ଭୁବନେଶ୍ୱର:ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା । ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି। One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He […]
ଭୁବନେଶ୍ୱର: ରାଜ୍ୟର ସବୁ ବିଧାୟକଙ୍କ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ମୁକାବିଲା ପାଇଁ ସାରା ଦେଶ ଏକ ମନ ଏକ ପ୍ରାଣରେ ଲଢେଇ କରୁଛି । ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକ ପ୍ରତିନିଧିମାନଙ୍କ ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ସବୁ ବିଧାୟକଙ୍କ ବିଧାୟକ ହାତ ପାଣ୍ଠି […]
ଭୁବନେଶ୍ୱର: କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ, କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତା’ଛଡ଼ା ସ୍କୁଲ ଏମିତି ବନ୍ଦ ରହିଲେ କୋର୍ସ କିପରି ସରିବ, ପିଲାମାନେ କିପରି ପରୀକ୍ଷା ଦେବେ ସେ ନେଇ ଅଭିଭାବକ ଓ ଶିକ୍ଷକମାନେ ବି ଚିନ୍ତାରେ। ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରଣୀ ପିଲାଙ୍କ ପାଠପଢା ନେଇ ସମସ୍ତେ ଚିନ୍ତିତ। […]
କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର କେନ୍ଦ୍ରାପଡ଼ାରୁ ଆଉ ଜଣଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର । ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ ୩୨ ବର୍ଷ। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି […]
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ହେବ ସିଲ୍।ଏହାର ସମସ୍ତ କର୍ମଚାରୀ ହୋମ କ୍ୱାରେଣ୍ଟାଇନ୍ରେ ରହିବେ। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା BMC କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତଙ୍କ […]
ମାଲକାନଗିରି: ଖାକି ପୋଷାକ ଆଉ ହାତରେ ରୁଲବାଡି ଧରିଥିବା ପୋଲିସ ନିର୍ଦ୍ଦୟ, ନିଷ୍ଠୁର…କେବଳ କର୍ତ୍ତବ୍ୟର ଡୋରୀରେ ବନ୍ଧା। ଏମିତି ଏକ ଚିନ୍ତାଧାରା ଅଧିକାଂଶ ଲୋକଙ୍କ ମନରେ ଥାଏ। ସେମାନଙ୍କ ପାଖରେ ବି ସ୍ନେହ, ଶ୍ରଦ୍ଧା, ସହନୁଭୂତି ରହିଛି ଏକଥା ଭାବିବାକୁ ଅବସର ହିଁ ମିଳେନି। ହେଲେ ମାଲକାନଗିରିର ଏଇ ମହିଳା ପୋଲସ ଅଫିସରଙ୍କ ଖାକି ପୋଷାକ ତଳେ ଲୁଚି ରହିଥିବା ଦରଦୀ ହୃଦୟକୁ ଦେଖନ୍ତୁ । କର୍ତ୍ତବ୍ୟକୁ ଭୁଲି ନାହାନ୍ତି, ହୃଦୟର ମାନବୀୟ ଆବେଦନକୁ ବି ଏଡାଇ […]
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ। ଗତକାଲି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର। ସେ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଏହି ହୋଲସେଲର ମାର୍କେଟରେ ଗ୍ରାହକମାନଙ୍କୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ବିଏମସି ପକ୍ଷରୁ ଚିହ୍ନଟ ହୋଇଥିବା ୬୮ଟି ସ୍ଥାନରେ ରିଟେଲିଂ ମାର୍କେଟ […]
ଭୁବନେଶ୍ୱର: ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତଥାପି ଲୋକେ ଲକ୍ଡାଉନ ଗାଇଡ୍ଲାଇନ ମାନୁନାହାନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ୁଛି। ଦୁଇଦିନିଆ ସଟ୍ଡାଉନ୍ ରବିବାର ରାତି ୮ଟାରେ ହଟିବା ପରେ ରାଜଧାନୀରେ ପୁଣି ଅମାନିଆମାନ ମନମାନି ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର: ଭୁବନେଶ୍ୱରରେ ୩୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଅନେକ ଅଞ୍ଚଳକୁ ଆବଦ୍ଧ କରାଯାଇଛି। ସାରା ସହରରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ତଥାପି ମାନୁ ନାହାନ୍ତି ଲୋକେ। ତେଣୁ ଲୋକ କିପରି ଘରୁ ନ ବାହାରିବେ ସେଥିପାଇଁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ରିଛି BMC। ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ BMC । ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ […]
