• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

hot oil
ଚା’ ଦେବାରେ ବିଳମ୍ବ ହେବାରୁ ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ

ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିବା ନେଇ ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବନ୍ଧ ଥାନାର ବକଳବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ଯୁଗଳ ବରାଦ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଚା’ ପିଇବାକୁ ଯାଇଥିଲେ। କିନ୍ତୁ ଦୋକାନରେ ଭିଡ ଥିବାରୁ ଚା’ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ଯୁଗଳ ଉତ୍‌କ୍ଷିପ୍ତ ହୋଇ ଝଗଡା କରିବା […]

  • Tuesday, 20 July 2021
jharsuguda
ଧାନ ବେଙ୍ଗଳା ବେଳେ ମେସିନ୍‌ରେ ପଡ଼ିଗଲା ୪ ବର୍ଷର ଶିଶୁ

ଝାରସୁଗୁଡ଼ା: ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ଚାରି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗାଁରେ। ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ହେଲେ ଅସାବଧାନତା ବଶତଃ ମେସିନ୍ ଭିତରେ ଛୁଆଟି ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍ ହସ୍ପିଟାଲ୍‌କୁ ଅଣାଯାଇଥିଲା। […]

  • Tuesday, 20 July 2021
abinash
ଘରୋଇ ସ୍କୁଲ୍‌ରେ ମନ ଇଚ୍ଛା ଫି' ଆଦାୟକୁ ବିରୋଧ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଘରୋଇ ସ୍କୁଲମାନଙ୍କରେ ମନ ଇଚ୍ଛା ଫି’ ଆଦାୟକୁ ତୀବ୍ର ବିରୋଧ ହୋଇଛି। ସ୍ୱତନ୍ତ୍ର ଫି’ ଷ୍ଟ୍ରକଚର୍‌ ଲାଗୁ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ନତାଲା ମୁଖ୍ୟ ଅଫିସ୍ ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଆମରଣ ଅନଶନ କରିଛି। ସେମାନଙ୍କ ଅଭିଯୋଗ ହେଲା, ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରୁ ଫି ଆଦାୟ ସଂକ୍ରାନ୍ତରେ ଏକ କମିଟି ଗଠନ କରି ତା ଠାରୁ ଚୂଡ଼ାନ୍ତ ରିପୋର୍ଟ ଗ୍ରହଣ କରିସାରିଥିଲେ ବି ଏହାକୁ କାର୍ଯ୍ୟକାରୀ […]

  • Tuesday, 20 July 2021
mao
ମାଲକାନଗିରିରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର୍‌

ମାଲକାନଗିରି: ମାଲକାନଗିରିରେ ପୁଣି ମାଓବାଦୀ ପୋଷ୍ଟର ଲଗାଯାଇଛି। ଗୁମ୍ମା ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ପକ୍ଷରୁ ଅଣ୍ଡ୍ରାପାଲି ଓ ନାକାମାମୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି। ବର୍ତ୍ତମାନ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବା ବେଳେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ମାଓବାଦୀ ସଂଗଠନ ପୋଷ୍ଟରରେ ଆହ୍ୱାନ ଦେଇଛି। ଏହା ସହ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ବିରୋଧ କରିଛନ୍ତି ମାଓବାଦୀ। ପିଏଲ୍‌ଜିଏ ସପ୍ତାହ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ବୋଲି ପୋଷ୍ଟରରେ […]

  • Tuesday, 20 July 2021
piyush goyal
ତାଳଚେରରେ ମାଟି ଦବିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କୋଇଲା ମନ୍ତ୍ରୀ

ଭୁବନେଶ୍ୱର: ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଗୁରୁତ୍ୱର ସହ ନେଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ କୋଇଲା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିଲେ। ପିୟୁଷ ଗୋଏଲ ଟ୍ୱିଟ୍‌ କରି ଏହାର ଉତ୍ତର ରଖିଥିଲେ। ସେ କହିଥିଲେ […]

  • Tuesday, 20 July 2021
bj
କାଳିଆ ସମାବେଶକୁ ଯାଇ ମହିଳା ହଟହଟା !

