• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

chandrayaan 2
୨୨ରେ ଉତ୍‌କ୍ଷେପଣ ହେବ ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଚଳିତ ମାସ ୨୨ ତାରିଖରେ ଉତ୍‌କ୍ଷେପଣ ହେବ। ସେହିଦିନ ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଇସ୍ରୋ ଏହାକୁ ଲଞ୍ଚ୍‌ କରିବ। ଏନେଇ ‌ଆଜି ଇସ୍ରୋ ବିଧିବଦ୍ଧ ଭାବେ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍‌କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌କୁ ସ୍ଥଗିତ ରଖିଯାଇଥିଲା। ଜିଏସ୍ଏଲ୍‌ଭି ମାର୍କ ଥ୍ରୀର କ୍ରାୟୋଜେନିକ୍‌ ଇଞ୍ଜିନ୍‌ରେ କିଛି […]

  • Monday, 12 July 2021
IAF Man Donates
ପ୍ରତିରକ୍ଷା ବିଭାଗକୁ ୧ କୋଟି ଦାନ କଲେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତାଙ୍କ ଚାକିରି ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ସେସବୁକୁ ପ୍ରତିରକ୍ଷା ବିଭାଗକୁ ଦାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସିବିଆର ପ୍ରସାଦ ଏହି ଅର୍ଥ ଦାନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଧନ, ସମ୍ପତ୍ତି ଲୋଭରେ ଆଜିର ଦିନରେ ମଣିଷ ମଣିଷକୁ ଚିହ୍ନି ପାରୁ ନ ଥିବାବେଳେ ୭୪ ବର୍ଷୀୟ ସିବିଆର […]

  • Monday, 12 July 2021
Capture
ନ୍ୟୁଜ୍‌ ଦେଖିବାକୁ ଯୁବତୀଙ୍କଠୁ ମୋବାଇଲ ମାଗି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କଲେ ଅଜଣା ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ବାବଦରେ ଖବର ଜାଣିବା ନାମରେ ଅଜଣା ଯୁବତୀଙ୍କଠାରୁ ମୋବାଇଲ ମାଗିବା ପରେ ଜଣେ ବ୍ୟକ୍ତି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କରିବା ଘଟଣା ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବତୀ ଜଣକ ଟ୍ୱିଟର୍‌ରେ ସେଦିନର ଘଟଣା ବାବଦରେ ବଖାଣିବା ପରେ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି। ଯୁବତୀ ଜଣକ ସ୍କ୍ରିନ୍‌ ଶଟ୍‌ ଦେଇ ବଖାଣିଛନ୍ତି, ମୁଁ ହଷ୍ଟେଲକୁ ଫେରୁଥିଲି। ଜଣେ ବୟସ୍କ ମଉସା ମୋ ପାଖକୁ ଆସି […]

  • Monday, 12 July 2021
hafiz
ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରାଯାଇଛି। ଗିରଫ ପରେ ହାଫିଜ୍‌କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ଅଧିକାରୀ ତାକୁ ଗିରଫ କରିଛନ୍ତିା ଲାହୋରରୁ ଗୁଜରନୱାଲା ଗଲାବେଳେ ହାଫିଜକୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଜାମାତ ଉଦ୍‌-ଦାୱା(ଜେୟୁଡି)ର ମୁଖ୍ୟ ହାଫିଜ୍‌ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ।  ଏଥିସହ ବିଶ୍ୱର ଅନ୍ୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ହାଫିଜ୍‌ର ହାତ ରହିଛି। […]

  • Monday, 12 July 2021
mumbai
ମୁମ୍ବାଇରେ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆହୁରି ଅନେକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଗତକାଲି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ଆଜି ସକାଳୁ ସକାଳୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।  କୋଠାଟି ଶହେ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଯୋଗୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ […]

  • Monday, 12 July 2021
accident
କୋଲକାତାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ

କୋଲକାତା/ଭୁବନେଶ୍ୱର: କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଭଦ୍ରକର ମନୋଜ ମହାନ୍ତି ଓ ଦିଗବିଜୟ ଦାସ। ସୂଚନା ଅନୁସାରେ, ଗତକାଲି ଏକ ଇନୋଭା ଗାଡ଼ିରେ […]

  • Monday, 12 July 2021
bjp congress
ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଭୋପାଲ: ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଛି। ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ମଧ୍ୟ ପ୍ରଦେଶର କମଲନାଥ ସରକାର ଏକ ଟିମ୍ ପଠାଇଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଏହାଦ୍ୱାରା କୋଟି […]

  • Monday, 12 July 2021
golden man
ଚର୍ଚ୍ଚାରେ ପୁନେର ଏହି ଗୋଲ୍ଡ ମ୍ୟାନ୍‌

ପୁନେ: ମହାରାଷ୍ଟ୍ର ପୁନେର ଗୋଲ୍ଡ ମ୍ୟାନ୍‌ ପ୍ରଶାନ୍ତ ସପକଲ୍‌ଙ୍କୁ ନେଇ ଏବେ ଚର୍ଚ୍ଚା।  ସେ ପିନ୍ଧୁଥିବା ସୁନା ଅଳଙ୍କାରକୁ ନେଇ ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏତେ ପରିମାଣର ସୁନା ପିନ୍ଧୁଥିବା କହିଛନ୍ତି। ପିନ୍ଧୁଥିବା ସୁନାର ଓଜନ ୫ କିଲୋ ଓ ଏହାର ମୁଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପ୍ରଶାନ୍ତ କହିଛନ୍ତି। ସୁନା ପିନ୍ଧି ବାପି ଲହରୀ ଯେଉଁଭଳି ଭାବରେ ସଫଳତା […]

  • Monday, 12 July 2021