• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ctc
କଟକରେ ନକଲି ତେଲ କାରଖାନା ଠାବ

କଟକ: କଟକରେ ଏକ ନକଲି ତେଲ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ପୁଲିସ୍‌ ଆଜି ଏକ ନକଲି ତେଲ କାରଖାନାକୁ ଠାବ କରିଛି। ଆଜି ସକାଳେ ଉକ୍ତ କାରଖାନାରେ ପୁଲିସ୍‌ ଚଢାଉ କରି ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି ତେଲ ବଜାରକୁ ଛଡାଯାଉଥିବା ସୂଚନା ମିଳିଛି। କାରଖାନାରେ ନକଲି ଖାଇବା ତେଲ ତିଆରି କରାଯାଉଥିବା ଜଣାପଡ଼ିଛି। ଅନୁଗୁଳ, […]

  • Monday, 12 July 2021
rainfall
ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା; ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡା, ଢେଙ୍କାନାଳ, କଟକ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩୦, ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

  • Monday, 12 July 2021
malkangiri
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାଁ ଜୟରାମ କବାସୀ। ଆଜି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ପାଲଟା […]

  • Monday, 12 July 2021
drone camera
ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିଛି ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍‌ କ୍ୟାମେରାରେ ଚାଲିଛି ଟ୍ରାଫିକ୍ ନିୟନ୍ତ୍ରଣ। ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଆକାଶର୍ମାଗରୁ ଡ୍ରୋନ୍‌ କ୍ୟାମେରା ଠାବ କରୁଛି। ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି ଡ୍ରୋନ୍‌ କ୍ୟାମେରା। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କ ନିକଟରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଅନ୍ୟପକ୍ଷରେ ଡ୍ରୋନ୍‌ କ୍ୟାମେରା ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।

  • Monday, 12 July 2021
accident
ଦୁର୍ଘଟଣାରେ ଚାଲିଗଲା ବାପା, ୨ ପୁଅଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ପାତାଳସିଂହ ଓ ତାଙ୍କର ୨ ପୁଅ ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳସିଂହ। ସେମାନଙ୍କ ଘର ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ତାଙ୍କ ୨ ପୁଅଙ୍କ ସହ  ଭୁବନେଶ୍ୱରରୁ ଏକ ବାଇକ୍‌ ଯୋଗେ […]

  • Monday, 12 July 2021
rourkela
ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ବିଦ୍ୟୁତ୍‌ ତାର ଧରି ଝୁଲି ପଡ଼ିଲେ ଯୁବକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ଆଜି CISF ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ଚାଲିଥିଲା। ଏଥିରେ  ଅରବିନ୍ଦ ଯୋଗ ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଫଳରେ ସେ ଇଲେକ୍ଟ୍ରିକ୍‌ […]

  • Monday, 12 July 2021
odisha
‘ବୋଷ୍‌’ରେ ଛାତ୍ର ଅଶାନ୍ତି; ହଷ୍ଟେଲ କ୍ୟାଣ୍ଟିନରେ ଖାଇବା ନ ମିଳିବା ନେଇ ପ୍ରତିବାଦ

କଟକ: କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ‘ବୋଷ୍‌’ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ୍‌’ ଗେଟ୍‌ ସମ୍ମୁଖରେ  ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ  ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ […]

  • Monday, 12 July 2021
vlcsnap-error186
ସ୍ତ୍ରୀକୁ ମାରି ବିଷ ପିଇଲା ସ୍ୱାମୀ

ସୋର: ସ୍ତ୍ରୀକୁ ପୋଡ଼ି ମାରିବା ପରେ ନିଜେ ବିଷ ପିଇଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ମହିଳା ହେଲେ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ନୂଆପୁର ଗାଁର ନୀଳାମ୍ବର ବାରିକଙ୍କ ପତ୍ନୀ ସାବିତ୍ରୀ ବାରିକ। ଅଭିଯୋଗ ଅନୁସାରେ, ନୀଳାମ୍ବର ଓ ସାବିତ୍ରୀ ଅରଳା ସ୍ଥିତ ତାଙ୍କ ଚାଷ ଜମିରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୀଳାମ୍ବର, ସାବିତ୍ରୀଙ୍କୁ ପାଳଗଦାରେ ପକାଇ ନିଆଁ ଲଗାଇ […]

  • Monday, 12 July 2021
shivraj
ଶିବରାଜ ସିଂହଙ୍କ ବିବାଦୀୟ ବୟାନ

ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍‌ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି। […]

  • Monday, 12 July 2021
rainfall
ବର୍ଷା ଓ ବଜ୍ରପାତ ନେଇ ୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର।ଦିନ ୧୦ଟା ୩୦ ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
vlcsnap-error334
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଶ୍ନ କରିଛି। ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି। କ’ଣ ପାଇଁ ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍‌ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। […]