କେନ୍ଦୁଝର: କାଳିଆ ସମାବେଶକୁ ଆସି ଖାଇବାକୁ ପାଇନଥିବା ମହିଳାମାନେ ବାଙ୍କିଡ଼ିରେ ଆନନ୍ଦପୁର ବିଡିଓ, ସିଡିପିଓ ଓ ସୁପରଭାଇଜରଙ୍କୁ ଦୀର୍ଘ ସମୟ ଯାଏ ଅଟକ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଣ୍ଡାପଡ଼ା ଗସ୍ତ ପାଇଁ ଅଧିକ ମହିଳାଙ୍କୁ ଆଣିବା ଲାଗି ଅଙ୍ଗନାବାଡ଼ି କର୍ମୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ମିଳିଥିଲା। ମହିଳାମାନଙ୍କୁ ଯିବା ଆସିବା ବ୍ୟବସ୍ଥା ସହ ଖାଦ୍ୟ ଯୋଗାଇବା ଲାଗି କୁହାଯାଇଥିଲା। ତେବେ ଏସବୁରେ ବେଖାତିର କରାଯିବାକୁ ନେଇ ଜୁଙ୍ଗା ଗାଁରେ ଲୋକେ ଅଙ୍ଗନାବାଡ଼ି ଦିଦିଙ୍କୁ ଅଟକ ରଖିଥିଲେ। ସେହିପରି […]

  • Tuesday, 20 July 2021
atm
ଏଟିଏମ୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍‌। ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଗ୍ୟାସ କଟର୍‌ରେ ଏଟିଏମ୍ ମେସିନକୁ କାଟି ସେଥିରୁ ଟଙ୍କା ନେଇ ଯାଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ। ପୁଲିସ୍‌ […]

  • Tuesday, 20 July 2021
Capture
କେନ୍ଦୁଝର ଖୁଣ୍ଟକଟା ଡବଲ୍ ମର୍ଡରର ପର୍ଦ୍ଦାଫାସ: ୩ ଭାଇ ଗିରଫ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ରେ ହୋଇଥିବା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ୩ ଭାଇ। ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କୁ ତିନି ଭାଇ ହତ୍ୟା କରିଥିଲେ ବୋଲି ପୁଲିସ୍ ଆଗରେ ମାନିଛନ୍ତି। ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନଙ୍କୁ ହତ୍ୟା କରି ପାଖ ଜଙ୍ଗଲରେ ଥିବା କୂଅରେ […]

  • Tuesday, 20 July 2021
tdp
ଓଡ଼ିଶାରେ ନିର୍ବାଚନ ଲଢ଼ିବ ଟିଡିପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି) ନିର୍ବାଚନ ଲଢ଼ିବ। ଏନେଇ ଟିଡିପି ଓଡ଼ିଶା ଦାୟିତ୍ୱରେ ଥିବା ରାଜେଶ ପୁତ୍ରା ସୂଚନା ଦେଇଛନ୍ତି। ରାଜ୍ୟର ୫୨ଟି ବିଧାନସଭା ଏବଂ ୫ଟି ଲୋକସଭାରେ ଟିଡିପି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଟିଡିପିର ସ୍ଥିତି ମଜବୁତ ଥିବା କଥା ରାଜେଶ କହିଛନ୍ତି। ପଡୋଶୀ ଆନ୍ଧ୍ରପ୍ରଦେଶର ବିକାଶକୁ ମୂଳ ପ୍ରସଙ୍ଗ କରି ଓଡ଼ିଶା ରାଜନୀତିରେ ଟିଡିପି ପାଦ ଥାପିବ ବୋଲି ସେ କହିଛନ୍ତି। ଓଡ଼ିଶାକୁ […]

  • Tuesday, 20 July 2021
pm  modi and rahul gandhi
ଆସୁଛନ୍ତି ମୋଦି ଓ ରାହୁଲ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ବିଜେପିରେ ରାଜ୍ୟର ବହୁ ପ୍ରମୁଖ ନେତା ସାମିଲ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ସେପଟେ ଚଳିତ ଡିସେମ୍ବର ମାସ […]