ମାଲକାନଗିରି: ସାରା ବିଶ୍ୱ ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଦେଶରେ କରୋନା ମହାମାରୀ ଲାଗିଥିବାରୁ ମାଓବାଦୀଙ୍କ ପକ୍ଷରୁ କୌଣସି ଇନଫର୍ମର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହଁ। ଏହାସହ ପୋଲିସ ବାହିନୀ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ମାଓନେତା କୈଳାଶ କହିଛନ୍ତି। ସରକାରୀ କର୍ମଚାରୀମାନେ ଆସି ନିର୍ଭୟରେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଡିଓ ଟେପ୍ ଜାରି କରିଛନ୍ତି ମାଓନେତା। ସରକାର ଦେଉଥିବା ଭତ୍ତା ଓ ଚାଉଳ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ […]
ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ର ବଢିବାରେ ଲାଗିଛି। ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ […]
ଭୁବନେଶ୍ୱର: ଲକ୍ଡାଉନ୍ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ […]
ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲାରେ। ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା […]
ଭୁବନେଶ୍ୱର: ଆଜିଠାରୁ ଜନଧନ ଆକାଉଣ୍ଟକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଟଙ୍କା ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ପଠାଯିବ ଏହି ଟଙ୍କା । ଓଡ଼ିଶାରେ ୩୯ ଲକ୍ଷ ୫୧ ହଜାର ଜନଧନ ଆକାଉଣ୍ଟଧାରୀ ମହିଳା ଅଛନ୍ତି। ବ୍ୟାଙ୍କକୁ ଟଙ୍କା ଯିବା ପରେ ଏସ୍ଏମଏସ ଯିବ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ମଧ୍ୟ ଟଙ୍କା ଉଠାଣ ହୋଇପାରିବ । […]
ଭୁବନେଶ୍ୱର: ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, […]
ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ ଶୋଇଥିଲେ। ହଠାତ୍ ହାତୀଟି ଗାଁର ଉର୍ମିଳା ମିର୍ଦ୍ଧାଙ୍କ ଘରର କାନ୍ଥ ଭାଙ୍ଗି ପଶିଗଲା। ଘର ଭିତରେ ଥିଲେ ଉର୍ମିଳା, ତାଙ୍କ ସ୍ୱାମୀ ଓ ନାବାଳିକା ନାତୁଣୀ ରଶ୍ମୀତା […]
ଭୁବନେଶ୍ୱର: କରୋନା ପାଇଁ ଜେଇଇ ମେନ୍କୁ ଘୁଞ୍ଚାଇ ଦିଆଯାଇଛି । ସମଗ୍ର ଦେଶ ଏବେ ଲକ୍ଡାଉନ୍ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି […]
ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ଶ୍ରୀ ଜିଉଙ୍କ ରଥ ପ୍ରତିଷ୍ଠା ଓ ତତ୍ ସଲଗ୍ନ ଅନ୍ୟ କାର୍ଯ୍ୟକ୍ରମ ପାଇଁ ୫ରୁ ଅଧିକ ସେବାକାରୀଙ୍କ ସେବା ଅନିବାର୍ଯ୍ୟ ଥିବାର ଏହା ସମ୍ଭବପର ନୁହେଁ […]
ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୮୪ ବର୍ଷ ତଳେ ଅର୍ଥାତ୍ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର। ତେବେ କରୋନା ଲକ୍ ଡାଉନ୍ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍ ଡାଉନ ଯୋଗୁ ଆଜି ରାଜ୍ୟରେ ଅନ୍ୟବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ। ଦୀର୍ଘ ବର୍ଷର ଅବଦାନ ଓ ସଂଘର୍ଷ ପରେ ଓଡ଼ିଶା […]
ରାଉରକେଲା; ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରିଥିଲେ । ଉକ୍ତ କମ୍ପାନୀ ସର୍ଭେ ପାଇଁନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ବିମାନ […]
ଭୁବନେଶ୍ୱର: ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକ ପରେ ସୂଚନା ଦେଇ ଗୃହ ବିଭାଗ ସଚିବ କହିଛନ୍ତି ଯେ, କୋଭିଡ୍ ୧୯ କଣ୍ଟ୍ରୋଲ ରୁମ୍କୁ ବର୍ତ୍ତମାନ ସୁଦ୍ଧା ୫ ହଜାର ୨ଶହ କଲ ଆସିଛି। ଶହେରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି ପ୍ରଶାସନ । ଗୃହ ସଚିବଙ୍କ ସୂଚନା ଅନୁସାରେ, ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ଅଛନ୍ତି । ରାଜ୍ୟ ପାଇଁ […]
ଭୁବନେଶ୍ୱର: କରୋନା ଲକ୍ଡାଉନ୍ ପାଇଁ ବଢିଲା ଗାଡିର ବିଭିନ୍ନ କାଗଜପତ୍ର ବୈଧତା। ଫେବ୍ରୁଆରୀ ୧ ତାରିଖ ପରେ ସରୁଥିବା ଗାଡିର ଫିଟନେସ୍, ରେଜିଷ୍ଟ୍ରେସନ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଭଳି କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି । ସେହିପରି ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟର ବୈଧତାକୁ ମଧ୍ୟ ୩୦ […]