  • Monday, 12 July 2021
lootera
ଲୁଟ୍‌ କରିବା ପୂର୍ବରୁ ପୁଲିସ୍‌ ହାତରେ ଧରାପଡ଼ିଗଲେ

ଖୋର୍ଦ୍ଧା: ଟ୍ରେନ୍‌ରେ ଏକ ବଡ଼ ଧରଣର ଲୁଟ୍‌ କରିବା ପୂର୍ବରୁ ୪ଜଣ ଲୁଟେରା ଧରା ପଡ଼ିଛନ୍ତି। ଖୋର୍ଦ୍ଧା ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରୁ ଏହି ସମସ୍ତ ଲୁଟେରାଙ୍କୁ ଜିଆରପି ଏବଂ ଆରପିଏଫ୍‌ର ଟିମ୍ ଧରିଛନ୍ତି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି। ଛୁରୀ, ଖୁର, ଖେଳନା ବନ୍ଧୁକ, ଲଙ୍କାଗୁଣ୍ଡ ଏବଂ ୧୫ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫ ହୋଇଥିବା ଡକାୟତମାନେ ଟ୍ରେନରେ ଯାତ୍ରୀମାନଙ୍କୁ ଭୟ ଦେଖାଇ ଲୁଟପାଟ୍ କରିବାକୁ ଯୋଜନା କରିଥିଲେ।

  • Monday, 12 July 2021
Capture
ଫୋନ୍‌ରେ ଟ୍ରିପଲ୍‌ ତଲାକ ଦେଲେ ସ୍ୱାମୀ!

ପଟ୍ଟାମୁଣ୍ଡାଇ: ଟ୍ରିପଲ୍‌ ତଲାକ ବେଆଇନ୍‌। ଏନେଇ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି। ହେଲେ ଏହି ଆଇନ୍‌ ପ୍ରଣୟନ ହେବାର ମାତ୍ର ଦିନ କେଇଟା ପରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ରେ ଟ୍ରିପଲ୍‌ ତଲାକ ଦେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଏଭଳି ଅଭିଯୋଗ ଆସିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଫୋନ୍‌ରେ ତଲାକ ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ହାଇଦ୍ରାବାଦ୍‌ରେ ରୁହନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିକ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ […]

  • Monday, 12 July 2021
vlcsnap-error351
କମିଛି ବର୍ଷା; ହେଲେ କମିନି ଦୁର୍ଦ୍ଦଶା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ ଦୁର୍ଦ୍ଦଶା କମିନି। ସାବେରୀ ନଦୀର ଜଳସ୍ତର ହ୍ରାସ ପାଇନାହିଁ। ଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍‌ ଭାବରେ ହୋଇପାରୁ ନ ଥିବାରୁ ସାବେରୀ ନଦୀର ଜଳ ନିଷ୍କାସନ ହୋଇପାରୁନି। ସାବେରୀ ନଦୀ ଉପରେ ଥିବା ପୋଲ ଉପରେ ୫ ଫୁଟର ପାଣି ଚାଲୁ ଥିବାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ଅଞ୍ଚଳରେ ବି ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇଛି। ଏପରିକି ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଥିବା […]

  • Monday, 12 July 2021
hirakud
୧୪ରେ ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି। ବର୍ଷା ସ୍ଥିତିକୁ ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।  ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍‌ ରହିଥିବା ବେଳେ ୬୧୫ […]

  • Monday, 12 July 2021
rain
୧୩ ଜିଲ୍ଲାରେ କାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି […]

  • Monday, 12 July 2021
vlcsnap-error749
ମଦ ଭାଟିରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ଗାଡ଼ି

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଥିବା ଏକ ଦେଶୀ ମଦ ଭାଟି ଭିତରେ ପଶି କିଛି ଦୁର୍ବୃତ୍ତ ଲଙ୍କାକାଣ୍ଡ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ରାତି ୨ଟା ସମୟରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ମଦ ଭାଟି ପରିସରେ ଥିବା କ୍ୟାମ୍ପସ ଭିତରେ ପଶି ଲଙ୍କାକାଣ୍ଡ ରଚିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଭ୍ୟାନ୍, ଜେନେରେଟର ଓ ବାଇକ୍‌କୁ ଜାଳିଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ଏକ ଧମକପୂର୍ଣ୍ଣ ବ୍ୟାନର୍‌ ଲଗାଇଛନ୍ତି। ତୁରନ୍ତ ମଦଭାଟିକୁ ବନ୍ଦ କରିବା ପାଇଁ ଏହି ବ୍ୟାନର୍‌ରେ ଉଲ୍ଲେଖ ରହିଛି। ଲାଲ୍‌ […]