  • Tuesday, 20 July 2021
chakradhar
ଶଙ୍ଖ ଧରିଲେ ଚକ୍ରଧର

ଭୁବନେଶ୍ୱର: ଶଙ୍ଖ ଧରିଲେ ଚକ୍ରଧର। କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଗଜପତି ଜିଲ୍ଲା ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

  • Tuesday, 20 July 2021
maoist poster
ମାଲକାନଗିରିରେ ମାଓବାଦୀ ପୋଷ୍ଟର

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ପୋଷ୍ଟର। ଗୁମ୍ମା ଆଞ୍ଚଳିକ ସିପିଆଇ ମାଓବାଦୀ  ସଂଗଠନ ତରଫରୁ ପଣସପୁଟ ଓ ଗାଜଲମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ନିରୀହ ଅାଦିବାସୀଙ୍କ ଉପରେ ମାଓବାଦୀଙ୍କ ନାଁନେଇ ପୁଲିସ୍‌ର ଦମନଲୀଳାକୁ ପୋଷ୍ଟରରେ ବିରୋଧ କରାଯାଇଛି। ଗତ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସହିଦ ସପ୍ତାହ ଚାଲିଥିବା ବେଳେ ଯୁବ ସମାଜକୁ ଅଧିକ ସଂଖ୍ୟାରେ ମାଓବାଦୀ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଆସନ୍ତା ନିର୍ବାଚନ ବନ୍ଦ କରିବାକୁ ପୋଷ୍ଟରରେ […]

  • Tuesday, 20 July 2021
police station
ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ। ଜୟଙ୍କୁ ଟଙ୍କା ହଡ଼ପ ଅଭିଯୋଗରେ ୩ ଦିନ ଧରି ପୁଲିସ୍‌ ପଚରା ଉଚରା କରୁଥିଲା। ତେବେ ଗତକାଲି ସନ୍ଧ୍ୟାରେ ଜୟଙ୍କୁ ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

  • Tuesday, 20 July 2021
BJD
ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଅନୁଗୁଳ: ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ। ଏଥର ଅନୁଗୁଳ ଜିଲ୍ଲାରେ ବିଜେଡି ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ଏକଜୁଟ ହୋଇଛନ୍ତି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ବହୁ ସଂଖ୍ୟକ କର୍ମୀ ଏବଂ ନେତା ଏକତ୍ରିତ ହୋଇଛନ୍ତି। ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ବିକାଶ, ନିର୍ମାଣ କାମ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ବିଧାୟକ ସୁଶାନ୍ତ ବେହେରା ପାଳନ କରି ନାହାନ୍ତି। ଏହାଛଡ଼ା ବିଭିନ୍ନ ଜନହିତକାରୀ ଯୋଜନାରୁ ଲୋକଙ୍କୁ ବଞ୍ଚିତ ରଖାଯାଉଛି। ଏନେଇ ବାରମ୍ବାର ତାଙ୍କୁ […]

  • Tuesday, 20 July 2021
Pallahara bandh
ଅାଜି ୧୨ ଘଣ୍ଟିଅା ପାଲଲହଡ଼ା ବନ୍ଦ

ପାଲଲହଡ଼ା: ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ଦୁଇ ଦଫା ଦାବିରେ ପାଳଲହଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଲି କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୫୦ ହଜାର ଟଙ୍କା ସହାୟତା ଓ ପାଲଲହଡା ଓ ଖମାର ମେଡ଼ିକାଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହି ଆନ୍ଦୋଳନରେ […]

  • Tuesday, 20 July 2021
election
ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢ଼ୁଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ୨୩ ହଜାର ୧୧୯ ଜଣ ଭୋଟର୍ କରିବେ। ୮୨ଟି ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଚାଲିଛି। ୭ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୧୦ଟି ପାଟ୍ରୋଲିଂ ପାର୍ଟି, […]

