 July 2021
budget
ବଜେଟ୍‌ ୨୦୧୯: ଜାଣନ୍ତୁ କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ। ସେହିପରି ଆୟକର ରିଟର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ମହଙ୍ଗା ହେବ…. ପେଟ୍ରୋଲ ଡିଜେଲ ଆମଦାନୀ ହେଉଥିବା ସୁନା ଓ ମୂଲ୍ୟବାନ ଧାତୁ ଆମଦାନୀ ହେଉଥିବା ବହି ଡିଜିଟାଲ କ୍ୟାମେରା କାଜୁବାଦାମ ଅପ୍‌ଟିକାଲ୍‌ ଫାଇବରସ୍‌ ସିସିଟିଭି ଓ […]

  • Monday, 12 July 2021
adhar pan
ଏଣିକି ଆଧାର ବଦଳରେ ପାନ୍‌, ପାନ୍‌ ବଦଳରେ ଆଧାର ଚଳିବ

ନୂଆଦିଲ୍ଲୀ: ଏଣିକି ଆୟକର ରିଟର୍ଣ୍ଣ ବେଳେ ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ଆୟକର ରିଟର୍ଣ୍ଣ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ। ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ […]

  • Monday, 12 July 2021
gold ornaments
ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

ନୂଆଦିଲ୍ଲୀ: ବଢ଼ିବ ପେଟ୍ରାଲ, ଡିଜେଲ  ଓ ସୁନା ଦର। ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ସୁନା ଗହଣା ଉପରେ ମଧ୍ୟ ଉତ୍ପାଦ ଶୁଳ୍କ (କଷ୍ଟମ ଡ୍ୟୁଟି)୧୦ରୁ ୧୨.୫% ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଖାଲି ଏତିକି ନୁହେଁ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବଢ଼ାଇବାକୁ ଆଜି ବଜେଟ୍‌ରେ ନିଷ୍ପତ୍ତି ହୋଇଛି।

  • Monday, 12 July 2021
aadhar
ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତୀୟ ପାସ୍‌ପୋର୍ଟ ଥିବା ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ଙ୍କୁ ଭାରତ ପହଞ୍ଚିବା ପରେ ଆଧାର କାର୍ଡ ଦେବାକୁ ଯୋଜନା କରାଯାଉଛି। ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଆହୁରି ମଧ୍ୟ ପଢ଼ନ୍ତୁ: ବଜେଟ୍‌ରେ ଗ୍ରାମାଞ୍ଚଳର […]

  • Monday, 12 July 2021
indian villages
ବଜେଟ୍‌ରେ ଗ୍ରାମାଞ୍ଚଳର ବିକାଶ ଉପରେ ଫୋକସ୍‌

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲ୍‌ପିଜି ଓ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ୧.୯୫ କୋଟି ଲୋକଙ୍କ ପାଇଁ ଘର ଯୋଗାଇ ଦିଆଯିବ। ୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌ ଯୋଗାଇ ଦିଆଯିବ ବୋଲି […]

  • Monday, 12 July 2021
water
ବଜେଟ୍‌ ୨୦୧୯: ୨୦୨୨ ସୁଦ୍ଧା ଗାଁରେ ଥିବା ସବୁ ଘରକୁ ବିଦ୍ୟୁତ୍‌, ୨୦୨୪ ସୁଦ୍ଧା ପିଇବା ପାଣି ଯୋଗାଣ

ନୂଆଦିଲ୍ଲୀ: ଗାଁରେ ଥିବା ସବୁ ଘରକୁ ୨୦୨୨ ସୁଦ୍ଧା ବିଦ୍ୟୁତ୍‌ ଓ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ ବୋଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ‘ହର୍ ଘର୍ ଜଲ୍’ ଯୋଜନାରେ ସବୁ ଗାଁକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳଶକ୍ତି ମନ୍ତ୍ରାଳୟ କରାଯାଇଛି […]

  • Monday, 12 July 2021
money
ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: ତିନି କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନ୍‌ସନ୍‌ ମିଳିବ। ଏଥିସହ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନ୍‌ସନ୍‌ ମିଳିବ। ଏନେଇ ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ୍‌ ମିଳିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୬୫୭କି.ମି. ମେଟ୍ରୋ […]

  • Monday, 12 July 2021
budget
ବଜେଟ୍‌ ୨୦୧୯: ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ବହି-ଖାତା ଧରି ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ […]

  • Monday, 12 July 2021
mud attack
ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗିବା ଘଟଣାରେ ଗିରଫ ହେଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ […]

  • Monday, 12 July 2021