ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହ ୧୨ଟି ରାଜ୍ୟର ୩୭ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ସମୟରେ ହେବାକୁ ଥିବା ଏକ୍ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ୍ କଟକଣା ଜାରି କରିଛନ୍ତି। ଜନପ୍ରତିନିଧି ଆଇନ୍ ୧୯୫୧ର ଧାରା ୧୨୬ (କ) ଅନୁଯାୟୀ ନିର୍ବାଚନ କମିଶନ ଏହି କଟକଣା ଜାରି କରିଛନ୍ତି। ଏହି କଟକଣା ଅନୁଯାୟୀ ଚଳିତ ମାସ ୧୧ତାରିଖ ସକାଳ ୭ଟାରୁ ମେ ୧୯ ତାରିଖ ସଂଧ୍ୟା ୬ଟା ୩୦ ମଧ୍ୟରେ ଏକଜିଟ୍ ପୋଲ କରାଯାଇପାରିବ ନାହିଁ […]
ନୂଆଦିଲ୍ଲୀ: ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଥିମ୍ ସଙ୍ଗ୍ ଜାରି କରିଛି। ଏଥିରେ ସର୍ବନିମ୍ନ ଆୟ ଯୋଜନା ବା ନ୍ୟାୟଠାରୁ ଆରମ୍ଭ କରି ବିମୁଦ୍ରାକରଣ, ବେରୋଜଗାର, ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚା କରାଯାଇଛି। ଏକ ନୂଆ ହିନ୍ଦୁସ୍ଥାନ ଗଠନ କରିବା ପାଇଁ ରାହୁଲଙ୍କୁ ବାଛିବାକୁ ଭିଡିଓରେ ବାର୍ତ୍ତା ଦିଇାଯାଇଛି। ଏହାସହ ଏହି ଭିଡିଓରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି।
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ନିଜ ଇସ୍ତାହାର ପ୍ରକାଶ କରିବ। ଏହା ପୂର୍ବରୁ ଗତକାଲି ବିଜେପି ନିଜ ଥିମ୍ ସଙ୍ଗ୍ ରିଲିଜ୍ କରିଥିଲା। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଥିଲେ। ୧୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବିଜେପିର ସଫଳତାକୁ ଏହି ଭିଡିଓରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ବିମୁଦ୍ରୀକରଣ, ଜିଏସ୍ଟି ଫାଇଦାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ମନ୍ […]
ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିଡିପି ସଦସ୍ୟମାନେ ବିଜୟୱାଡାରେ ଅନଶନରେ ବସିଛନ୍ତି। ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ପୁଲିସ୍ କର୍ମଚାରୀ ରମେଶଙ୍କ ଘରେ ଛାନଭିନ୍ କରିଥିଲେ। ଆୟକର ବିଭାଗର ଚଢ଼ଉକୁ […]
ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଚଳିତ ଲୋକସଭା ନିର୍ବାଚନରେ ଲଢିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇଛନ୍ତି। ଇନ୍ଦୋର ଲୋକସଭା ଆସନରୁ ସୁମିତ୍ରା ମହାଜନ ୮ଥର ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅନେକ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ଇନ୍ଦୋର ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରାର୍ଥୀ ଚୟନରେ ଦଳକୁ ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଥିବାରୁ ସେ ନିର୍ବାଚନରୁ ଓହରି ଯାଇଛନ୍ତି। ଚଳିତବର୍ଷ ବିଜେପିର […]
ରାୟପୁର: ଛତିଶଗଡ଼ର ସାଲେଗାଟ ଅଞ୍ଚଳର ମାଓବାଦୀ ଆକ୍ରମଣରେ ଆଜି ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ସାଲେଗାଟ ଅଞ୍ଚଳରେ ସିଆର୍ପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳବିନିମୟ ଜାରି ରହିଛି। ୨୧୧ ବାଟାଲିଅନ୍ କୋମାଣ୍ଡେଣ୍ଟ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଜାରି ରଖିଛନ୍ତି। ଗତକାଲି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୪ଜଣ ବିଏସଏଫ୍ ଯବାନ ସହିଦ ହୋଇଥିଲେ। ବିଏସଏଫ୍ର ୧୧୪ ବାଟାଲିୟନର […]
ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ୧୦୬ ଏକର ଅବବାହିକା ଅଞ୍ଚଳରେ ସର୍ଭେ କରିବେ। ଏହି ସର୍ଭେ ରିପୋର୍ଟ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ ହେବ। ଏହି […]
ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି। ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମରୋହାରେ ଏକ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ସାରା ବିଶ୍ୱରେ ଯେତେବେଳେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି, ଏଠାରେ କିଛି ଲୋକ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଏଭଳି ଲୋକଙ୍କୁ ଉଚିତ ଜବାବ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ସେହିଭଳି ଗତ ୫ ବର୍ଷରେ ବିସ୍ଫୋରଣ ହ୍ରାସ ପାଇଥିବା କଥା ମଧ୍ୟ […]