  • Tuesday, 20 July 2021
berhampur
କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା କେବେ ଲୋକଙ୍କ କାମରେ ଲାଗିବ ? ଏପରି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ୫୬ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଥିବା ଏହି ସୁପର ସ୍ପେଶାଲିଟି ବ୍ଲକ୍‌ଟି ୨୦୧୭ରେ […]

  • Tuesday, 20 July 2021
bajrakapta
ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମଇଦଳପୁରରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇସିଂ ଜାନି ଓ ଭୀମ ଜାନି ନାମକ ୨ ଜଣ ବ୍ୟକ୍ତିଙ୍କୁ ଡାବୁଗାଁ ବନ ବିଭାଗ ଟିମ୍  ଗିରଫ କରିଛି। ଅନ୍ୟ ୩ ଶିକାରୀ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ମଇଦଳପୁର ଅଞ୍ଚଳର ୫ ଜଣ ବ୍ୟକ୍ତି ଜଙ୍ଗଲକୁ ଶିକାର କରିବାକୁ ଯାଇଥିବାବେଳେ ବଜ୍ରକାପ୍ତାଟିକୁ ଆଣିଥିଲେ। ଏହାକୁ ପଡୋଶୀ ରାଜ୍ୟକୁ ବିକ୍ରି କରିବାକୁ ବ୍ୟବସାୟୀଙ୍କ ସହ ଯୋଜନା କରିବାବେଳେ ଖବର ପାଇ ବନବିଭାଗ ଚଢଉ କରିଥିଲା। […]

  • Tuesday, 20 July 2021
fake-note
୧୦୦ ଟଙ୍କିଆ ଜାଲ୍‌ନୋଟ୍‌ ଜବତ୍‌

ବାଲେଶ୍ୱର: ବାଲେଶ୍ୱରରେ ୩ ଜଣ ବ୍ୟକ୍ତିଙ୍କ ଠାରୁ ୫ଟି ଜାଲନୋଟ ସହଦେବଖୁଣ୍ଟା ପୁଲିସ୍‌ ଜବତ କରିଛି। ଏହି ୩ ଜଣ ବ୍ୟକ୍ତି ଝାଡ଼ଖଣ୍ଡରୁ ଆସି ରେମୁଣା ଯିବାକୁ ଏକ ଅଟୋକୁ ପଚାରିଥିଲେ।   ଏହାପରେ ସେମାନେ ଅଟୋ ଚାଳକଙ୍କୁ ୩ଟି ଶହେ ଟଙ୍କିଆ ନୋଟ୍ ଦେଇଥିଲେ। ନୋଟ୍‌କୁ ନେଇ ଅଟୋ ଚାଳକଙ୍କ ସନ୍ଦେହ ହେବାକୁ ସେ ସ୍ଥାନୀୟ ଲୋକଙ୍କୁ ଏକାଠି କରିଥିଲେ।  ଏହାପରେ ସମସ୍ତ ୩ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସହଦେବଖୁଣ୍ଟା ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକ […]

  • Tuesday, 20 July 2021
naveen patnaik
ନବୀନ ଖେଳିଲେ ମହିଳା ସଂରକ୍ଷଣ କାର୍ଡ

ଭୁବନେଶ୍ୱର:  ନିର୍ବାଚନ ପୂର୍ବରୁ ବିଜେଡି ଖୋଲିଛି ମହିଳା କାର୍ଡ। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ବିଧାନସଭାରେ ପୂର୍ବରୁ ସଙ୍କଳ୍ପ ପାରିତ ହୋଇଥିବା ବେଳେ ଜାତୀୟ ସ୍ତରରେ ଏହାକୁ ଆଗକୁ ନେବା ପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ ପ୍ରସଙ୍ଗରେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ନେତାଙ୍କୁ ବିଜେଡି ପ୍ରତିନିଧି ଭେଟିବେ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ବିଜେଡିର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା […]

  • Tuesday, 20 July 2021
supreme court
ଓଡ଼ିଶା ନେତାଙ୍କ ନାଁରେ ପଡ଼ିରହିଛି ୩୩୧ ଅପରାଧିକ ମାମଲା 