  • Monday, 12 July 2021
vlcsnap-error129
ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାଡ଼ିଲା ବୋହୂ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ ): ଶାଶୂ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଶାଶୂଙ୍କ ଉପରେ ବୋହୂର ଏଭଳି ନିର୍ଯାତନାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଗେଲେହି କାଟାଣିରେ  ଏହି ଅମାନବୀୟ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ୮୨ ବର୍ଷର ଶାଶୂଙ୍କୁ ବୋହୂ ନିିର୍ଯାତନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ବୋହୂ, ଶାଶୂଙ୍କୁ ଅଶ୍ରାବ୍ୟ ଭାଷାରେ […]

  • Monday, 12 July 2021
vlcsnap-error597
ହୋଟେଲ୍‌ ମାଲିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର: ପୁଲିସ୍‌ ହେପାଜତରେ ଥାଇ ଜଣେ ବ୍ୟକ୍ତି ଅସୁସ୍ଥ ହେବା ଓ ପରେ ତାଙ୍କର ମୃତ୍ୟୁ ହେବାକୁ କେନ୍ଦ୍ର କରି ବାଲେଶ୍ୱରରେ ଉତ୍ତେଜନା ପ୍ରକାଶ ପାଇଛି। ଗତ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ହୋଟେଲ ମାଲିକ ରତିକାନ୍ତ ଦାସଙ୍କୁ ଅଟକ ରଖିଥିଲେ। ସେ ବେଆଇନ୍ ମଦ କାରବାର କରୁଥିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିଲା। ତେବେ ପୁଲିସ୍‌ ହେପାଜତରେ ଥିବା ବେଳେ ରତିକାନ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ହେବାରୁ […]

  • Monday, 12 July 2021
Puri-Jagannath
ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନ

ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୋଇଲି ବୈକୁଣ୍ଠ ନିକଟ ନିଯୋଗ କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନରେ ୧୫ ସଦସ୍ୟ ପଦବୀ ଲାଗି ୩୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନରେ ୧୦୩୦ଜଣ ଭୋଟର ମତଦାନ କରିବେ। ମତଦାନ ସରିବା ପରେ ଆସନ୍ତା ୧୧ତାରିଖରେ ନିର୍ବାଚିତ ୧୫ ସଦସ୍ୟଙ୍କ ନାମ ଘୋଷଣା କରାଯିବ। ତେବେ ନିର୍ବାଚିତ ହୋଇଥିବା […]

  • Monday, 12 July 2021
vlcsnap-error407
ଲଗାଣ ବର୍ଷାରେ ପୁରୀରେ କୃତ୍ରିମ ବନ୍ୟା

ପୁରୀ: ଲଗାଣ ବର୍ଷା ପରେ ପୁରୀ ସହରର କିଛି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ ଏହି କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଜାତୀୟ ରାଜପଥ ନିର୍ମାଣ ପରେ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ୨ ବର୍ଷ […]

  • Monday, 12 July 2021
vlcsnap-error598
ସେଲ୍‌ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ ବା ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେ ନିଜ କାରରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ହୁଡ୍‌କୋ ଛକ ନିକଟରେ ଚାରି ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ଅନୀଲଙ୍କ ଗାଡିକୁ ଅଟକାଇଥିଲେ। ଏହାପରେ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ପୁଲିସ୍‌ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ […]

  • Monday, 12 July 2021
vlcsnap-error129
ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା

କଟକ: ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍‌ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ପୁଲିସ୍‌ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୂର୍ବତନ ପୁଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ୍‌ ଡିଜି ସହ ଫାୟାର ଏବଂ ସିଭିଲ ଡିଫେନ୍ସ ଜିଜି ଦାୟିତ୍ୱରେ ରହିଛନ୍ତି ବିଜୟ କୁମାର ଶର୍ମା।  ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ […]

  • Monday, 12 July 2021
vlcsnap-error462
ବନ୍ୟା ସ୍ଥିତିରେ ଆସୁଛି ସୁଧାର; କମୁଛି ନଦୀର ଜଳସ୍ତର

ରାୟଗଡ଼ା/କଳାହାଣ୍ଡି: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଫଳରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ଓ ମୁନିଗୁଡ଼ା ବ୍ଲକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ତେବେ କିଛି ଅଞ୍ଚଳରେ ବ୍ରିଜ୍ ଭାଙ୍ଗିଯିବା ସହ ରାସ୍ତା ଧୋଇଯାଇ ଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏବେବି ଲୋକେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି। ଲଗାଣ ବର୍ଷାରେ ବିଷମକଟକ ଓ ମୁନିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଶହଶହ ଏକର ଜମିରେ ପାଣି ମାଡ଼ି ଯିବାରୁ ଧାନ ବିଲରେ […]

  • Monday, 12 July 2021
vlcsnap-error090
ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି

ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି। ରାୟଗ଼଼ଡା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟ ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଧସି ହୋଇଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ହେବା ଫଳରେ ମାଟି ଅତଡ଼ା ଧସି ହୋଇଥିବା ଜଣାପଡ଼ିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

  • Monday, 12 July 2021