ଭୁବନେଶ୍ୱର: ଦାଗୀ ନେତା ତାଲିକାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ। ସୁପ୍ରିମ୍‌ପୋର୍ଟରେ ଏ ସଂପର୍କିତ ମାମଲା ଶୁଣାଣି ବେଳେ ଏ ତଥ୍ୟ ପଦାକୁ ଆସିଛି। ଉତ୍ତରପ୍ରଦେଶରେ ନେତାଙ୍କ ବିରୋଧରେ ସର୍ବାଧିକ ୯୯୦ ମାମଲା ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୩୧। ତେଣୁ ନେତାଙ୍କ ବିରୋଧରେ ଥିବା ମାମଲା ଗୁଡିକର ବିଚାର ପାଇଁ ଗୋଟିଏ ସ୍ୱତନ୍ତ୍ର କୋର୍ଟ ଉପରେ ନିର୍ଭର ନକରି ଯେତେ ଆବଶ୍ୟକ ସେତେ ସଂଖ୍ୟକ ସେସନ୍ସ ଓ ମାଜିଷ୍ଟେରିଆଲ କୋର୍ଟକୁ ଦାୟିତ୍ୱ ଦେବା ଲାଗି ସୁପ୍ରିମକୋର୍ଟ ହାଇକୋର୍ଟଗୁଡ଼ିକୁ […]

  • Tuesday, 20 July 2021
1b
୨୦୧୮ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର ଦାଶରଥି ଦାସ

ଭୁବନେଶ୍ୱର: ଚଳିତ ୨୦୧୮ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଡକ୍ଟର ଦାସ ବିଶେଷକରି ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବେ ଜଣାଶୁଣା। ସାହିତ୍ୟର ବିଭିନ୍ନ ଦିଗ ଓ […]

  • Tuesday, 20 July 2021
SHA
ପୁଣି ଆକ୍ରମଣାତ୍ମକ ମୁଦ୍ରାକୁ ଫେରିଲେ ଅମିତ୍‌ ଶାହ

ଭୁବନେଶ୍ୱର: ପୁଣି ଫେରିଲା ଅମିତ୍ ଶାହଙ୍କ ୨୦୧୭ର ଆକ୍ରମଣାତ୍ମକ ମୁଦ୍ରା। ଶାହ ସେତେବେଳେ ଯେମିତି ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ ଆଜି ମଧ୍ୟ ପୁରୀରେ ଠିକ୍ ସେଇଭଳି ଆହ୍ୱାନ ଦେଇଥିଲେ। ବାରମ୍ବାର ନବୀନଙ୍କ ନାଁ ନେଇ ବର୍ଷିଥିଲେ ଅମିତ୍‌। ଦାନ ମାଝି ଠାରୁ ଆରମ୍ଭ କରି ରତ୍ନଭଣ୍ଡାର ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗ ବି ଛାଡ଼ିନଥିଲେ ସେ। ରାଜ୍ୟରେ ନବୀନ ସରକାର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ଶାହ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ […]

  • Tuesday, 20 July 2021
Dharmendra-Pradhan
‘ପିଠା’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ପିଠା’ ଯୋଜନା। କିନ୍ତୁ ଏହାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୃଦ୍ଧ ବ୍ୟାଘ୍ର ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୁଳନା କରିବା ସହ ଆସନ୍ନ ପରାଜୟ ଜାଣି ସ୍ୱର୍ଣ୍ଣ କଙ୍କଣ ଧରି ସେ ଠିଆ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଲୁଟ୍‌ ହେଉଛି। ବିନା […]

  • Tuesday, 20 July 2021
opreta
ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା

ଯାଜପୁର: ଅବ୍ୟବସ୍ଥା ଘେରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଦିନକୁ ହଜାର ହଜାର ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ବିଭିନ୍ନ ବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାମକୁ ମାତ୍ର ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଏଠାରେ ଏକ ରକମର ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଡାକ୍ତର ନିଯୁକ୍ତି ଲାଗି ବାରମ୍ବାର ଦାବି କଲେ ବି ଏଥି ପ୍ରତି କେହି […]

  • Tuesday, 20 July 2021